ଖୋର୍ଦ୍ଧା:ପୁଣି ସାମ୍ନାକୁ ଆସିଲା ବଧୂହତ୍ୟା ଅଭିଯୋଗ । ଯୌତୁକ ଜୁଇରେ ଜଳିଲା ନବ ବଧୂ । ବାହାଘରକୁ ୫ ମାସ ନପୁରୁଣୁ ଶାଶୁଘର ଲୋକେ ନବବଧୂକୁ ହତ୍ୟା କରି ଫ୍ୟାନରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଉଥିବା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ । ଏଭଳି ଘଟଣା ଘଟିଛି । ବୋଲଗଡ ଥାନା ଅଧିନ ଦିଘିରି ନିକଟସ୍ଥ ବୃନ୍ଦାବନପୂର ଗ୍ରାମରେ । ମହିଳାଙ୍କ ମାଆଙ୍କ ଅଭିଯୋଗ ପରେ ଥାନାରେ ଶାଶୁ ଓ ସ୍ବାମୀଙ୍କୁ ଅଟକ ରଖିଲା ପୋଲିସ ।
ସୂଚନା ଅନୁଯାୟୀ, ଗତ ଜାନୁଆରୀ ୨୩ ତାରିଖରେ ନୟାଗଡର ବଳରାମପୁର ଗ୍ରାମର ଦାଶରଥି ନାୟକଙ୍କ ଝିଅ ବର୍ଷାରାଣୀଙ୍କ ସହ ଖୋର୍ଦ୍ଧା ବୃନ୍ଦାବନପୂର ଗ୍ରାମର ବେଣୁଧର ମାନସିଂହଙ୍କ ପୁଅ ରଞ୍ଜନଙ୍କ ସହ ବିବାହ ହୋଇଥିଲା । ବିବାହ ସମୟରେ ଯୌତୁକ ଦିଆଯାଇଥିଲେ ମଧ୍ୟ ଏଥିରେ ସନ୍ତୁଷ୍ଟ ନହୋଇ ଅଧିକ ଯୌତୁକ ଅଣିବା ପାଇଁ ଶାଶୁ ଘର ଲୋକେ କହୁଥିଲେ । ଏଥିପାଇଁ ବିବାହର ଏକମାସ ପରଠାରୁ ଝିଅର ଶାଶୁ ଶ୍ବଶୂର ସ୍ବାମୀ ନଣନ୍ଦ ନଣନ୍ଦେଇ ଶାରୀରିକ ଯନ୍ତ୍ରଣା ସହ ମାନସିକ ନିର୍ଯାତନା ଦେଇ ଆସୁଥିଲେ, ଏହା ପରେ ମୋ ଝିଅକୁ ହତ୍ୟା କରାଯାଇ ଏକ ଫ୍ୟାନରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଉଛନ୍ତି ଶ୍ବଶୂର ଘର ଲୋକେ । ଏନେଇ ମୃତ ମହିଳାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ ।