ଓଡିଶା

odisha

ଆନନ୍ଦପୁର ପୈାର ପରିଷଦ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନରେ ସାମିଲ୍

By

Published : Jan 17, 2023, 12:45 PM IST

ଆନନ୍ଦପୁର ପୈାର ପରିଷଦ ସହରାଞ୍ଚାଳ ସ୍ବାସ୍ଥ୍ୟ ମିଶନରେ ସାମିଲ୍। ଏହି ପୈାର ପରିଷଦକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର ୫୦ ଟି ପୈାରାଞ୍ଚଳ ଜାତୀୟ ସହରାଞ୍ଚାଳ ସ୍ବାସ୍ଥ୍ୟ ମିଶନରେ ସାମିଲ ହୋଇଛି। ଅଧିକ ପଢନ୍ତୁ

anandpur municipality
anandpur municipality

ଭୁବନେଶ୍ବର:ଆନନ୍ଦପୁର ପୈାର ପରିଷଦ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନରେ ସାମିଲ ହୋଇଛି । କେନ୍ଦୁଝର ଜିଲ୍ଲାସ୍ଥିତ ଆନନ୍ଦପୁର ପୈାର ପରିଷଦରେ ଜନସାଧାରଣଙ୍କ ସ୍ବାସ୍ଥ୍ୟାବସ୍ଥାର ଦୃତ ବିକାଶ ପାଇଁ ରାଜ୍ୟ ସରକାର ଏହି ପୈାର ପରିଷଦକୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନରେ ସାମିଲ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଅଫିସ୍ ଆଦେଶନାମା ସଂଖ୍ୟା ୧୧୩୭ ଜାନୁଆରୀ 16ରେ ଏହା ପ୍ରକାଶ କରାଯାଇଛି ।

anandpur municipality

ତେବେ ଏହି ପୈାର ପରିଷଦକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର ୫୦ଟି ପୈାରାଞ୍ଚଳ ଜାତୀୟ ସହରାଞ୍ଚାଳ ସ୍ୱାସ୍ଥ୍ୟ ମିଶନରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛି । ମୁଖ୍ୟତଃ ୫୦ ହଜାରରୁ ଉର୍ଦ୍ଧ୍ଵ ଜନସଂଖ୍ୟା ଥିବା ସହରାଞ୍ଚାଳକୁ ଏହି ମିଶନରେ ସାମିଲ ପାଇଁ ବିଚାର କରାଯାଇଥାଏ । ମିଶନରେ ସାମିଲ ହେଲେ ଉକ୍ତ ଅଞ୍ଚଳରେ ସାର୍ବଜନୀନ ଟୀକାକରଣ ସହ ମହିଳା ଓ ଶିଶୁ ଯତ୍ନ ଆଦି ସେବା ଯୋଗାଣ ଅଧିକ ସରଳ ଓ ସୁଗମ ହୁଏ । ଏଥିସହ ସହରାଞ୍ଚଳରେ ହେଲଥ୍ ଆଣ୍ଡ୍ ୱେଲନେସ୍ କେନ୍ଦ୍ର ଖୋଲାଯାଏ।

ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଜାତୀୟ ସହରାଞ୍ଚଳରେ ସ୍ୱାସ୍ଥ୍ୟ ମିଶନରେ ସାମିଲ ହୋଇଥିବା ସହରମାନଙ୍କରେ ୫୫ଟି ହେଲଥ୍ ଆଣ୍ଡ୍ ୱେଲନେସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସମୁଦାୟ ୧୨୨ଟି ହେଲ୍‌ଥ୍ ଆଣ୍ଡ୍ ୱେଲ୍‌ନେସ୍ କେନ୍ଦ୍ର କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରଖି କ୍ଷେତ୍ର ସ୍ତରୀୟ କାର୍ଯ୍ୟାନ୍ବୟନରେ ତ୍ଵରାନ୍ବିତ କରାଯାଇଛି । ଏପଟେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ପ୍ରତିଦିନ ଏକାଧିକ ଜାଗାରେ ସରକାରୀ ହସ୍ପିଟାଲ୍‌ରେ ସ୍ୱାସ୍ଥ୍ୟ ସେବାକୁ ନେଇ ଅଭିଯୋଗ ତାଲିକା ଲମ୍ବି ଚାଲିଛି । ଏହାର ଏକ ପ୍ରମୁଖ କାରଣ ହୋଇଛି ଡାକ୍ତର ସଙ୍କଟ । ସରକାର ହସ୍ପିଟାଲ୍‌ କୋଠା, ଯନ୍ତ୍ରପାତି ସବୁ ପ୍ରସ୍ତୁତ କରୁଥିଲେ ବି ଡାକ୍ତର ଅଭାବରୁ ସ୍ୱାସ୍ଥ୍ୟ ସେବା ବିଗିଡ଼ି ଯାଉଛି, ଏହାକୁ ସ୍ୱୀକାର କରିବାକୁ ପଡ଼ିବ । ପୁଣି ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲାଯାଉଥିଲା ବେଳେ ସେଠାରେ ମଧ୍ୟ ଆବଶ୍ୟକ ଡାକ୍ତରୀ ଶିକ୍ଷକ ଓ କର୍ମଚାରୀ ନାହାନ୍ତି । ଡାକ୍ତରୀ ଶିକ୍ଷକ ଯଥେଷ୍ଟ ନ ଥିବା ଏକ ଗୁରୁତର ସମସ୍ୟା ।

ଇଟିଭି ଭାରତ , ଭୁବନେଶ୍ବର

ABOUT THE AUTHOR

...view details