All India Rice Miller Conclave ଭୁବନେଶ୍ବର: ରାଜଧାନୀରେ ରାଇସ ମିଲର କନକ୍ଲେଭ ଆୟୋଜିତ ହୋଇଯାଇଛି । ରାଜ୍ୟରେ ଉତ୍ପାଦନ ହେଉଥିବା ଧାନକୁ ସଂଘ ନିଜେ ବିଦେଶକୁ ରପ୍ତାନି କରିବାକୁ ସରକାରଙ୍କ ନିକଟରେ ଦାବି ରଖିଛି । ଏପଟେ ରାଜ୍ୟରେ କିଭଳି ଭାବରେ ଚାଷୀମାନେ ଉନ୍ନତ ମନର ଧାନ ପ୍ରସ୍ତୁତ କରିପାରିବେ ସେନେଇ ମଧ୍ୟ ଧ୍ୟାନ ଦେଇଛି ସଂଘ ।
ରାଜ୍ୟରେ ଉତ୍ପାଦନ ହେଉଥିବା ଧାନକୁ ଓଡ଼ିଶା ରାଇସ୍ ମିଲର୍ସ ସଂଘ ନିଜେ ବିଦେଶକୁ ରପ୍ତାନି କରିବାକୁ ସରକାରଙ୍କ ନିକଟରେ ଦାବି ରଖିଛି । ଏପଟେ ରାଜ୍ୟରେ କିଭଳି ଭାବରେ ଚାଷୀମାନେ ଉନ୍ନତ ମନର ଧାନ ପ୍ରସ୍ତୁତ କରିପାରିବେ ସେନେଇ ମଧ୍ୟ ଧ୍ୟାନ ଦିଆଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉନ୍ନତି କରଣ କୃଷି ଓ ରପ୍ତାନୀ । ରାଜ୍ୟରେ ଯେଉଁ ଧାନ ଚାଷ କରାଯାଉଛି ତାହା ସହିତ ଫାଇନ ଧାନ ଚାଷ କରନ୍ତୁ ଚାଷୀମାନେ । ଏହି ଧାନକୁ ମିଲିଂ କରି କିଭଳି ଭାବରେ ବିଦେଶକୁ ରପ୍ତାନୀ କରାଯିବ, ସେନେଇ ପଦକ୍ଷେପ ନିଆଯାଉଛି ।
ଓଡ଼ିଶାରେ ଧାନ ପାଇଁ ପାଣିପାଗ ବହୁତ୍ ଭଲ ରହିଛି । ତେଣୁ ଓଡ଼ିଶାରେ ଅଧିକରୁ ଅଧିକ ପ୍ରଜାତିର ଧାନ ଚାଷ କରାଯାଉଛି । ତେବେ ଓଡିଶାରେ କିଭଳି ଭାବରେ ଉନ୍ନତ ମାନର ଚାଷ କରାଯାଉ ଯେଭଳି ଭାବରେ ଚାଷୀ ମାନେ ଉପକୃତ ହୋଇପାରିବେ, ସେନେଇ ପ୍ରଚେଷ୍ଟା ଜାରି ରହିଛି । ରାଜ୍ୟରେ ଯେଉଁ ଯେଉଁ ସ୍ଥାନରେ ଲମ୍ବା ବା ସରୁ ଧାନ ହୋଇପାରିବ ସେନେଇ ପଦକ୍ଷେପ ନେବା ଆବଶ୍ୟକ । ଯାହା ଫଳରେ ରାଜ୍ୟ ସରକାର ଏବଂ ରାଇସ ମିଲସ ସଂଘ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଓଡ଼ିଶା ରାଇସ୍ ମିଲର୍ସ ସଂଘ ।
ଏପଟେ ଓଡ଼ିଆ ରାଇସ ମିଲସ ସଂଘର ସଭାପତି ମହେଶ କୁମାର ବଂସଲ କହିଛନ୍ତି,"ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିଭଳି ଭାବରେ ଚାଷୀମାନଙ୍କୁ ଧାନ ବିଦ୍ୟାରେ ଉନ୍ନତି କରାଇବା । ସରକାରୀ ଭାବରେ ଯେଉଁ ଧାନକୁ ବ୍ୟବହାର କରାଯାଉଛି ବିଶେଷ କରି ଚାଷୀମାନେ ସେହି ଧାନକୁ ଅଧିକ ପ୍ରସ୍ତୁତ କରୁଛନ୍ତି । ଚାଷୀଙ୍କ ଠାରୁ ସରକାର ଯେଉଁ ଧାନ ନେଉଛନ୍ତି ତାହାକୁ ଅଧିକ ଦରରେ କିଭଳି ଭାବରେ ବିକ୍ରି କରି ଚାଷୀ ମାନେ ଅଧିକ ଟଙ୍କା ପାଇପାରିବେ ସେନେଇ ଆଲୋଚନା କରାଯାଇଛି । ରପ୍ତାନି ପାଇଁ ଆବଶ୍ୟକ ହେଉଥିବା ଧାନ ଗୁଡ଼ିକ ବିଶେଷ ଭାବରେ ସାଉଥ୍ ଆଫ୍ରିକା, ଗଲ୍ଫ ଦେଶ, ବଙ୍ଗଳାଦେଶ ଓ ଶ୍ରୀଲଙ୍କା ଭଳି ଦେଶ ଗୁଡିକକୁ ରପ୍ତାନି କରିପାରିବା । ବିଶେଷ ଭାବରେ ୬ ଏମଏମର ଚାଉଳ ଆବଶ୍ୟକ । ଯାହା ବିଦେଶକୁ ରପ୍ତାନି କରାଯାଇପାରିବ।"
ସଂଘ କହିଛି ଯେ, "ଯଦି ଅନ୍ୟ ରାଜ୍ୟକୁ ଯେଉଁ ଚାଉଳ ରପ୍ତାନୀ କରାଯାଉଛି ତାହାକୁ ନଦେଇ ସଂଘକୁ ଦେଲେ ସଂଘ ମିଲିଙ୍ଗ କରିବା ସହ ବିଶ୍ୱକୁ ରପ୍ତାନି କରିପାରିବ । ସେନେଇ ସଂଘ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି । ଯାହାକୁ ନେଇ ଚାଷୀ ଓ ଶ୍ରମିକ ମାନେ ଉପକୃତ ହୋଇପାରିବେ ।"
ଏପଟେ ଅଲ ଇଣ୍ଡିଆ ରାଇସ ମିଲେରୀ କନକ୍ଲେଭ 2023 ଆୟୋଜନ ହୋଇଛି । ଭବିଷ୍ୟତ ଏବଂ ରପ୍ତାନୀ ବଜାରର ଚାହିଦା ପୂରଣ ପାଇଁ ବିଭିନ୍ନ ପ୍ରକାରର ଆବଶ୍ୟକତାକୁ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ବା ଚେଷ୍ଟା କରାଯାଉଛି । ରାଜ୍ୟରେ ପ୍ରଥମ ଥର ପାଇଁ ଧାମରା ବନ୍ଦରରୁ ଚାଉଳ ଗୁଡ଼ିକକୁ ରପ୍ତାନୀ କରାଯାଇଥିଲା । ରାଜ୍ୟରୁ 140ରୁ ଅଧିକ ଚାଉଳ ଏବଂ ଭାରତର ବିଭିନ୍ନ ରାଜ୍ୟରୁ 50 ଟି ଚାଉଳ ମିଲର୍ ଅଧିକାରୀମାନେ ଏହି କନକ୍ଲେଭରେ ଯୋଗ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର