ଖୋର୍ଦ୍ଧା: ଜିଲ୍ଲାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପୋଖରୀ ଖୋଳା କାର୍ଯ୍ୟରେ ଘୋଟଲା ଅଭିଯୋଗ । ପ୍ରାୟ 11ଲକ୍ଷ ଟଙ୍କା ବ୍ୟୟରେ ଏନଆରଇଜିଏସ ଯୋଜନାରେ ପୋଖରୀ ଖୋଳା କାର୍ଯ୍ୟକୁ ମେସିନରେ କରାଯାଇଛି । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତରୁ ।
ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଗୋପାଳପୁର ପଞ୍ଚାୟତର ଦୁର୍ଗାପୁର ଗାଁର ଲୋକଙ୍କ ପାଇଁ 2020-21 ଏବଂ 2021-22 ଆର୍ଥିକ ବର୍ଷରେ ପୋଖରୀ ଖୋଳା ସହ ଟ୍ରେଞ୍ଚ ନିର୍ମାଣ ଓ ପାହାଚ ନିର୍ମାଣ ପାଇଁ ସରକାରୀ ତହବିଲରୁ 11ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ଫଳକରେ ଲେଖାଯାଇଛି । ଆଉ ସମସ୍ତ କାର୍ଯ୍ୟ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା ଦର୍ଶାଯାଇଛି । କିନ୍ତୁ ଏହି କାମକୁ ବାସ୍ତବରେ ମେସିନ ଦ୍ବାରା କରାଯାଇ ଅର୍ଥକୁ ହରିଲୁଟ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।