ଖୋର୍ଦ୍ଧା: ସୋମବାର 14ଦଫା ଦାବି ନେଇ ରାଜରାସ୍ତାରେ ଗର୍ଜିଛନ୍ତି ଅଙ୍ଗନବାଡି କର୍ମୀ ଓ ସହାୟିକା । ଏପରିକି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।
ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡି କର୍ମୀ ଓ ସହାୟିକା - anganwadi karmi protest in khurda
ସୋମବାର 14ଦଫା ଦାବି ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଅଙ୍ଗନବାଡି କର୍ମୀ ଓ ସହାୟିକା।
ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ ଚାକିରୀର ମାନ୍ୟତା ସହ କର୍ମୀଙ୍କୁ ମାସିକ 18000 ଓ ସହାୟିକାଙ୍କୁ 9000 ଟଙ୍କା ପ୍ରଦାନ କରିବା, ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟ ତାଲିକାର ମୂଲ୍ୟ ବୃଦ୍ଧି, ଗାଁ କଲ୍ୟାଣ ସମିତି କାର୍ଯ୍ୟରୁ କର୍ମୀଙ୍କୁ ବାଦ ଦେବା ସହ 1ମାସ ଗ୍ରୀଷ୍ମ ଛୁଟି ପ୍ରଦାନ କରିବ, ଗ୍ରାଚୁଇଟି ଏବଂ ଅବସର କାଳୀନ ଭତ୍ତା ପ୍ରଦାନ, ବରିଷ୍ଠତା ଭିତରେ ବେତନ, ଦୁର୍ଘଟଣା ଜନିତ ସହାୟତା, ଅଙ୍ଗନବାଡ଼ି କେନ୍ଦ୍ରକୁ ରନ୍ଧନ ଗ୍ୟାସ ଯୋଗାଇବା ଆଦି 14ଦଫା ଦାବି ନେଇ ସୋମବାର ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡି କର୍ମୀ ଓ ସହାୟିକା ଖୋର୍ଦ୍ଧା ନୂଆଁ ବସଷ୍ଟାଣ୍ଡରୁ ଏକ ବିଶାଳ ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ