ଓଡିଶା

odisha

ETV Bharat / state

ପାର୍ଥବୀ କାବ୍ୟ ରାମାୟଣ ରଚନା କଲେ ଚାଟଶାଳୀ ପଢିଥିବା ବୃଦ୍ଧ - ବୃଦ୍ଧଙ୍କ କାବ୍ୟ ରଚନା ଖୋର୍ଦ୍ଧା

ଖୋର୍ଦ୍ଧା ଚିରାମପୁର ଗ୍ରାମର ଜଣେ 80 ବର୍ଷୀୟ ବୃଦ୍ଧ ରଚନା କରିଛନ୍ତି ସରଳ ଭାଷାରେ 'ପାର୍ଥବୀ କାବ୍ୟ' ରାମାୟଣ, ଯାହାର ପ୍ରତିଟି ପଦ 'ପ'ରୁ ଆରମ୍ଭ । ଏଥିସହ 18 ଖଣ୍ଡ ପୁସ୍ତକ ମଧ୍ୟ ଲେଖିଛନ୍ତି । ହେଲେ ଏସବୁକୁ ଲୋକଲୋଚନକୁ ଆସିପାରୁନାହିଁ । ଏଥିପାଇଁ ସରକାରୀସ୍ତରରେ ସହାୟତା ଲୋଡିଛନ୍ତି ମହେନ୍ଦ୍ର । ଅଧିକ ପଢନ୍ତୁ

ପାର୍ଥବୀ କାବ୍ୟ ରାମାୟଣ ରଚନା କଲେ ଚାଟଶାଳୀ ପଢିଥିବା ବୃଦ୍ଧ
ପାର୍ଥବୀ କାବ୍ୟ ରାମାୟଣ ରଚନା କଲେ ଚାଟଶାଳୀ ପଢିଥିବା ବୃଦ୍ଧ

By

Published : Dec 16, 2021, 4:34 PM IST

ଖୋର୍ଦ୍ଧା: ଜିଲ୍ଲା ସ୍ଥିତ ଚିରାମପୁର ଗ୍ରାମର କବି ମହେନ୍ଦ୍ର ବିଶ୍ୱାଳ । ବୟସ 80 ଛୁଇଁଲାଣି, ଆଉ ଏହି ବୟସରେ ସେ ରଚନା କରିଛନ୍ତି 'ପାର୍ଥବୀ କାବ୍ୟ' ରାମାୟଣ, ଯାହାର ପ୍ରତିଟି ପଦ 'ପ'ରୁ ଆରମ୍ଭ ।

ସେହିପରି ମହେନ୍ଦ୍ର ବିଭିନ୍ନ କାବ୍ୟ, ଭଜନ ଓ ସଂସ୍କାରଧର୍ମୀ ପୁସ୍ତକ ମଧ୍ୟ ଲେଖିଛନ୍ତି । ହେଲେ ଅର୍ଥ ଅଭାବରୁ ଏସବୁ ପୁସ୍ତକର ହୋଇପାରୁନି ପ୍ରଚାର ପ୍ରସାର । ବଣ ମଲ୍ଲି ବଣରେ ରହିବା ପରି ମହେନ୍ଦ୍ରଙ୍କ ପୁସ୍ତକ ତାଙ୍କ ପଢା ଟେବୁଲ ଉପରେ ହିଁ ରହିଯାଇଛି ।

ପାର୍ଥବୀ କାବ୍ୟ ରାମାୟଣ ରଚନା କଲେ ଚାଟଶାଳୀ ପଢିଥିବା ବୃଦ୍ଧ

1872 ମସିହାରେ ଜଳସେଚନ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ମହେନ୍ଦ୍ର । ହେଲେ ସଂସ୍କୃତ ଓ ସାହିତ୍ୟର ସେବା ପାଇଁ ଚାକିରି ଛାଡିଲେ । ସମାଜରେ ପ୍ରଚଳିତ ରାମାୟଣରେ ବହୁ ଘଟଣାକୁ ଅତିରଞ୍ଜିତ କରି ବର୍ଣ୍ଣନା କରାଯାଇଥିବାରୁ 'ପାର୍ଥବୀ କାବ୍ୟ' ରାମାୟଣ ରଚନା କରିଥିବା କହନ୍ତି ମହେନ୍ଦ୍ର । ଏଥିପାଇଁ ତାଙ୍କୁ 9 ମାସ 13 ଦିନ ସମୟ ଲାଗିଥିଲା । ଏଥିରେ 60 ଛନ୍ଦ ରହି ଥିବାବେଳେ ମୋଟ 240 ଟି ପୃଷ୍ଠା ରହିଛି ।

ଏଥିରେ ରାମଙ୍କ ଜନ୍ମଠୁ ଆରମ୍ଭ କରି ରାଜ୍ୟାଭିଷେକ ପର୍ଯ୍ୟନ୍ତ ବର୍ଣ୍ଣନା କରାଯାଇଛି । ଏପରିକି 'ପାର୍ଥବୀ କାବ୍ୟ' ଛଡା ମହେନ୍ଦ୍ର ବୈଦିକ ତତ୍ତ୍ବ, ନାରୀ ଚେତନା, ଗୋମାତା ଦୁଃଖ, ଜୀବ ବଦ୍ଧ ମହାପାପ ଭଳି 18 ଟି ପୁସ୍ତକ ରଚନା କରିଛନ୍ତି ।

ଏଥିପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲେ ମଧ୍ୟ ସର୍ବସମ୍ମୁଖକୁ ଆସିପାରିନି ତାଙ୍କ ରଚନା । ଏଥିପାଇଁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ମହେନ୍ଦ୍ରଙ୍କ କାବ୍ୟକୁ ଲେକ ଲୋଚନକୁ ଆଣିବାକୁ ଦାବି କରିଛନ୍ତି ଚିରାମାରୁ ଗ୍ରାମବାସୀ ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details