ଓଡିଶା

odisha

ETV Bharat / state

ବିନା ନୋଟିସରେ ବନ୍ଧକ ଗହଣା ନିଲାମ ଅଭିଯୋଗ - ଖୋର୍ଦ୍ଧା ଜିଲ୍ଲା ମୁଥୁଡ୍ ମରକାନ ଟାଇଲ ଲିମିଟେଡ଼ ନାମରେ ଅଭିଯୋଗ

ଖୋର୍ଦ୍ଧା ଜିଲ୍ଲା ନୂଆ ବସ ଷ୍ଟାଣ୍ଡ ଛକ ନିକଟରେ ଥିବା ମୁଥୁଡ୍ ମରକାନ ଟାଇଲ ଲିମିଟେଡ଼ ବ୍ୟାଙ୍କ ନାମରେ ଅଭିଯୋଗ ଆଣିଲେ ବରିଷ୍ଠ ନାଗରିକ । ବୋଲଗଡ଼ ଗର୍ଭଣୀପଡାର ବରିଷ୍ଠ ନାଗରିକ ରାଧେଶ୍ୟାମ ମହାପାତ୍ର ଆଣିଛନ୍ତି ଏହି ଅଭିଯୋଗ । ଅଧିକ ପଢନ୍ତୁ

gold auction by without notice
ବିନା ନୋଟିସରେ ବନ୍ଧକ ଗହଣା ନିଲାମ ଅଭିଯୋଗ

By

Published : Jan 20, 2022, 8:03 AM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନୂଆ ବସ ଷ୍ଟାଣ୍ଡ ଛକ ନିକଟରେ ଥିବା ମୁଥୁଡ୍ ମରକାନ ଟାଇଲ ଲିମିଟେଡ଼ ବ୍ୟାଙ୍କ ନାମରେ ଅଭିଯୋଗ ଆଣିଲେ ବରିଷ୍ଠ ନାଗରିକ । ବୋଲଗଡ଼ ଗର୍ଭଣୀପଡାର ବରିଷ୍ଠ ନାଗରିକ ରାଧେଶ୍ୟାମ ମହାପାତ୍ର ଆଣିଛନ୍ତି ଏହି ଅଭିଯୋଗ । ସେ ଗତ 2020 ମସିହା ଅକ୍ଟୋବର ମାସରେ 15.9ଗ୍ରାମ ସୁନା ଅଳଙ୍କାର ବନ୍ଧକ ରଖି 50 ହଜାର ଟଙ୍କା ନେଇଥିଲେ ।

ବିନା ନୋଟିସରେ ବନ୍ଧକ ଗହଣା ନିଲାମ ଅଭିଯୋଗ

ତିନି ମାସ ଭିତରେ ସମସ୍ତ ଟଙ୍କା ସୁଝିବା ପାଇଁ ଚୁକ୍ତିପତ୍ର ହୋଇଥିଲା । ମାତ୍ର ସୁନା ବନ୍ଧକ ଋଣ ନେଇଥିବା ରାଧେଶ୍ୟାମ କୌଣସି ସୂଧ ପୈଠ କରିନଥିଲେ । ଆଜି ବ୍ୟାଙ୍କକୁ ଟଙ୍କା ପରିଶୋଧ କରି ଗହଣା ନେବାକୁ ଆସିଥିବା ବେଳେ ମୁଥୁଡ଼ କର୍ମଚାରୀ ଗହଣା ନିଲାମ ହୋଇଯାଇଥିବା କହିଥିଲେ ।

ତେବେ ବିନା ନୋଟିସରେ ସଂସ୍ଥା କେମିତି ଗହଣା ନିଲାମ କଲା ଅଭିଯୋଗ କରିଛନ୍ତି ରାଧେଶ୍ୟାମ । ଅନ୍ୟପଟେ ଘଟଣାର ତଦନ୍ତ କରାଯିବ ବୋଲି ମୁଥୁଡ଼ ଶାଖା ମ୍ୟାନେଜର କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details