ଓଡିଶା

odisha

By

Published : Dec 9, 2022, 10:04 PM IST

ETV Bharat / state

ପୁଣି ଗର୍ଜିଲେ ଅଙ୍ଗନବାଡିକର୍ମୀ, ନ୍ୟୁନମାନର ମୋବାଇଲ ଦିଆଯାଉଥିବା ଅଭିଯୋଗ

ଭୁବନେଶ୍ବର ଲୋୟର ପିଏମଜିରେ ଅଙ୍ଗନବାଡିକର୍ମୀଙ୍କ ବିଧାନସଭା ଘେରାଉ । ଦାବିକୁ କାର୍ଯ୍ୟକାରୀ କରିବାକୁ ଅଙ୍ଗନବାଡିକର୍ମୀଙ୍କ ସରକାରଙ୍କୁ ଚେତାବନୀ । ଅଧିକ ପଢନ୍ତୁ

ପୁଣି ଗର୍ଜିଲେ ଅଙ୍ଗନବାଡିକର୍ମୀ, ନ୍ୟୁନମାନର ମୋବାଇଲ ଦିଆଯାଉଥିବା ଅଭିଯୋଗ
ପୁଣି ଗର୍ଜିଲେ ଅଙ୍ଗନବାଡିକର୍ମୀ, ନ୍ୟୁନମାନର ମୋବାଇଲ ଦିଆଯାଉଥିବା ଅଭିଯୋଗ

ଭୁବନେଶ୍ବର:ପୁଣି ଗର୍ଜିଲେ ଅଙ୍ଗନବାଡିକର୍ମୀ । ବ୍ୟାପକ ସଂଖ୍ୟାରେ ଭୁବନେଶ୍ବର ଲୋୟର ପିଏମଜି ଠାରେ କରିଛନ୍ତି ବିଧାନସଭା ଘେରାଉ । ଦୀର୍ଘ ଦିନ ଧରି ଦାବି କରି ଆସୁଥିବା ବେଳେ ତାହାକୁ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଅଙ୍ଗନବାଡିକର୍ମୀ ।

ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟ ଏବଂ ଗୁରୁତ୍ବପୂର୍ଣ୍ଣ ଦାବି ହେଉଛି କେନ୍ଦ୍ର ସରକାର ଟଙ୍କା ଦେଇଥିବା ବେଳେ ଟଙ୍କା ହଡପ କରାଯାଇଛି। ସମସ୍ତଙ୍କୁ ମୋବାଇଲ ଦେବା ପାଇଁ କେନ୍ଦ୍ର ସରକାର 14 ହଜାର ଟଙ୍କା ଦେଇଥିଲେ ସୁଦ୍ଧା ରାଜ୍ୟ ସରକାର ନ୍ୟୁନମାନର ମୋବାଇଲ ଦେଇଛନ୍ତି । ଯାହାର ଦାମ 4 ରୁ 5 ହଜାର ଟଙ୍କା। ତେବେ ସେହିଭଳି ମୋବାଇଲକୁ ବ୍ୟବହାର କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଅଙ୍ଗନବାଡି କର୍ମୀ।

ଏଥିସହ 2018-19 ରେ ଯେଉଁ 6 ଜଣ ଅଙ୍ଗନବାଡି କର୍ମୀଙ୍କୁ ବାହାର କରି ଦେଇଥିଲେ ସରକାର ସେମାନଙ୍କୁ ପୁଣି ଥରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦେଶ ଦେବା ସହ ସମସ୍ତଙ୍କୁ ସରକାରୀ ମାନ୍ୟତା ଦିଆଯାଉ । ଏନେଇ ଯଦି ସରକାରୀ ମାନ୍ୟତା ନ ଦିଆଯାଉଛି ତେବେ ବିଧିବଦ୍ଧ ଭାବରେ 18 ହଜାର ଟଙ୍କା କର୍ମୀ ମାନଙ୍କୁ ଏବଂ ସହାୟିକାଙ୍କୁ 9ହଜାର ଟଙ୍କା ଦିଆଯାଉ ।

ଏହାଛଡା ଯେତେବେଳେ କୌଣସି ଅଙ୍ଗନବାଡି କର୍ମୀ ଅବସର ନେଉଛନ୍ତି ତାହାଲେ ସେମାନଙ୍କୁ 5ଲକ୍ଷ୍ୟ ଟଙ୍କା ଦେବା ସହିତ ପ୍ରତି ମାସରେ 5ହଜାର ଟଙ୍କା, ମିନି ଅଙ୍ଗନବାଡିକର୍ମୀଙ୍କୁ ସରକାରୀ ନିଯୁକ୍ତି ସହିତ ଯେଉଁ କର୍ମୀ ମୃତ୍ୟୁବରଣ କରୁଛନ୍ତି ତାହାଲେ ସେମାନଙ୍କ ପରିବାରକୁ 5ଲକ୍ଷ୍ୟ ଟଙ୍କା ଅନୁଦାନ ସହିତ ସେମାନଙ୍କ ପରିବାରର ଜଣଙ୍କୁ ଚାକିରି ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details