ଓଡିଶା

odisha

ଜବତ ବାଣ ଓ ମଦକୁ ଚୋରାଚାଲାଣ କରୁଥିଲା ପୋଲିସ, ଧରି ନେଲେ ଲୋକେ

By ETV Bharat Odisha Team

Published : Oct 15, 2023, 6:38 PM IST

ଚଢାଉ କରି ଧରିଥିବା ଦ୍ରବ୍ୟକୁ ଚୋରାରେ ବିକ୍ରି କରିବା ଉଦ୍ୟମରେ ଫେଲ ମାରିଲା ପୋଲିସ । ସାଧାରଣ ଜନତାଙ୍କ ହାତରେ ପଡି ହଟହଟା ହେଲେ ପୋଲିସ ଅଧିକାରୀ । ଅଧିକ ପଢନ୍ତୁ

ପୋଲିସଙ୍କୁ ଧରିଲେ ସାଧାରଣ ଲୋକେ
ପୋଲିସଙ୍କୁ ଧରିଲେ ସାଧାରଣ ଲୋକେ

ପୋଲିସଙ୍କୁ ଧରିଲେ ସାଧାରଣ ଲୋକେ

ଖୋର୍ଦ୍ଧା: ଚଢାଉ କରି ଧରିଥିବା ଦ୍ରବ୍ୟକୁ ଚୋରାରେ ବିକ୍ରି କରିବା ଉଦ୍ୟମରେ ଫେଲ ମାରିଲା ପୋଲିସ । ଜନସାଧାରଣଙ୍କ ଆଗରେ ଖୋଲିଗଲା ପୋଲିସର ଗୁମର । ସାଧାରଣ ଜନତାଙ୍କ ହାତରେ ପଡି ହଟହଟା ହେଲେ ପୋଲିସ ଅଧିକାରୀ । ଏପରି କିଛି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ ।

ସୂଚନା ଅନୁଯାୟୀ, ଗତକାଲି(ଶନିବାର) ସକାଳେ ବେଆଇନ ବାଣ ଗୋଦାମ ଉପରେ ଚଢାଉ କରି ପ୍ରାୟ ଦୁଇ ଟ୍ରକ ବାଣ ଏବଂ ସନ୍ଧ୍ୟାରେ କାର ଭର୍ତ୍ତି ବିଦେଶୀ ମଦ ଜବତ କରିଥିଲା ପୋଲିସ । ଆଉ ବିଳମ୍ବିତ ରାତିରେ ଜବତ ବାଣ ଏବଂ ମଦକୁ ନିଜ ଥାନାରୁ ଚୋରା ଚାଲାଣ କରୁଥିବା ବେଳେ ଲୋକଙ୍କ ହାତରେ ଧରାପଡି ହଟହଟା ହୋଇଛି ପୋଲିସ । ଆଉ ଏହି ଘଟଣାରେ ବେଗୁନିଆ ପୋଲିସର ଉପରୁ ତଳ ପର୍ଯ୍ୟନ୍ତ ସମସ୍ତେ ସାମିଲ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ ଜଣେ ହୋମଗାର୍ଡଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବଡବଡିଆ ଖସିଯାଇ ତଳ କର୍ମଚାରୀଙ୍କୁ ଫସାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଖୋର୍ଦ୍ଧା ଏସଡିପିଓ କହିଛନ୍ତି ତଦନ୍ତରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହା ମଧ୍ୟ ପଢନ୍ତୁ... ମାଷ୍ଟରକ୍ୟାଣ୍ଟିନରେ ଫସିଲା ମାୟାବିନି ଲୁଟେରା, ନିଶା ଦେଇ ଲୁଟ୍ ଯୋଜନା କରି ଧରାପଡିଲା ଗ୍ୟାଙ୍ଗ୍

ଶନିବାର ସକାଳେ ବାଣ ବେଆଇନ ଭାବେ ମହଜୁଦ ଥିବା ଅଭିଯୋଗରେ ଜବତ କରିଥିଲା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ପୋଲିସ । ଆଉ ସନ୍ଧ୍ୟା ସମୟରେ ସିରିଜ ଦୁର୍ଘଟଣା ଘଟାଇ ଜବତ ହୋଇଥିବା ଏକ କାରରୁ ମିଳିଥିଲା ପେଟି ପେଟି ବିଦେଶୀ ମଦ । ଆଉ ଏଭଳି ସଫଳତାକୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲା ପୋଲିସ । ହେଲେ ବିଳମ୍ବିତ ରାତିରେ ଜବତ ବାଣ ଏବଂ ମଦକୁ ଏକ କାରରେ ପୋଲିସ ଚୋରା ଚାଲାଣ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଏହାକୁ ବିରୋଧ କରିଥିଲେ । ଗୋଟିଏ ଭଡ଼ା ଗାଡ଼ିରେ ବେଗୁନିଆ ଥାନାର ହୋମଗାର୍ଡ ତଥା ଡ୍ରାଇଭର ପ୍ରକାଶ ମୁଦୁଲି ଏହି ଜବତ ବାଣ ଏବଂ ମଦକୁ ନେଉଥିବା ବେଳେ ବେଗୁନିଆ ସରପଞ୍ଚଙ୍କ ସହିତ ଅନ୍ୟାନ୍ୟ ଲୋକେ ତାଙ୍କୁ କାବୁ କରିଥିଲେ । ଶେଷରେ ଖୋର୍ଦ୍ଧା ଏସଡିପିଓ ଦିଲ୍ଲିପ ଦାସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରି ଗାଡ଼ି ସହିତ ପୋଲିସ କର୍ମଚାରୀଙ୍କୁ ଥାନାକୁ ଆଣିଥିଲେ । ଆଜି ଘଟଣାର ତଦନ୍ତ କରି ଚୋରା ଚାଲାଣ ହେଉଥିବା ଗାଡ଼ିର ଡ଼୍ରାଇଭର ସହିତ ହୋମଗାର୍ଡ ପ୍ରକାଶ ମୁଦୁଲିଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details