ଓଡିଶା

odisha

ETV Bharat / state

ବୋତଲରେ ଏଡ୍‌ସର ସଚେତନତା ବାର୍ତ୍ତା ଦେଲେ ଈଶ୍ବର ରାଓ - khordha news

ଡିସେମ୍ବର 1 ତାରିଖ ବିଶ୍ବ ଏଡସ ଦିବସ । ଏହି ଅବସରରେ ଏକ କାଚ ବୋତଲ ମାଧ୍ୟମରେ ଏଡସକୁ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି ଖୋର୍ଦ୍ଧା ଜଟଣୀ ଅଞ୍ଚଳର ସୂକ୍ଷ୍ମକଳା କଳାକାର ଏଲ ଈଶ୍ବର ରାଓ।

AIDS awareness in bottle
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Nov 30, 2019, 8:03 PM IST

Updated : Dec 1, 2019, 10:50 AM IST

ଖୋର୍ଦ୍ଧା: ରବିବାର ସାରା ଦେଶ ପାଳିବ ବିଶ୍ବ ଏଡସ ଦିବସ । ଏହାର ଭୟାବହତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ 1988 ମସିହାରୁ ପ୍ରତିବର୍ଷ ଡିସେମ୍ବର 1 ତାରିଖରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଆସୁଛି। ଏହି କ୍ରମରେ ଏଚଆଇଭି ବିରୁଦ୍ଧରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ କାଚ ବୋତଲରେ ଏଡସର ଲୋଗୋ ପ୍ରସ୍ତୁତ କରିଛନ୍ତି । ଆଉ ଏହି ଲୋଗୋ ପ୍ରସ୍ତୁତ କରିଛନ୍ତି ଖୋର୍ଦ୍ଧା ଜଟଣୀ ଅଞ୍ଚଳର ସୂକ୍ଷ୍ମକଳା କଳାକାର ଏଲ ଈଶ୍ବର ରାଓ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ନିଜ ନିପୂଣ କାରୁକାର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଈଶ୍ବର ରାଓ। ଏପରିକି ଲିମକା ବୁକ ଅଫ୍ ରେକର୍ଡରେ ମଧ୍ୟ ତାଙ୍କ ନାମ ସ୍ଥାନିତ ହୋଇଛି । ବିଶ୍ବ ଏଡସ ଦିବସ ଉପଲକ୍ଷେ ସେ ଏକ କାଚ ବୋତଲ ଭିତରେ 6 ଇଞ୍ଚ ଉଚ୍ଚତାରେ ଏକ ଏଡସ ଲୋଗୋ ପ୍ରସ୍ତୁତ କରିଛନ୍ତି। ଏହି କଳାକୃତି ନିର୍ମାଣ କରିବାକୁ ତାଙ୍କୁ 2 ଦିନ ସମୟ ଲାଗିଥିବା ବେଳେ ତାଙ୍କର ଏହି କଳା ମାଧ୍ୟମରେ ଏଡସକୁ ଜାଣନ୍ତୁ ଏବଂ ଜିଣନ୍ତୁର ବାର୍ତ୍ତା ଦେଇଛନ୍ତି ସେ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Dec 1, 2019, 10:50 AM IST

ABOUT THE AUTHOR

...view details