ଓଡିଶା

odisha

ETV Bharat / state

ଚିକିତ୍ସା ଅବହେଳାରୁ ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ - ଚିକିତ୍ସା ଅବହେଳାରୁ ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅବହେଳାରୁ ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ । ଅଭିଯୋଗ ଅନୁସାରେ ଖୋର୍ଦ୍ଧା ଗୋଡିପଡାର ଗ୍ରାମର ଜିତେନ୍ଦ୍ର କହଲସିଂହ ତାଙ୍କ ପତ୍ନୀ ରିଙ୍କିଙ୍କୁ ଖୋର୍ଦ୍ଧାର ଘରୋଇ ମେଡିକାଲ ସାଉଥ ସିଟି ହସ୍ପିଟାଲକୁ ପ୍ରସବ ନିମନ୍ତେ ଗତ 6 ତାରିଖ ରେ ଆଣିଥିଲେ। ଅଧିକ ପଢନ୍ତୁ

ଚିକିତ୍ସା ଅବହେଳାରୁ ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ
ଚିକିତ୍ସା ଅବହେଳାରୁ ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ

By

Published : Apr 8, 2022, 10:36 PM IST

ଖୋର୍ଦ୍ଧା: ଚିକିତ୍ସା ଅବହେଳାରୁ ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ । ଅଭିଯୋଗ ଅନୁସାରେ ଖୋର୍ଦ୍ଧା ଗୋଡିପଡାର ଗ୍ରାମର ଜିତେନ୍ଦ୍ର କହଲସିଂହ ତାଙ୍କ ପତ୍ନୀ ରିଙ୍କିଙ୍କୁ ଖୋର୍ଦ୍ଧାର ଘରୋଇ ମେଡିକାଲ ସାଉଥ ସିଟି ହସ୍ପିଟାଲ କୁ ପ୍ରସବ ନିମନ୍ତେ ଗତ 6 ତାରିଖ ରେ ଆଣିଥିଲେ। ସେହିଦିନ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ନବଜାତ ଶିଶୁକୁ ପୋଲିଓ ଏବଂ ଅନ୍ୟାନ୍ୟ ଟିକା ଦିଆଯାଇଥିଲା। ପରେ ଗତକାଲି ନବଜାତ ଶିଶୁର ଦେହାନ୍ତ ହୋଇଥିଲା। ନବଜାତ ଶିଶୁର ପରିବାର ଲୋକେ ଭୁଲ ଟିକାକରଣ ଫଳରେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ।

ଚିକିତ୍ସା ଅବହେଳାରୁ ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ

ଏନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ଏକ ମାମଲା ମୃତ ନବଜାତ ଶିଶୁର ପରିବାର ପକ୍ଷରୁ କରାଯାଇଛି। ପୋଲିସ ନବଜାତ ଶିଶୁର ମୃତଦେହ ଜବତ କରି ଖୋର୍ଦ୍ଧା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । ନବଜାତ ଶିଶୁର ପରିବାର ପକ୍ଷରୁ ଏହି ଘଟଣାରେ ସଂପୃକ୍ତ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଅପର ପକ୍ଷରେ ଘରୋଇ ମେଡିକାଲ କର୍ତ୍ତୃପକ୍ଷ ଅବହେଳାକୁ ଅସ୍ବୀକାର କରିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details