ଖୋର୍ଦ୍ଧା:ଖରିଫ ପାଇଁ ଆସିଥିବା ବୀମାରାଶିରେ ସେବା ସମବାୟ ସମିତି ସମ୍ପାଦକ ଚଞ୍ଚକତା କରିଥିବା ଅଭିଯୋଗ ହୋଇଛି । ବୀମାରାଶି ନ ପାଇବା ପରେ ହଳଦିଆ ସେବା ସମବାୟ ସମିତିର ଚାଷୀମାନେ ନିରାଶ ହୋଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ସମ୍ପାଦକ ଲକ୍ଷ୍ମୀଧର ଜେନା ଚାଷୀଙ୍କର ୨୦୨୦ ଋଣ ଉପରେ ୨୭ ପ୍ରତିଶତ ବୀମା କାଟି ଚାଷୀଙ୍କୁ ରସିଦ ପ୍ରଦାନ କରିଛନ୍ତି । ଅନ୍ୟପଟେ ଚାଷୀ ଆକାଉଣ୍ଟକୁ କମ ଟଙ୍କା ଯାଇଥିବା ସଂପର୍କରେ ସ୍ଥାନୀୟ ଚାଷୀମାନେ ସଂପାଦକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସମୟ ଗଡେଇ ଚାଲିଛନ୍ତି । ଚାଷୀମାନେ ବୀମାରାଶି ପାଇବାରେ ନିରାଶ ହେବା ଓ ସମ୍ପାଦକ ଚାଷୀଙ୍କ ସହିତ ଚଞ୍ଚକତା କରିଥିବା ଜାଣିବା ପରେ ନିରାଶ ହୋଇ ଜିଲ୍ଲାପାଳଙ୍କ ନିକଟରେ ସେମାନେ ଅଭିଯୋଗ କରିଛନ୍ତି ।