ଓଡିଶା

odisha

Ama Hospital: 93ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଖୋଲିବ ଆହାର କେନ୍ଦ୍ର

ଚଳିତ ବର୍ଷ ଅକ୍ଟୋବର ୩୦ ତାରିଖ ସୁଦ୍ଧା ଏହି ଡାକ୍ତରଖାନା ଗୁଡ଼ିକରେ ବିଭିନ୍ନ କାର୍ଯ୍ୟ ଗୁଡ଼ିକ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏହି ପରିପ୍ରେକ୍ଷୀରେ 147 ଟି ଡାକ୍ତରଖାନା ମଧ୍ୟରୁ ଆହାର କେନ୍ଦ୍ର କେବଳ ମାତ୍ର 54 ଟି ଡାକ୍ତରଖାନାରେ ଉପଲବ୍ଧ ରହିଛି। ତେବେ ବାକି 93 ଟି ଡାକ୍ତରଖାନା ନିକଟରେ ଆହାର କେନ୍ଦ୍ର ଖୋଲିବା ପାଇଁ ନିଷ୍ପତି କରାଯାଇଛି। ଅଧିକ ପଢନ୍ତୁ

By

Published : Jun 21, 2023, 10:38 PM IST

Published : Jun 21, 2023, 10:38 PM IST

Ama Hospital: 93 ଟି  ସ୍ବାସ୍ଥ୍ୟ କେନ୍ଦ୍ରରେ ଖୋଲିବ ଆହାର କେନ୍ଦ୍ର
Ama Hospital: 93 ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଖୋଲିବ ଆହାର କେନ୍ଦ୍ର

ଭୁବନେଶ୍ବର: 93 ଟି ‘ଆମ ହସ୍ପିଟାଲ ' ସ୍ଵାସ୍ଥ୍ୟ କେନ୍ଦ୍ରରେ ଖୋଲିବ ଆହାର କେନ୍ଦ୍ର। ହସ୍ପିଟାଲକୁ ଶହ ଶହ ମାତ୍ରାରେ ରୋଗୀ ଓ ସମ୍ପର୍କୀୟ ମାନେ ଆସୁଥିବାରୁ ସେମାନଙ୍କ ମୌଳିକ ସୁବିଧା ସୁଯୋଗ କୁ ଯୋଗାଇ ଦେବା ପାଇଁ ଏଭଳି ନିଷ୍ପତ୍ତି କରାଯାଇଛି। ୨୮ ଟି ଜିଲ୍ଲାର ୯୩ ଟି ହସ୍ପିଟାଲ ନିକଟରେ ଖୋଲିବ ନୁଆ ଆହାର କେନ୍ଦ୍ର। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ "ଆମ ହସ୍ପିଟାଲ" ର 5T ପଦକ୍ଷେପ ଅନୁଯାୟୀ ପରିବର୍ତ୍ତନ ପାଇଁ 147 ଜନସ୍ବାସ୍ଥ୍ୟ ସୁବିଧା ଗ୍ରହଣ କରାଯାଇଛି।

ଚଳିତ ବର୍ଷ ଅକ୍ଟୋବର ୩୦ ତାରିଖ ସୁଦ୍ଧା ଏହି ଡାକ୍ତରଖାନା ଗୁଡ଼ିକରେ ବିଭିନ୍ନ କାର୍ଯ୍ୟ ଗୁଡ଼ିକ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏହି ପରିପ୍ରେକ୍ଷୀରେ 147 ଟି ଡାକ୍ତରଖାନା ମଧ୍ୟରୁ ଆହାର କେନ୍ଦ୍ର କେବଳ ମାତ୍ର 54 ଟି ଡାକ୍ତରଖାନାରେ ଉପଲବ୍ଧ ରହିଛି। ତେବେ ବାକି 93 ଟି ଡାକ୍ତରଖାନା ନିକଟରେ ଆହାର କେନ୍ଦ୍ର ଖୋଲିବା ପାଇଁ ନିଷ୍ପତି କରାଯାଇଛି। ଯେହେତୁ ଆହାର କେନ୍ଦ୍ର ହସ୍ପିଟାଲ ଆସୁଥିବା ରୋଗୀମାନଙ୍କୁ ଅନେକ ମାତ୍ରାରେ ସାହାଯ୍ୟ ଓ ସହଯୋଗ କରୁଛି ସେନେଇ ଏଭଳି ନିଷ୍ପତି ନେଇଛନ୍ତି ସରକାର । ଏହି 93ଟି ଡାକ୍ତରଖାନାରେ ଆହାର କେନ୍ଦ୍ର ଖୋଲିବାକୁ ଅନୁଧ୍ୟାନ କରିବାକୁ ଅନୁରୋଧ କରିଛି ସ୍ବାସ୍ଥ୍ୟ ବିଭାଗ। ରାଜ୍ୟର ସମସ୍ତ ଡାକ୍ତରଖାନାରେ ଆହାର କେନ୍ଦ୍ର ଗୁଡ଼ିକ ସପ୍ତାହକୁ ୬ ଦିନ କାର୍ଯ୍ୟ କରୁଥିବା ବେଳେ ରବିବାର ଦିନ ବନ୍ଦ ରହୁଛି। ତେବେ ସପ୍ତାହର ସମସ୍ତ ଦିନରେ ରୋଗୀମାନେ ସରକାରୀ ଡାକ୍ତରଖାନାକୁ ଆସୁଥିବାରୁ ସପ୍ତାହରେ ସାତ ଦିନ ଆହାର ସୁବିଧା ଯୋଗାଇ ଦିଆଯିବା ନେଇ ନିଷ୍ପତି ହୋଇଛି।

ଆହାର କେନ୍ଦ୍ର ଖୋଲିବାକୁ ଥିବା ୯୩ ଟି ହସ୍ପିଟାଲ ଗୁଡିକ ହେଉଛି- ଅନୁଗୁଲ ରେ ୩, ବଲାଙ୍ଗୀର ରେ ୩, ବାଲେଶ୍ଵରରେ ୫, ବରଗଡ଼ ରେ ୩, ଭଦ୍ରକ ରେ ୫ ବୌଦ୍ଧ ୧, କଟକରେ ୬, ଢେଙ୍କାନାଳ ରେ ୧, ଗଜପତି ରେ ୧, ଗଞ୍ଜାମ ରେ ୭, ଜଗତସିଂପୁର ରେ ୩, ଯାଜପୁର ରେ ୬, ଝାରସୁଗୁଡ଼ା ରେ ୧, କଳାହାଣ୍ଡି ରେ ୩, କନ୍ଧମାଳ ରେ ୨, କେନ୍ଦ୍ରାପଡ଼ା ରେ ୪, କେନ୍ଦୁଝରରେ ୫, ଖୋର୍ଦ୍ଧା ୫, କୋରାପୁଟ ୪, ମାଲକାନଗିରି ୧ ମୟୂରଭଞ୍ଜ ୫, ନବରଙ୍ଗପୁର ୨, ନୂଆପଡ଼ା ୧, ପୁରୀ ରେ ୫, ରାୟଗଡ଼ା ୨, ସମ୍ବଲପୁର ୩, ସୁବର୍ଣ୍ଣପୁର ୧, ସୁନ୍ଦରଗଡ଼ ୪ ଟି ଏଭଳି ଭାବେ ୯୩ ଟି ଆମ ହସ୍ପିଟାଲ ଅଧୀନରେ ଥିବା ହସ୍ପିଟାଲ ଗୁଡ଼ିକ ମଧ୍ୟରେ ଆହାର କେନ୍ଦ୍ର ଖୋଲିବ। ପୂର୍ବରୁ ମଧ୍ୟ ୨୯ ଟି ଜିଲ୍ଲାରେ ୫୪ ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଆହାର କେନ୍ଦ୍ର କାର୍ଯ୍ୟ କରୁଅଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details