ଖୋର୍ଦ୍ଧା: ଜିଲ୍ଲାରେ ସରଗରମ ହେଲାଣି ରାଜନୀତି । ଏଥର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ କାହା ଖାତାକୁ ଯିବ ସେନେଇ କସରତ ଆରମ୍ଭ କରିଦେଲେଣି ତିନି ପ୍ରମୁଖ ଦଳ । ବିଭିନ୍ନ ପ୍ରସଙ୍ଗ ନେଇ ଲୋକଙ୍କ ଭୋଟ ହାତେଇବାକୁ ପ୍ରାର୍ଥୀମାନେ ଗୋଟିଚାଳନା ଆରମ୍ଭ କରିଦେଲେଣି ।
ସରଗରମ ଖୋର୍ଦ୍ଧା ରାଜନୀତି: ଅଧ୍ୟକ୍ଷ ପଦ ପାଇଁ ସବୁ ଦଳର କସରତ - ଅଧ୍ୟକ୍ଷ ଆସନ ପାଇଁ କସରତ ଖୋର୍ଦ୍ଧା
ଖୋର୍ଦ୍ଧାରେ ସରଗରମ ପଞ୍ଚାୟତ ନିର୍ବାଚନ । ଦଳର ପ୍ରଦର୍ଶନ ନେଇ ପ୍ରତିକ୍ରିୟା ରଖିଲେ ୩ ଦଳର ନେତା । ଅଧିକ ପଢନ୍ତୁ

ଖୋର୍ଦ୍ଧା ଜିଲ୍ଲାରେ ମୋଟ 30 ଟି ଜିଲ୍ଲାପରିଷଦ ଆସନ ସହ 190 ସରପଞ୍ଚ, ସମିତି ସଭ୍ୟ ଓ 2712 ୱାର୍ଡସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରିତ କରିବେ 12 ଲକ୍ଷ 60 ହଜାର 82 ଜଣ ଭୋଟର । ଚଳିତ ନିର୍ବାଚନରେ 30 ରୁ 30 ଆସନ ବିଜୁ ଜନତା ଦଳ ହାତେଇବ ବୋଲ କହିଛନ୍ତି ବେଗୁନିଆ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧକ୍ଷ । ସେପଟେ ଚାଳିତଥର 18ରୁ ଊର୍ଦ୍ଧ୍ବ ଜିଲାପରିଷଦ ଆସନ ଜିତି ଅଧ୍ୟକ୍ଷ ପଦ ହାତେଇବ ବୋଲି ଜୋର ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ର ।
ସେହିଭଳି ଗତ ପଞ୍ଚାୟତ ନିର୍ବାଚନରେ ଗୋଟିଏ ବି ଜିଲ୍ଲା ପରିଷଦ ଆସନ ପାଇନଥିବା କଂଗ୍ରେସ କିନ୍ତୁ ଚଳିତ ନିର୍ବାଚନରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅପାରଗତାକୁ ପ୍ରସଙ୍ଗ କରି 14ଟି ଆସନ ହାତେଇବା ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ