ଓଡିଶା

odisha

ETV Bharat / state

ଲୋୟର ପିଏମଜିରେ ଗର୍ଜିଲେ ଅଙ୍ଗନବାଡ଼ି ଦିଦି, ସରକାରଙ୍କ ଚେତାବନୀକୁ ଚାଲେଞ୍ଜ ! - ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ବର ଲୋୟର ପିଏମଜିରେ ଅଙ୍ଗନବାଡ଼ି କର୍ମୀଙ୍କର ବିଶାଳ ରାଲି ଅନୁଷ୍ଠିତ ହୋଇଛି । ବିଭିନ୍ନ ଦାବି ନେଇ ଅଲ ଓଡ଼ିଶା ଅଙ୍ଗନବାଡ଼ି ୱାର୍କର୍ସ୍‌ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ରାଲିରେ ପ୍ରାୟ ୩୦ ହଜାର ଅଙ୍ଗନବାଡ଼ି କର୍ମୀ ସାମିଲ ହୋଇଥିଲେ । ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ସଙ୍ଘ । ଅଧିକ ପଢ଼ନ୍ତୁ

ଲୋୟର ପିଏମଜିରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ, ବିଭିନ୍ନ ଦାବି ନେଇ ଏକାଠି ହେଲେ ୩୦ ହଜାର
ଲୋୟର ପିଏମଜିରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ, ବିଭିନ୍ନ ଦାବି ନେଇ ଏକାଠି ହେଲେ ୩୦ ହଜାର

By

Published : Nov 21, 2022, 6:28 PM IST

ଭୁବନେଶ୍ବର: ଲୋୟର ପିଏମଜିରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ । ଅଲ ଓଡ଼ିଶା ଅଙ୍ଗନବାଡ଼ି ୱାର୍କର୍ସ୍‌ ଆସୋସିଏସନ୍ ପକ୍ଷରୁ ଏହି ବିଶାଳ ରାଲିରେ ପ୍ରାୟ ୩୦ ହଜାର ଅଙ୍ଗନବାଡ଼ି କର୍ମୀ ସାମିଲ ହୋଇଥିଲେ । ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଙ୍ଗନବାଡ଼ି କର୍ମୀ । ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ସମୂହ ଆନ୍ଦୋଳନ କରିବା ସହ ୧ ଲକ୍ଷରୁ ଊର୍ଦ୍ଧ ଅଙ୍ଗନବାଡି କେନ୍ଦ୍ର ବନ୍ଦ ହେବ ବୋଲି ଚେତାବନୀ ଦେଇଛନ୍ତି ।

ଲୋୟର ପିଏମଜିରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ, ବିଭିନ୍ନ ଦାବି ନେଇ ଏକାଠି ହେଲେ ୩୦ ହଜାର

ଅଙ୍ଗନବାଡ଼ି ୱାର୍କର୍ସ୍‌ ଆସୋସିଏସନ୍‌ର ସଭାପତି ସୁମିତ୍ରା ମହାପାତ୍ର କହିଛନ୍ତି, ସରକାର ଚେତାବନୀ ଦେଇଥିଲେ ଯିଏ ଆନ୍ଦୋଳନକୁ ଯିବ ତାକୁ ବହିଷ୍କାର କରାଯିବ, ସସପେଣ୍ଡ କରାଯିବ ଏହାକୁ ଚାଲେଞ୍ଜ କରି ୩୦ହଜାର ଅଙ୍ଗନବାଡ଼ି କର୍ମୀ ଏକାଠି ହୋଇଛନ୍ତି । ସରକାର ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀମାନ୍ୟତା ଦିଅନ୍ତୁ ନଚେତ ଜୋରଦାର ଆନ୍ଦୋଳନ ହେବ ।

ଏଥିସହ ବିଭିନ୍ନ ଦାବି ନେଇ ରାଜଧାନୀର ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଛି ଅଲ ଓଡ଼ିଶା ଅଙ୍ଗନବାଡ଼ି ୱାର୍କର୍ସ୍‌ ଆସୋସିଏସନ୍ (All Odisha Anganwadi Workers Association) । ଏଥିରେ ପ୍ରାୟ ୩୦ ହଜାର ଅଙ୍ଗନବାଡ଼ି କର୍ମୀ ସାମିଲ ହୋଇଥିଲେ । ତେବେ ସେମାନଙ୍କର ରହିଥିବା ବିଭିନ୍ନ ଦାବି ମଧ୍ୟରୁ ପ୍ରମୁଖ ଦାବି ଗୁଡ଼ିକ ହେଉଛି ୨୦୧୮-୧୯ରେ ଯେଉଁ ୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ସରକାର ବାହାର କରିଦେଇଥିଲେ, ସେମାନଙ୍କୁ ପୁଣିଥରେ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ସମସ୍ତଙ୍କୁ ସରକାରୀ ମାନ୍ୟତା ଦିଆଯାଉ । ଯଦି ସରକାରୀ ମାନ୍ୟତା ଦିଆନଯିବ, ତେବେ ବିଧିବଦ୍ଧ ଭାବରେ ୧୮ ହଜାର ଟଙ୍କା କର୍ମୀମାନଙ୍କୁ ଏବଂ ସହାୟିକାଙ୍କୁ ୯ ହଜାର ଟଙ୍କା ଦିଆଯାଉ ।

ସେହିଭଳି ଯେତେବେଳେ କୌଣସି ଅଙ୍ଗନବାଡି କର୍ମୀ ଅବସର ନେଉଛନ୍ତି, ସେମାନଙ୍କୁ ୫ ଲକ୍ଷ ଟଙ୍କା ଦେବା ସହିତ ପ୍ରତି ମାସରେ ୫ ହଜାର ଟଙ୍କା ପେନ୍‌ସନ୍‌ ଦେବାକୁ ଦାବି କରିଛନ୍ତି । ଅଙ୍ଗନବାଡ଼ି ୱାର୍କର୍ସ୍‌ ଆସୋସିଏସନ୍‌ର ସଭାପତି କହିଛନ୍ତି, "ଯେଉଁଠାରେ ମିନି ଅଙ୍ଗନବାଡ଼ି କର୍ମୀ ରହିଛନ୍ତି ସେମାନଙ୍କୁ ମୁଖ୍ୟ ଅଙ୍ଗନବାଡ଼ି କର୍ମୀ ଭାବରେ ସରକାର ନିଯୁକ୍ତ କରାନ୍ତୁ । ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉ ଏବଂ ସେମାନଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ କରାଯାଉ ।"

ତେବେ ସରକାର ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତି ଅବହେଳା କରିଥିବା ଅଭିଯୋଗ କରି ଅନେକ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦି ସରକାର ଏହି ଦାବି ଗୁଡ଼ିକ ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ସମସ୍ତେ ଆନ୍ଦୋଳନ କରିବା ସହ ୧ ଲକ୍ଷରୁ ଊର୍ଦ୍ଧ ଅଙ୍ଗନବାଡି କେନ୍ଦ୍ର ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛି ସଙ୍ଘ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details