ଭୁବନେଶ୍ବର :କଲେଜରେ ନିଶା ସେବନ ବନ୍ଦ କରିବା, ଅଣଛାତ୍ର ପ୍ରବେଶ ଓ ଛାତ୍ରଛାତ୍ରୀଙ୍କ ଉପରେ ରାଗିଙ୍ଗକୁ ବନ୍ଦ କରିବା ପାଇଁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟିଛନ୍ତି ଅଲ୍ ଓଡିଶା ଷ୍ଟୁଡେଣ୍ଟସ ଭଏସ । ଏନେଇ AOSV ଏକ ଶୋଭାଯାତ୍ରା କରି କମିଶନରଙ୍କ ନିକଟରେ ପହଞ୍ଚିଥିଲେ(All odisha student voice )। ସେଠାରେ ସେମାନଙ୍କ ସମସ୍ୟା ସମ୍ପର୍କରେ କଥା ହୋଇଥିଲେ । ଓଡିଶା ଷ୍ଟୁଡେଣ୍ଟସ ଭଏସ କହିଛି ଯେ ପିଲାଙ୍କ କ୍ଯାମ୍ପସ ସୁରକ୍ଷାକୁ ନେଇ ଆଗାମୀ ଦିନରେ ଯଦି କୌଣସି ପଦକ୍ଷେପ ନନିଆଯାଏ ତେବେ ଆମ ସଂଗଠନ ବାଧ୍ୟ ହୋଇ କଲେଜ ପାଖରେ ଥିବା ନିଶା କାରବାର କରୁଥିବା ଦୋକାନ ଭାଙ୍ଗିବୁ ।
ଏ ସମ୍ପର୍କରେ AOSVର ସଭାପତି ବାବୁ ଜେନା କହିଛନ୍ତି ଛାତ୍ରଛାତ୍ରୀ ସେମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ କମିଶନରଙ୍କୁ ଭେଟିଛନ୍ତି । ଆଉ ସମସ୍ଯା ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ଏନେଇ କମିଶନର ଧ୍ୟାନ ଦେବା ସହ ପିଲା ସୁରକ୍ଷାକୁ ନଜରରେ ରଖି କଲେଜର ଅଧକ୍ଷ ମାନଙ୍କ ସହ କଥା ହୋଇ ଏ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି। ଯଦି କୌଣସି ପଦକ୍ଷେପ ନନିଆଯାଏ ତେବେ ଆମ ସଂଗଠନ ବାଧ ହୋଇ କଲେଜ ପାଖରେ ଥିବା ନିଶା କାରବାର ଦୋକାନ ଭିଙ୍ଗିବୁ ।