ଓଡିଶା

odisha

By ETV Bharat Odisha Team

Published : Jan 8, 2024, 10:45 PM IST

ETV Bharat / state

ଅଞ୍ଜନା ମିଶ୍ରଙ୍କ ବାୟୋପିକ୍‌ କରି ଅଡୁଆରେ ଅକ୍ଷୟ ପରିଜାଙ୍କ OTT ପ୍ଲାଟଫର୍ମ

Anjana Mishra Biopic: ଅଡ଼ୁଆରେ ସିନେ ପ୍ରଯୋଜକ ଅକ୍ଷୟ‌ ପରିଜାଙ୍କ OTT ପ୍ଲାଟଫର୍ମ । ବାରଙ୍ଗ 1999 ୱେବ୍‌ ସିରିଜ୍‌ ନେଇ ଦାୟର ହୋଇଛି ମାନହାନି ମାମଲା । ଭୁବନେଶ୍ବର ସିନିୟର୍‌ ଡିଭିଜନ ସିଭିଲ ଜଜ୍‌ଙ୍କ କୋର୍ଟରେ ୧୦ କୋଟି ଟଙ୍କାର ମାନାହାନି ମୋକଦମା ଦାୟର କରିଛନ୍ତି ଅଞ୍ଜନା ମିଶ୍ର । ଅଧିକ ପଢ଼ନ୍ତୁ

ଅଡୁଆରେ ଅକ୍ଷୟ ପରିଜା
ଅଡୁଆରେ ଅକ୍ଷୟ ପରିଜା

ଭୁବନେଶ୍ବର: ବିବାଦୀୟ ଘଟଣାକୁ ନେଇ ୱେବ୍‌ ସିରିଜ୍‌ । ଅଞ୍ଜନା ମିଶ୍ରଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ବାରଙ୍ଗ 1999 ୱେବ୍‌ ସିରିଜ୍‌ ଏବେ ଅଡୁଆ ସୃଷ୍ଟି କରିଛି । କଞ୍ଚାଲଙ୍କା ପ୍ଲାଟଫର୍ମରେ ହୋଇଥିବା ଏହି ୱେବ୍‌ ସିରିଜକୁ ନେଇ ଅଭିଯୋଗକାରିଣୀ ଅଞ୍ଜନା ମିଶ୍ର କଞ୍ଚାଲଙ୍କା କର୍ତ୍ତୃପକ୍ଷଙ୍କ ବିରୋଧରେ କରିଛନ୍ତି ମାନାହାନି ମୋକଦ୍ଦମା । 10 କୋଟି ଟଙ୍କାର ମାନହାନି ମାମଲା ଦାୟର ସହ ଏନେଇ ଆପତ୍ତି ଉଠାଇଛନ୍ତି । ଏପରିକି ତାଙ୍କର କାହାଣୀକୁ ନେଇ ବ୍ୟବସାୟ କରିବାକୁ ଏପରି ଚକ୍ରାନ୍ତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ଏହା ତାଙ୍କ ଭାବାବେଗକୁ ଆଘାତ ଦେବା ଦର୍ଶାଇ ଅଞ୍ଜନା ଓକିଲଙ୍କ ଜରିଆରେ ପୂର୍ବରୁ ଲିଗାଲ୍‌ ନୋଟିସ ଦେଇଥିଲେ । ୭୨ ଘଣ୍ଟା ସମୟ ଦେଇ ଏହାକୁ ହଟାଇବାକୁ ପ୍ରଯୋଜକଙ୍କ ସଂସ୍ଥାକୁ ନୋଟିସ ଜରିଆରେ ମଧ୍ୟ ଜଣାଇଥିଲେ । ହେଲେ ଏହି ଘଟଣାକୁ କଞ୍ଚାଲଙ୍କା କର୍ତ୍ତୃପକ୍ଷ ଅବମାନନା କରିବା ସହ ଅନ୍ୟ ପ୍ଲାଟଫର୍ମରୁ ନହଟାଇ ଏବେ ଅଡୁଆ ଘେରକୁ ଆସିଛନ୍ତି । ଏନେଇ ଅଞ୍ଜନା ମିଶ୍ର ନିଜ ଓକିଲ ବିଭୁ ପ୍ରସାଦ ତ୍ରିପାଠୀଙ୍କ ଜରିଆରେ ଭୁବନେଶ୍ବର ସିନିୟର୍ ଡିଭିଜନ ସିଭିଲ ଜଜ୍‌ଙ୍କ କୋର୍ଟରେ ଏକ ମାନହାନି ମୋକଦ୍ଦମା ଦାୟର କରିଛନ୍ତି । ଏହି ମମଲାରେ କଞ୍ଚାଲଙ୍କା OTT ପ୍ଲାଟଫର୍ମ କର୍ତ୍ତୃପକ୍ଷଙ୍କ ସହ ଏହାର ମ୍ୟାନେଜିଂ ଡାଇରେକ୍ଟର ବିଭୁ ପ୍ରସାଦ ରଥ, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ, କ୍ୟାମେରା କ୍ବିନ୍‌ ପ୍ରଡକ୍ସନ ସହ ଏହାର ପ୍ରତିଷ୍ଠାତା ହିମାଦ୍ରି ତନୟା ଦାସ ଓ ୟୁଟ୍ୟୁବ୍ ଓ ଫେସବୁକ୍ ନାମରେ ମଧ୍ୟ ଏହାର ଟ୍ରାଏଲ୍‌ ପାଇଁ ମାମଲା ରୁଜୁ ହୋଇଛି । ଅଞ୍ଜନାଙ୍କ ବିନା ଅନୁମତିରେ ଏଭଳି କାହାଣି ପ୍ରସ୍ତୁତ କରାଯାଇଥିବା ବେଳେ ଏହା ତାଙ୍କୁ ଆଘାତ ଦେବା ସହ ଏହାକୁ ବ୍ୟବସାୟୀକରଣ କରିବା ଠିକ୍‌ ନୁହେଁ ବୋଲି ଅଞ୍ଜନା ମିଶ୍ର ପୁର୍ବରୁ ପ୍ରତିକ୍ରିୟା ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସୌରୀନ ଭଟ୍ଟଙ୍କୁ ମିଳିବନି ଜାମିନ୍‌ ! NBW ପାଇଁ ଆବେଦନ କଲା କମିଶନରେଟ ପୋଲିସ

୧୯୯୯ ମସିହାର ଏହି ଘଟଣା, ଯାହା ରାଜ୍ୟ ରାଜନୀତିର ଅନେକ ଚର୍ଚ୍ଚିତ ଓ ଶକ୍ତିଶାଳୀ ରାଜନୈତିକ ବ୍ୟକ୍ତିଙ୍କ ଭବିଷ୍ୟତ ବର୍ବାଦ କରିଦେଇଥିଲା । ତାହା ଏବେ ପୁଣି ବିବାଦ ଘେରକୁ ଆସିଛି । ଏହି କାହାଣୀ ଉପରେ ୱେବ୍‌ ସିରିଜ୍‌ ପ୍ରସ୍ତୁତ ହୋଇ ଓଟିଟିରେ ରିଲିଜ କରାଯଇଛି । ସିବିଆଇଠାରୁ ଆରମ୍ଭ କରି ପୋଲିସ ଓ ରାଜନୈତିକ କାହାଣୀ ଉପରେ ଆଧାରିତ ଏହି ବିବାଦୀୟ କାହାଣୀ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପାଇ ଅଡୁଆ ସୃଷ୍ଟି କରିବ ବୋଲି କୁହାଯାଉଛି । ତେବେ ଏହାର ଜବାବରେ କଣ ଉତ୍ତର‌ ରଖିବେ କଞ୍ଚାଲଙ୍କା କର୍ତ୍ତୃପକ୍ଷ, ତାହା ଏବେ ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details