ଭୁବନେଶ୍ବର: ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ସ୍କୁଲ ଛୁଟି । 20 ତାରିଖ ଅର୍ଥାତ ଆଜି ଠାରୁ ବିଦ୍ୟାଳୟ ବନ୍ଦ ରହିବ । ଆସନ୍ତା ୨୯ ତାରିଖ ଯାଏଁ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକୁ ଛୁଟି ଘୋଷଣା କରିଛି ରାଜ୍ୟ ଗଣଶିକ୍ଷା ବିଭାଗ । ଅନ୍ୟପକ୍ଷରେ ପୂଜା ଛୁଟିରେ କେତେକ ଜିଲ୍ଲାରେ ଶିକ୍ଷକଙ୍କୁ ପାଳି କରି ବିଦ୍ୟାଳୟ ଆସିବାକୁ କୁହାଯାଇଥିବା ଜଣାପଡ଼ିଛି । ଯାହାକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ତେବେ ୪ର୍ଥ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣରେ ସାମିଲ ହୋଇଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ପୂଜା ଛୁଟି ସମୟରେ ଜିଲ୍ଲା ତଥା ରାଜ୍ୟର ଅଧିକାରୀମାନେ ପରିଦର୍ଶନରେ ଆସିବାର କାର୍ଯ୍ୟକ୍ରମ ରହିଛି । ବିଦ୍ୟାଳୟ ଗୁଡ଼ିକରେ ରୂପାନ୍ତରଣ କାର୍ଯ୍ୟ କିପରି ଚାଲିଛି, ଅଧିକାରୀମାନେ ଏହାର ତଦାରଖ କରିବେ । ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ କର୍ମଚାରୀ ଉପସ୍ଥିତ ରହିବା ଆବଶ୍ୟକ । ତେଣୁ ଏହି ଅବଧି ମଧ୍ୟରେ ରୋଷ୍ଟର ଡ୍ୟୁଟି ଲାଗୁ କରିବାକୁ ଉକ୍ତ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମଧ୍ୟ ଜଣାପଡ଼ିଛି ।
ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଶିକ୍ଷା ହାର ବୃଦ୍ଧି ଲକ୍ଷ୍ୟ, ପୁଣି ସ୍କୁଲ ଯିବେ ଅଧାରୁ ପାଠପଢା ଛାଡିଥିବା ପିଲା