ଓଡିଶା

odisha

ETV Bharat / state

୨୩ରେ ଓଡି଼ଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ! - ଅମିତ ଶାହଙ୍କ ଓଡିଶା ଗସ୍ତ

ଆସନ୍ତା ୨୩ ତାରିଖରେ ଓଡି଼ଶା ଆସିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ

ଓଡି଼ଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ଓଡି଼ଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

By

Published : Feb 8, 2023, 12:47 PM IST

Updated : Feb 8, 2023, 1:13 PM IST

ଭୁବନେଶ୍ବର:ପୁଣି ଓଡି଼ଶା ଆସିପାରନ୍ତି ଅମିତ୍ ଶାହ । ଆସନ୍ତା ଫେବୃୟାରୀ ୨୩ ତାରିଖରେ ବିଜେପିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡି଼ଶା ଆସିପାରନ୍ତି । ଶାହ ଓଡିଶା ଆସି ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀ ଭଦ୍ରକ ଓ ଢେଙ୍କାନାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସେ ବୁଥସ୍ତରୀୟ ବୈଠକ ଓ ସଭାକୁ ଉଦବୋଧନ ଦେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ସୂଚନା ମିଳିଛି ।

ଏହାପୂର୍ବର ଅମିତ ଶାହ ଗତବର୍ଷ ଅଗଷ୍ଟ ୭ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ଭୁବନେଶ୍ବର ଓ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ କଟକ ଇନଡ଼ୋର୍ ଷ୍ଟାଡ଼ିୟମରେ ପ୍ରଜାତନ୍ତ୍ର ଖବରକାଗଜର ୭୫ତମ ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ମଧ୍ୟ ଯୋଗ ଦେଇଥିଲେ । ଏହାସହିତ ସେ ଭୁବନେଶ୍ବର ଦଳୀୟ କାର୍ଯ୍ୟାଳୟରେ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଶାହ ଭୁବନେଶ୍ବର ସ୍ଥିତ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରିଦର୍ଶନ କରିଥିଲେ । ଲିଙ୍ଗରାଜଙ୍କୁ ଦର୍ଶନ କରି ମନ୍ଦିରରେ ଜଳାଭିଷେକ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 8, 2023, 1:13 PM IST

ABOUT THE AUTHOR

...view details