ଓଡିଶା

odisha

Winter Session Of Odisha Assembly: ସର୍ବଦଳୀୟ ବୈଠକରେ ନିଆଯିବ କଟକଣା ନିଷ୍ପତ୍ତି କହିଲେ ବାଚସ୍ପତି

By

Published : Nov 4, 2022, 5:50 PM IST

ବାଚସ୍ପତି କହିଛନ୍ତି, "ଶୋଡଷ ବିଧାନସଭାର ଏକାଦଶ ଅଧିବେଶନ ନଭେମ୍ବର 24 ରୁ ଆରମ୍ଭ ହୋଇ ଡିସେମ୍ବର 31 ଯାଏଁ ଚାଲିବ । ଚଳିତ ଅଧିବେଶନରେ ସର୍ବ ମୋଟ 33 ଟି କାର୍ଯ୍ୟଦିବସ ରହିଛି ।" ଅଧିକ ପଢନ୍ତୁ

ସର୍ବଦଳୀୟ ବୈଠକରେ ନିଆଯିବ କଟକଣା ନିଷ୍ପତ୍ତି: ବାଚସ୍ପତି
ସର୍ବଦଳୀୟ ବୈଠକରେ ନିଆଯିବ କଟକଣା ନିଷ୍ପତ୍ତି: ବାଚସ୍ପତି

ଭୁବନେଶ୍ବର: ନଭେମ୍ବର 24ରୁ ଆରମ୍ଭ ହେବ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର 31 ତାରିଖ ଯାଏଁ ଏହି ଅଧିବେଶନ ଚାଲିବ । ଶୀତ ଅଧିବେଶନରେ ମୋଟ 33ଟି କାର୍ଯ୍ୟ ଦିବସ ରହିଛି । ବିଧାନସଭାକୁ ସୁରୁଖୁରୁରେ ଚଳାଇବା ଲାଗି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କଟକଣା ସମ୍ପର୍କିତ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।

ସର୍ବଦଳୀୟ ବୈଠକରେ ନିଆଯିବ କଟକଣା ନିଷ୍ପତ୍ତି: ବାଚସ୍ପତି

ବାଚସ୍ପତି କହିଛନ୍ତି, "ଶୋଡଷ ବିଧାନସଭାର ଏକାଦଶ ଅଧିବେଶନ ନଭେମ୍ବର 24 ରୁ ଆରମ୍ଭ ହୋଇ ଡିସେମ୍ବର 31 ଯାଏଁ ଚାଲିବ । ଚଳିତ ଅଧିବେଶନରେ ସର୍ବ ମୋଟ 33 ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ । ବିଧାନସଭାରେ କଟକଣା ନେଇ ବିଧାନସଭା ପୂର୍ବରୁ ସର୍ବ ଦଳୀୟ ବୈଠକ ହେବ । ବିଭିନ୍ନ ଦିଗକୁ ବିଚାର କରି ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ନଭେମ୍ବର 30 ତାରିଖରେ ଅର୍ଥମନ୍ତ୍ରୀ ଆଗତ କରିବେ 2022/23 ଆର୍ଥିକ ବର୍ଷ ଲାଗି ଅତିରିକ୍ତ ବଜେଟ । ଡିସେମ୍ବର 2 ତାରିଖରେ ପରିତ ହେବ ବ୍ୟୟ ମଞ୍ଜୁରୀ ବିଲ । ଶୀତ ଅଧିବେଶନ ଲାଗି ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details