ଭୁବନେଶ୍ବର:ଦେଶରେ ନିର୍ବାଚନ ସମୟ ପଖେଇ ଆସିଲାଣି ତେଣୁ ବିଭିନ୍ନ ସଂଗଠନ ପକ୍ଷରୁ ଆରମ୍ଭ ହୋଇ ଗଲାଣି ସଭାସମିତି, ଶୋଭାଯାତ୍ରା ଏବଂ ପ୍ରତିବାଦ । ଏହି କ୍ରମରେ କୃଷକମାନଙ୍କ ପାଇଁ କାମ କରୁଥିବା ଭାରତୀୟ କିଶାନ ସଂଘ ଭୁବନେଶ୍ବରରେ ଦେବ ରଣହୁଙ୍କାର । ଆସନ୍ତା ନଭେମ୍ବର ୩ରେ ଭାରତୀୟ କିଶାନ ସଂଘ ତରଫରୁ ରାଜଧାନୀ ଭୁବନେଶ୍ବରରେ କୃଷକ ଗର୍ଜନ ସମାବେଶ ଆୟୋଜନ କରାଯିବ ।
ସୂଚନାଯୋଗ ୮ ଦଫା ଦାବି ନେଇ ଭୁବନେଶ୍ୱରରେ କୃଷକ ଗର୍ଜନ ସମାବେଶ ଆୟୋଜନ କରିବ ଭାରତୀୟ କିଶାନ ସଂଘ । ନଭେମ୍ବର ୩ରେ ୫୦ ହଜାର ଓଡ଼ିଶାର ଚାଷୀଙ୍କୁ ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କୃଷକମାନେ ରଣହୁଙ୍କାର ଦେବେ । ଓଡ଼ିଶା ସରକାର ଚାଷୀଙ୍କୁ କରାଯାଉଥିବା ଅବହେଳାର ବିରୁଦ୍ଧରେ ଏବଂ ଚାଷୀଙ୍କ ସ୍ବରକୁ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ରଣହୁଙ୍କାର ଦେବ ଭାରତୀୟ କିଶାନ ସଂଘ । ଏକାଠି ହୋଇ କୃଷକ କଲ୍ୟାଣ ପାଇଁ ଦେବେ ଗର୍ଜନ କରିବେ ।
କାରଣ ଓଡ଼ିଶାରେ କୃଷି ଓ କୃଷକ ଦୟନୀୟ ସ୍ଥିତିରେ ରହିଥିବା ବେଳେ ସରକାର ସେମାନଙ୍କର ବିକାଶକୁ ନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି । ଫଳରେ ଚାଷୀଟିକୁ ନିରାଶ ହୋଇ ଆତ୍ମହତ୍ୟା କରିବାକୁ ପଡ଼ୁଛି । ଆଉ ଓଡ଼ିଶାରେ କୃଷକ ଆତ୍ମହତ୍ୟା ସଂଖ୍ୟା ଭାରତ ବର୍ଷରେ ବେଶ ଆଗରେ ରହିଛି । ତେଣୁ ରାଜ୍ୟରେ କୃଷକଙ୍କର ସ୍ବାର୍ଥର ଲଢ଼େଇକୁ ନେଇ ସଂଘର୍ଷର ଶଙ୍ଖନାଦ ନେଇ ରାଜ୍ୟ ସରକାରଙ୍କୁ ଘେରିବ ସଂଘ । ଆଗାମୀ ଆନ୍ଦୋଳନ ପାଇଁ ଆଜି ସାମ୍ବାଦିକ ସମ୍ମିଳନୀ କରି ଭାରତୀୟ କିଶାନ ସଙ୍ଘ ଚେତାବନୀ ଦେଇଛି । ଆଉ କୃଷି ଓ କୃଷକଙ୍କର ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଅନୁରୋଧ କରିଛି ସଂଘ ।