ଭୁବନେଶ୍ବର:ଆନ୍ଦୋଳନକୁ ଓହ୍ଲାଇଛି ସର୍ବଭାରତୀୟ ଡିଲର ଫେଡେରେସନ । ୩୧ ମାସର ବଣ୍ଟନ ବାବଦ ପାରିଶ୍ରମିକ ରାଜ୍ୟ ସରକାର ଦେଇନଥିବାରୁ ଆଜି ମାଷ୍ଟର କ୍ୟାଣ୍ଟିନରେ ବିଶାଳ ଶୋଭାଯାତ୍ରା କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡିଲର ଫେଡେରେସନ । ଡିଲରମାନେ ଆନ୍ଦୋଳନ କରିଥିବା ବେଳେ ସରକାର ବରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ସରକାର ପାରିଶ୍ରମିକ ଅର୍ଥ ରାଜ୍ୟ ଯୋଗାଣ ବିଭାଗକୁ ଦେଇଥିଲେ ମଧ୍ୟ ଆମ ରାଜ୍ୟର ଡିଲରମାନଙ୍କୁ କାହିଁକି ଏଯାବତ ମିଳିନାହିଁ ବୋଲି ପ୍ରଶ୍ନ କରିଛି ଫେଡେରେସନ ।
ଏପରିକି ରାଜ୍ୟ ଯୋଗାଣ ବିଭାଗ ଯୋଗାଣ ନିଗମକୁ ମଧ୍ୟ ଅର୍ଥ ପ୍ରଦାନ କରିଥିଲେ ମଧ୍ୟ କାହିଁକି ଆମ ପରି ଖୁଚୁରା ବିକ୍ରେତାଙ୍କ ପ୍ରଦାନ କରିଯାଇ ନାହିଁ ବୋଲି ପ୍ରଶ୍ନ କରିଛି ସଂଘ । ରାଜ୍ୟ ସରକାର ଓ ଆମ ଜୀବିକା ଜୀବନ ସହ ଖେଳୁଛନ୍ତି ବୋଲି ଅଭିଯୋଗ କରିଛି ଫେଡେରେସନ । ବକେୟା ଦରମା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଦାବି କରିଛନ୍ତି । ଯଦି ଆଗାମୀ ଦିବାରେ ସରକାର ନ ଶୁଣନ୍ତି ତାହାଲେ କାର୍ଯ୍ୟ ବନ୍ଦ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବା ପାଇଁ ଚେତାବନୀ ଦେଆଯାଇଛି ।
ଏହା ମଧ୍ୟ ପଢନ୍ତୁ....ପେନସନ ପାଇଁ ହନ୍ତସନ୍ତ, 500 ଟଙ୍କା ଭତ୍ତା ପାଇଁ 300 ଟଙ୍କା ଖର୍ଚ୍ଚ କରୁଛନ୍ତି ହିତାଧିକାରୀ