ଭୁବନେଶ୍ବର:ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆନ୍ଧ୍ରପ୍ରଦେଶ ଶିକ୍ଷା ସଚିବ । ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଆନ୍ଧ୍ରପ୍ରଦେଶ ଶିକ୍ଷା ବିଭାଗ ସଚିବ ଏସ୍. ସୁରେଶ କୁମାର ଓଡ଼ିଶା ଗସ୍ତରେ ଅଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭାଗୀୟ ଶାସନ ସଚିବ ଅଶ୍ୱଥି ଏସ୍ଙ୍କ ସହ ଆଲୋଚନା କରିଛନ୍ତି । ଡିଜିଟାଲ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଓଡ଼ିଶା ନେଇଥିବା ବିଭିନ୍ନ ପଦକ୍ଷେପକୁ ଏସ୍. ସୁରେଶ କୁମାର ପ୍ରଶଂସା କରିଛନ୍ତି ।
ଆନ୍ଧ୍ରପ୍ରଦେଶ ଶିକ୍ଷା ବିଭାଗ ସଚିବ ଏସ୍. ସୁରେଶ କୁମାରଙ୍କ ଓଡ଼ିଶା ଗସ୍ତ ସମୟରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ଆଣିବା ଲାଗି ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ବିକାଶମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିଛନ୍ତି ଏବଂ ଏହାର କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ ଅବଗତ ହୋଇଛନ୍ତି । ଏହି ଅବସରରେ ସେ ‘ମୋ ସ୍କୁଲ୍ ଅଭିଯାନ’ ରାଜ୍ୟ କାର୍ଯ୍ୟାଳୟ ଯାଇ ସେଠାରେ ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଛନ୍ତି । ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସହଭାଗିତାରେ କିଭଳି ଓଡ଼ିଶା ସ୍କୁଲ୍ ଶିକ୍ଷା ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ସେନେଇ ପଚାରି ବୁଝିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:CM Naveen Patnaik to Visit Ganjam: ଆସୁଛନ୍ତି ନବୀନ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କରିବେ ଉଦଘାଟନ