ଭୁବନେଶ୍ବର:ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ଇଡି । ଜଣଙ୍କ ପରେ ଜଣଙ୍କୁ ସମନ ଜାରି କରି ପଚରାଉଚରା କରୁଛି ଇଡି । ବୁଧବାର ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୀର୍ଘ ୧୦ ଘଣ୍ଟା ଜେରା ପରେ ପଦାକୁ ଆସିଥିଲେ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି । ଅକ୍ଷୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିବା ବେଳେ ଅନ୍ୟପଟେ କୌଣସି ପ୍ରତିକ୍ରିୟା ନଦେଇ ପଳାଇଥିଲେ ଶ୍ରଦ୍ଧାଞ୍ଜଳି ।
ଜେରା ପରେ ଅକ୍ଷୟ ପରିଜା କହିଥିଲେ ଯେ, ''ଇଡିକୁ ସମସ୍ତ ତଥ୍ୟ ଦେଇଛି, ଖାଲି ଅଭିଯୁକ୍ତକୁ ଗିରଫ କରିଦେଲେ ହବନି ଦୋଷୀ ସାବ୍ୟସ୍ତ କରିବା ଦରକାର । ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ଅଛି ନ୍ୟାୟ ମିଳିବ । ପୋଲିସ ଓ ଇଡି ତାର ତଦନ୍ତ କରୁଛନ୍ତି ବୋଲି କହିଛନ୍ତି ଅକ୍ଷୟ ପରିଜା ''। ଉଭୟଙ୍କୁ ଜେରା ପରେ ଇଡି ହାତରେ ଅର୍ଚ୍ଚନା ବିରୋଧରେ ଅନେକ ତଥ୍ୟ ହାସଲ କରିଛି ଇଡି । ଏହି ତଥ୍ୟ ଆଧାରରେ ତଦନ୍ତକୁ ଆଗକୁ ନେବ ଇଡି ।
ଅନ୍ୟପଟେ ଜେଲର ଚାରିକାନ୍ଥ ଭିତରେ ଅର୍ଚ୍ଚନା ନାଗ ଚାନ୍ଦ ଓ ସ୍ବାମୀ ଜଗବନ୍ଧୁ ଥାଇ ଇଡିର କଷ୍ଟଡିରେ ଅଛନ୍ତି ଖଗେଶ୍ବର । ହେଲେ ତଥାପି ନ୍ୟାୟ ଦରକାର ଖାଲି ଗିରଫ କଲେ ହେବନି ଦଣ୍ଡିତ ହେବା ଦରକାର ଏମିତି କହି କାହା ଆଡ଼କୁ ଇସାରା କରିଛନ୍ତି ଅକ୍ଷୟ ପରିଜା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଶ୍ରଦ୍ଧାଞ୍ଜଳି ଗିରଫ ହୋଇନଥିବା ନେଇ ଅସନ୍ତୋଷ ଅଛନ୍ତି କି ଅକ୍ଷୟ । କାରଣ ଶ୍ରଦ୍ଧାଞ୍ଜଳିକୁ ଗିରଫ ନ କରି ଅଭିଯୋଗ ଆଧାରରେ ଅର୍ଚ୍ଚନାକୁ ଗିରଫ କରିଥିଲା କମିଶନରେଟ ପୋଲିସ ।
ପଚରାଉଚରା ପରେ ନ୍ୟାୟ ମିଳିବ ବୋଲି କହିଛନ୍ତି ଅକ୍ଷୟ । ଅର୍ଥାତ୍ କେଉଁଠି ନା କେଉଁଠି ଅକ୍ଷୟ ପରିଜା ପୋଲିସର ଆକ୍ସନକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ପୋଲିସ କିଛି ଜିନିଷ ଲୁଚାଇ ଦେଇଛି । ଯେଭଳି ତଦନ୍ତ କରିବା କଥା ସେପରି କରିନାହିଁ । ଅର୍ଚ୍ଚନା ସହ ଶ୍ରଦ୍ଧାଞ୍ଜଳି ମଧ୍ୟ ତାଙ୍କୁ ବ୍ଲାକମେଲିଂ କରିଥିଲା ହେଲେ ପୋଲିସ ତାକୁ ଗିରଫ କରିନଥିଲା । ଏଭଳି ଅନେକ ଅର୍ଚ୍ଚନା ସମ୍ପର୍କିତ ସାଙ୍ଘାତିକ ତଥ୍ୟ ଗୁଡିକୁ ଇଡିକୁ ଦେଇଛନ୍ତି ଅକ୍ଷୟ ପରିଜା । ଦ୍ବିତୀୟ ଥର ଜେରା ବେଳେ ଶ୍ରଦ୍ଧାଞ୍ଜଳିର ବ୍ଲାକମେଲିଂର ଟର୍ଚରକୁ ଇଡି ଆଗରେ ବଖାଣି ଥିଲେ ଅକ୍ଷୟ । ତେବେ କିପରି ଶ୍ରଦ୍ଧାଞ୍ଜଳି ଖଣ୍ଡଗିରି ଥାନାରେ ଅଭିଯୋଗ କଲେ । ୪ ଫାଳ ଏଫଆଇଆର ପଛରେ କିଏ କିଏ ରହିଛନ୍ତି । କେଉଁମାନେ ଏଫଆଇଆର ଲେଖାଇଛନ୍ତି ନା ଶ୍ରଦ୍ଧାଞ୍ଜଳି ନିଜେ ଲେଖିଛନ୍ତି ସେ ସବୁର ରାଜ ଜାଣିବାକୁ ଇଡି ଚଳାଇଛି ତଦନ୍ତ ।