ଓଡିଶା

odisha

ETV Bharat / state

ଇନୋଭେର ଗ୍ଲୋବାଲ୍ ସମ୍ମିଳନୀରେ ବଡ଼ ଘୋଷଣା, ଖୁବଶୀଘ୍ର ରାଜ୍ୟରେ ହେବ AI ଲ୍ୟାବ - ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲ୍ୟାବ

AI lab to be set up in odisha: ଖୁବଶୀଘ୍ର ଓଡ଼ିଶାରେ ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲ୍ୟାବ । ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ

AI lab to be set up in odisha
ଖୁବଶୀଘ୍ର ରାଜ୍ୟରେ ହେବ AI ଲ୍ୟାବ

By ETV Bharat Odisha Team

Published : Nov 13, 2023, 4:18 PM IST

ଭୁବନେଶ୍ବର: ଖୁବଶୀଘ୍ର ଓଡ଼ିଶାରେ ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲ୍ୟାବ । 'ଇନୋଭେର ଗ୍ଲୋବାଲ ସମ୍ମିଳନୀ'ରେ ଏହି ଘୋଷଣା କରାଯାଇଛି । ଦେଶ ବିଦେଶ ତଥା ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ କରାଯିବା ପାଇଁ ନିଆଯିବାକୁ ଥିବା ଆବଶ୍ୟକୀୟ ପଦକ୍ଷେପ ଉପରେ ଆଲୋଚନା ହୋଇଛି । ଅତ୍ୟାଧୁନିକ ଶିଳ୍ପ ପ୍ରଯୁକ୍ତି ବିଦ୍ୟା ଏବଂ AI ସହ ML ପରି ବୈଷୟିକ ପ୍ରଗତି ଉପରେ ଧ୍ୟାନ ଦେଇ ବିଭିନ୍ନ ଆଲୋଚନା କରାଯାଇଛି । ତେବେ ଆମେରିକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତମାନର ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରାଯାଉଛି । ଏହାରି ମଧ୍ୟରେ 2015 ମସିହାରେ ଭୁବନେଶ୍ୱରରେ ଏହାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ।

ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଗ୍ଲୋବାଲ ସମ୍ମିଳନୀ ଆୟୋଜନ ହୋଇଛି । ତେବେ ଶିଳ୍ପ ବିଶେଷଜ୍ଞ ଏବଂ ଦେଶ ବିଦେଶରୁ ଆସିଥିବା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିମାନେ ଏଥିରେ ସାମିଲ ହୋଇଛନ୍ତି । ଏହି କମ୍ପାନି ଆସନ୍ତା ଦିନରେ ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ସମେତ ଅନେକ ଦେଶରେ ଏହାର ବ୍ୟବସାୟ ପ୍ରତିଷ୍ଠା ନେଇ ଯୋଜନା କରିବାକୁ ଲକ୍ଷ୍ୟ ରଖିଛି । ଏହାସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲ୍ୟାବ ପ୍ରତିଷ୍ଠା ପାଇଁ କମ୍ପାନୀ ଓଡିଶା ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ସୂଚନା ଅନୁଯାୟୀ, ଖୁବଶୀଘ୍ର ଏହାର କାମ ଆରମ୍ଭ କରାଯିବ । ସହଯୋଗ ବୃଦ୍ଧି, ଜ୍ଞାନର ଆଦାନ ପ୍ରଦାନ ଏବଂ ବୈଷୟିକ ବିଦ୍ୟାର ଉତ୍କୃଷ୍ଟତା ବଢାଇବା ପାଇଁ ଶିଳ୍ପକୁ ପ୍ରେରଣା ଦେବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି । ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଗଣିତ ହୋଇଛି । କୋଭିଡ ମହାମାରୀ ଠାରୁ ଆରମ୍ଭ କରି ବିଭିନ୍ନ ରୋଗକୁ କିଭଳି ମୁକାବିଲା କରିବା ସହ ଲୋକମାନେ ସଚେତନ ରହିବେ ସେନେଇ ପ୍ରୟାସ ଜାରି ରଖିଛି । ଏପରିକି ଅନେକ ସମୟରେ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି ।

ଏହା ବି ପଢନ୍ତୁ....Odisha GOVT to increase hospitals: ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ଲକ୍ଷ୍ୟ, ବଢ଼ିବ ମେଡିକାଲ ସଂଖ୍ୟା

ଏହା ବି ପଢନ୍ତୁ...BSKYରେ ସାମିଲ ହେଲା ଆଉ 155ଟି ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲ୍

ରୋଗୀମାନେ ସରକାରୀ ହସ୍ପିଟାଲରେ କିଭଳି ଉତ୍ତମ ଭାବରେ ରୋଗୀ ସେବା ପାଇବେ ସେନେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା ସହ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ଥିବା ହସ୍ପିଟାଲ ଗୁଡିକକୁ ମଧ୍ୟ ବିଶ୍ଵସ୍ତରୀୟ ହସ୍ପିଟାଲରେ ପରିଣତ କରାଯାଇଛି । 'ମୋ ହସ୍ପିଟାଲ' କାର୍ଯ୍ୟକ୍ରମରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ହସ୍ପିଟାଲର ଭିତ୍ତିଭୂମିରୁ ଆରମ୍ଭ କରି ଡାକ୍ତର ନିଯୁକ୍ତି ଆଦି ଦିଗରେ ଗୁରୁତ୍ବ ଦିଆଯାଇ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details