ଭୁବନେଶ୍ବର:ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ତଦନ୍ତକୁ ଜୋରଦାର କରିଛି ପ୍ରତବର୍ତ୍ତନ ନିର୍ଦ୍ଦେଶାଳୟ(ED) । ତଦନ୍ତ ଯେତେ ଆଗଉଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଶୁକ୍ରବାର ଅର୍ଚ୍ଚନା ଚଳାଉଥିବା ଏଣ୍ଡଭର ଗାଡିର ଶୋରୁମ ମାଲିକଙ୍କୁ ପଚରାଉଚରା କରିଥିଲା ଇଡି । ଏହି ମାମଲାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ନୋଟିସ ଜାରି କରିଥିଲା ଇଡି । କିନ୍ତୁ ଅକ୍ଷୟଙ୍କ ବଦଳରେ ଇଡିରେ ହାଜର ହୋଇଛନ୍ତି ତାଙ୍କ ଓକିଲ । ଅର୍ଚ୍ଚନା କେଳେଙ୍କାରୀ ବିଷୟରେ ଯାହା ବି କିଛି ଜାଣିଥିଲେ ଓକିଲଙ୍କ ମାଧ୍ୟରେ ଇଡି ତଥ୍ୟ ରଖିଛନ୍ତି ସିନେ ପ୍ରଯୋଜକ ।
ଅର୍ଚ୍ଚନା କେଳେଙ୍କାରୀର ପ୍ରଥମ ଅଭିଯୋଗକାରୀ ହେଉଛନ୍ତି ଅକ୍ଷୟ । ଅର୍ଚ୍ଚନା ପ୍ରଥମେ ଅକ୍ଷୟଙ୍କ ବିରୋଧରେ ଥାନାରେ ଯୌନ ଶୋଷଣର ଅଭିଯୋଗ କରିଥିଲେ । ଏହାପରେ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ ଅକ୍ଷୟ । ଅର୍ଚ୍ଚନା ଓ ଆଉ ଶ୍ରଦ୍ଧାଞ୍ଜଳି କିଛି ଅଶ୍ଳିଳ ଫଟୋ ଜରିଆରେ ତାଙ୍କୁ ବ୍ଲାକ ମେଲ କରିବା ଟଙ୍କା ମାଗୁଥିବା ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ।
ଏହାପରେ ଅଡୁଆ ସୁତାରେ ଯେମିତି ଛନ୍ଦି ହୋଇପଡିଥିଲେ ଅର୍ଚ୍ଚନା । ସାମ୍ନାକୁ ଆସିଲା ଅର୍ଚ୍ଚନା କେଳେଙ୍କାରୀର ଗୁମର । ତଦନ୍ତ ପରେ ଅର୍ଚ୍ଚନା ସେକ୍ସ ସ୍କାଣ୍ଡାଲ ଚଲାଇଥିବା ସାମ୍ନାକୁ ଆସିଥିଲା । ଅନେକ ବଡବଡିଆଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବ୍ୟାକମେଲିଂ କରି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲା । ଏନେଇ ଘଟଣାରେ ଖଣ୍ଡଗିରା ଥାନା ପୋଲିସ ଅର୍ଚ୍ଚନାକୁ ଗିରଫ କରିଥିଲା ।