ଖୋର୍ଦ୍ଧା: ସାମୁଦ୍ରିକ ଝଡ 'ଅମ୍ଫାନ' ତା'ର କରାଳ ରୂପ ଧାରଣ କରିସାରିଛି । ତା'ର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାରେ ମଙ୍ଗଳବାର ଠାରୁ ବର୍ଷା ପବନ ଜାରି ରହିଛି । ଅମ୍ଫାନ ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ହୋଇଛି ।
ମଙ୍ଗଳବାର ରାତିରେ ଚିଲିକା ତଟବର୍ତ୍ତୀ ଅଞ୍ଚଳରୁ ପ୍ରାୟ 1385 ଜଣ ଲୋକଙ୍କୁ 22ଟି ଆଶ୍ରୟ ସ୍ଥଳୀରେ ସୁରକ୍ଷିତ ରଖାଯାଇଛି । ବାତ୍ୟା ଅମ୍ଫାନ ଦ୍ବାରା ଖୋର୍ଦ୍ଧା ଜିଲ୍ଲା ବିଶେଷ ପ୍ରଭାବିତ ହେଉନଥିବା ପାଣିପାଗ ବିଭାଗ କହିଥିବାବେଳେ ଜିଲ୍ଲା ପ୍ରଶାସନ କିନ୍ତୁ ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ଥିବା ଜଣାପଡିଛି ।