ଭୁବନେଶ୍ବର:ନିୟମ ମାନୁ ନାହନ୍ତି ବଡ଼ ନେତା । ଅନେକ ସଙ୍ଗୀନ ମାମଲାରେ ଜାମିନରେ ଥାଇ ମାନୁନାହାନ୍ତି ନିୟମ । ଏପରିକି ଜାମିନ ପାଇଁ ଦିଆଯାଇଥିବା ସର୍ତ୍ତକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି । ତେବେ ନେତାଙ୍କ ଜାମିନ ଖାରଜ ପାଇଁ ବଢିପାରେ ଅଡୁଆ । ଜାମିନରେ ଆସି ନେତାମାନେ ନିୟମ ଉଲ୍ଲଘଂନ କରୁଥିବା ତଥ୍ୟ ସାମ୍ନାକୁ ଆସିଛି । ନିକଟରେ ବିବାଦରେ ରହିଥିବା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଆସିଛି ଏପରି ଅଭିଯୋଗ ।
ଗତ ୨୦୧୮ ଫେବୃଆରୀ ୨୨ ତାରିଖରେ ବରଗଡ଼ ସୋହେଲାରେ ହୋଇଥିବା ଦିଲେଶ୍ବର ସାହୁ ହତ୍ୟାକାଣ୍ଡ ମାମଲାରେ ଏବେ ଜାମିନରେ ଅଛନ୍ତି ଜୟନାରାୟଣ ମିଶ୍ର । ହତ୍ୟାକାଣ୍ଡର ୫ ମାସ ପରେ ହାଇକୋର୍ଟରୁ ଜାମିନ ଆଧାରରେ ସେ ମୁକୁଳିଥିଲେ । ହେଲେ ଦିଆଯାଇଥିବା ଜାମିନ ସର୍ତ୍ତକୁ ମାନୁ ନଥିବା ଜଣେ ପିଟିସନକାରୀ ସ୍ବତନ୍ତ୍ର କୋର୍ଟକୁ ଜଣାଇଛନ୍ତି । ବିଧାୟକ ବା ସାଂସଦମାନଙ୍କ ନାଁରେ ଥିବା ମାମଲାର ପରିଚାଳନା ପାଇଁ ଭୁବନେଶ୍ୱର କୋର୍ଟରେ ରହିଛି ଏହି ସ୍ବତନ୍ତ୍ର କୋର୍ଟ । ତେବେ ଏହି ଘଟଣାର ଚାର୍ଜସିଟ୍ ପରଠୁ ଜୟନାରାୟଣ ଥରୁଟିଏ ମଧ୍ୟ କୋର୍ଟରେ ହାଜର ହୋଇନଥିବା ଓକିଲ ଦେବସ୍ନାନ ଦାସ କହିଛନ୍ତି ।