ଓଡିଶା

odisha

ETV Bharat / state

ରାଜ୍ୟ ସରକାରଙ୍କ ମଦ ପ୍ରୋତ୍ସାହନକୁ AISFର ବିରୋଧ

ରାଜ୍ୟରେ ଅଧିକ ମଦବିକ୍ରି କରିବା ପ୍ରୋତ୍ସାହନକୁ ବିରୋଧ କରିଛି ଅଖିଳ ଭାରତୀୟ ଛାତ୍ର ସଂଘ । ସରକାରଙ୍କ ନିଷ୍ପତ୍ତି ଯୁବ ସମାଜକୁ ପଥଭ୍ରଷ୍ଟ କହିଛି ସଂଘ ।

By

Published : Jul 15, 2019, 9:24 AM IST

ଫଟୋ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଓଡ଼ିଶାରେ ଅଧିକ ମଦବିକ୍ରିକୁ ରାଜ୍ଯ ସରକାରଙ୍କ ପ୍ରୋତ୍ସାହନ ବିରୋଧରେ ପ୍ରତିବାଦ ଓ ବିକ୍ଷୋଭ କରିଛି ଅଖିଳ ଭାରତୀୟ ଛାତ୍ର ସଂଘ । ଶତାଧିକ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ରାଜମହଲ ଛକଠାରୁ ଏକ ଶୋଭାଯାତ୍ରାରେ ଯାଇ ମାଷ୍ଟର କ୍ଯାଣ୍ଟିନ୍ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଭିଡ଼ିଓ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର

ରାଜ୍ଯ ସରକାର ମଦ ବନ୍ଯା କରାଇବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଯେଉଁଭଳି ମଦ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ଏହାର ଅର୍ଥ ହେଉଛି ଯୁବ ସମାଜକୁ ଏକପ୍ରକାର ପଥଭ୍ରଷ୍ଟ କରାଇବା । 30 ଜିଲ୍ଲାରେ ମଦ ବ୍ୟବସାୟୀମାନେ ବିଜେଡ଼ି, ବିଜେପି ନିର୍ବାଚନୀ ବ୍ୟୟ ପରିଚାଳନା କରିବା ପାଇଁ ଏପରି ହୀନ ପ୍ରୟାସ କରୁଥିବା କହିଛନ୍ତି ସଂଘ ସଦସ୍ୟ ଶ୍ୟାମଘନ ଗଣ୍ଡ ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details