ଓଡିଶା

odisha

ETV Bharat / state

ଓଡ଼ିଶା ଦେଇ ଚାଲିବ ଅମୃତ ଭାରତ ଏକ୍ସପ୍ରେସ, ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ - ଅମୃତ ଭାରତ ଏକ୍ସପ୍ରେସ

Amrit Bharat Express; ଓଡ଼ିଶା ଦେଇ ଚାଲିବ ଅମୃତ ଭାରତ ଏକ୍ସପ୍ରେସ । ଆଜି ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ଜରିଆରେ ମାଲଦା ଟାଉନ-ବେଙ୍ଗାଲୁରୁ 'ଅମୃତ ଭାରତ ଟ୍ରେନ'କୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏନେଇ ସୂଚନା ଦେଇଛି ପୂର୍ବତଟ ରେଳପଥ । ରୁଟ୍ ବିଷୟରେ ଜାଣନ୍ତୁ...

ଅମୃତ ଭାରତ ଏକ୍ସପ୍ରେସ
ଅମୃତ ଭାରତ ଏକ୍ସପ୍ରେସ

By ETV Bharat Odisha Team

Published : Dec 29, 2023, 10:07 PM IST

Updated : Dec 30, 2023, 9:04 AM IST


ଭୁବନେଶ୍ବର:ଓଡ଼ିଶା ଦେଇ ଚାଲିବ 'ଅମୃତ ଭାରତ ଏକ୍ସପ୍ରେସ'। ଆଜି (ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନର ଶୁଭାରମ୍ଭ କରିବେ। ଓଡ଼ିଶାରେ 8ଟି ଷ୍ଟେସନରେ ରହଣି ସହ ପୂର୍ବତଟ ରେଳପଥ ପରିସୀମାରେ 11 ଟି ରେଳ ଷ୍ଟେସନରେ ରହଣି କରିବ । ଏନେଇ ସୂଚନା ଦେଇଛି ପୂର୍ବତଟ ରେଳପଥ ।

ଅମୃତ ଭାରତ ଏକ୍ସପ୍ରେସ


ଆଜି ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ଜରିଆରେ ମାଲଦା ଟାଉନ-ବେଙ୍ଗାଲୁରୁ 'ଅମୃତ ଭାରତ ଟ୍ରେନ'କୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଅଯୋଧ୍ୟା ଧାମରୁ 6 ଟି ନୂତନ ବନ୍ଦେ ଭାରତ ଟ୍ରେନ୍ ଏବଂ ଦୁଇଟି ଅମୃତ ଭାରତ ଟ୍ରେନ୍ ଶୁଭାରମ୍ଭ କରାଯିବ । ଆଜି ପୂର୍ବାହ୍ନ 11ଟାରେ ମାଲଦା ଟାଉନରୁ ଛାଡି ଜାନୁୟାରୀ ପହିଲା ରାତି 8ଟାରେ ବେଙ୍ଗାଲୁରୁରେ ପହଞ୍ଚିବ । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଏହି ଟ୍ରେନ ଆଜି ଭଦ୍ରକ ଷ୍ଟେସନରେ ରାତି 9ଟା 58ରେ ପହଞ୍ଚିବ ଏବଂ ରାତି 10ଟାରେ କଟକ ଅଭିମୁଖେ ଯାତ୍ରା କରିବ । ଏହି ଟ୍ରେନ୍ ରାତ୍ରି 10ଟା 50ରେ କଟକରେ ପହଞ୍ଚିବ ଏବଂ 31 ଡିସେମ୍ବର ସକାଳ 7ଟାରେ ଭୁବନେଶ୍ୱର ଯାତ୍ରା କରିବ।

31 ଡିସେମ୍ବରରେ ଏହି ଟ୍ରେନ୍ ଭୁବନେଶ୍ୱରରୁ ସକାଳ 7ଟା 40ରେ ଖୋର୍ଦ୍ଧା ରୋଡଠାରୁ ସକାଳ 8ଟା 20ରେ ଏବଂ ବ୍ରହ୍ମପୁରରୁ ସକାଳ 9ଟା 55ରେ ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ। ଏହା ଶ୍ରୀକାକୁଲମଠାରୁ ପୂର୍ବାହ୍ନ 11ଟା 05ରେ ବିଜୟନଗରମଠାରୁ ପୂର୍ବାହ୍ନ 11ଟା 50ରେ ଏବଂ ବିଶାଖାପାଟନମରୁ ଅପରାହ୍ନ 1ଟା 50ରେ ଛାଡି ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ। ତେବେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଓଡ଼ିଶାରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ରେଳ ଷ୍ଟେସନ ଏବଂ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଜୟନଗରମ ଏବଂ ବିଶାଖାପାଟନମ ଷ୍ଟେସନ ଗୁଡ଼ିକରେ ସାଂସଦ ଏବଂ ବିଧାୟକମାନେ ଏହି ଟ୍ରେନକୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି ।

ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ ହେଉଛି 'ଅମୃତ ଭାରତ ଏକ୍ସପ୍ରେସ'। ଏହା ଏକ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ LHB କୋଚ ଦ୍ୱାରା ଚଳାଚଳ କରିବ । ଏହା ପୁସ୍ ପୁଲ ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଂଜିନ ସହିତ ଚଳାଚଳ କରିବ। ରେଳ ଯାତ୍ରୀମାନଙ୍କ ପାଇଁ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତ ଲଗେଜ୍ ର୍ୟାକ୍, ଉପଯୁକ୍ତ ମୋବାଇଲ ଧାରକ ସହିତ ମୋବାଇଲ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି, ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ଯୋଗାଇଦେବ।

ଏହା ମଧ୍ୟ ପଢନ୍ତୁ...ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ ଟର୍ମିନାଲ; ପ୍ରଥମ ଝଲକ ସେୟାର କଲେ ରେଳମନ୍ତ୍ରୀ


ମାଲଦା ଟାଉନରୁ 7 ଜାନୁଆରୀରୁ ଏବଂ SMVT ବେଙ୍ଗାଲୁରୁରେ 9 ଜାନୁଆରୀରୁ ନିୟମିତ ସେବା ଆରମ୍ଭ କରାଯିବ। ଏହି ଟ୍ରେନ୍ ପ୍ରତ୍ୟେକ ରବିବାର ଦିନ ପୂର୍ବାହ୍ନ 8ଟା 50ରେ ମାଲଦା ଟାଉନ ଛାଡି ମଙ୍ଗଳବାର ଦିନ ଭୋର 3ଟାରେ ବେଙ୍ଗାଲୁରୁରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ବେଙ୍ଗାଲୁରୁରୁ ପ୍ରତ୍ୟେକ ମଙ୍ଗଳବାର ଦିନ ଅପରାହ୍ନ 1ଟା 50ରେ ଛାଡି ଗୁରୁବାର ଦିନ ପୂର୍ବାହ୍ନ 11ଟାରେ ମାଲଦା ଟାଉନରେ ପହଞ୍ଚିବ। ଏହି ଟ୍ରେନ ଓଡ଼ିଶାରେ ଜଳେଶ୍ୱର, ବାଲେଶ୍ୱର, ସୋରୋ, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ଏବଂ ଆନ୍ଧ୍ର ପ୍ରଦେଶରେ ପୂର୍ବତଟ ରେଳପଥ ମଧ୍ୟରେ ଶ୍ରୀକାକୁଲମ, ବିଜୟନଗରମ ଏବଂ ବିଶାଖାପାଟନମ ଷ୍ଟେସନ ଠାରେ ରହଣି କରିବ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 30, 2023, 9:04 AM IST

ABOUT THE AUTHOR

...view details