ଓଡିଶା

odisha

ETV Bharat / state

ନିର୍ବାଚନ କସରତ; ସେପ୍ଟେମ୍ବରରୁ ବିଜେଡିର ‘ଘରେ ଘରେ ଶଙ୍ଖ’ ଅଭିଯାନ - ସେପ୍ଟେମ୍ବରରୁ ବିଜେଡିର ‘ଘରେ ଘରେ ଶଙ୍ଖ’ ଅଭିଯାନ

ବିଜେଡି ଆରମ୍ଭ କରିବ ଘରେ ଘରେ ଶଙ୍ଖ ଅଭିଯାନ । ଏହାର ନେତୃତ୍ବ ନେବେ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା । ପ୍ରତି ଘରକୁ ଯାଇ ଶଙ୍ଖ ଚିହ୍ନ ଷ୍ଟିକରକୁ କାନ୍ଥରେ ଲଗାଇବେ ମହିଳା କର୍ମୀ । ସରକାରଙ୍କ ସଫଳ କାର୍ଯ୍ୟକ୍ରମର ବାର୍ତ୍ତା ଭରା ପ୍ରଚାରପତ୍ରକୁ ଘରେ ଘରେ ବାଣ୍ଟିବେ । ଅଧିକ ପଢନ୍ତୁ

ନିର୍ବାଚନ କସରତ; ସେପ୍ଟେମ୍ବରରୁ ବିଜେଡିର ‘ଘରେ ଘରେ ଶଙ୍ଖ’ ଅଭିଯାନ
ନିର୍ବାଚନ କସରତ; ସେପ୍ଟେମ୍ବରରୁ ବିଜେଡିର ‘ଘରେ ଘରେ ଶଙ୍ଖ’ ଅଭିଯାନ

By

Published : Aug 21, 2023, 6:32 PM IST

Updated : Aug 21, 2023, 10:08 PM IST

ନିର୍ବାଚନ କସରତ

ଭୁବନେଶ୍ବର: ପାଖେଇ ଆସୁଛି ଆଗାମୀ ସାଧାରଣ ନିର୍ବାଚନ । ଆଉ 3 ମାସ ପରେ ହୋଇପାରେ ଓଡ଼ିଶାରେ ବିଧାନସଭା ନିର୍ବାଚନ । ସରକାରଙ୍କ ଗତିବିଧି, କାର୍ଯ୍ୟକଳାପ ଏହି ଦିଗକୁ ସଙ୍କେତ ଦେଉଛି । ତେଣୁ ଆଗୁଆ ନିର୍ବାଚନ ପାଇଁ କସରତ ଆରମ୍ଭ କରି ଦେଇଛି ବିଜେଡି । ଖୁବଶୀଘ୍ର ଗାଁ ଗାଁରେ ଦଳ ଆରମ୍ଭ କରିଦେବ ନିର୍ବାଚନୀ ଅଭିଯାନ । ସେପ୍ଟେମ୍ବରରୁ ବିଜେଡି ଆରମ୍ଭ କରିବାକୁ ଥିବା ଘରକୁ ଘର କାର୍ଯ୍ୟକ୍ରମକୁ କପି ପେଷ୍ଟ ବୋଲି କହିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ । ସେପଟେ ପିସିସି ସଭାପତି କହିଛନ୍ତି ଆମେ ବି ଉଭୟ ବିଜେପି ଓ କଂଗ୍ରେସ ବିରୋଧରେ ଯିବୁ ଘରକୁ ଘର ।

ସେପ୍ଟେମ୍ବରରୁ ବିଜେଡି ଆରମ୍ଭ କରିବ ଘରେ ଘରେ ଶଙ୍ଖ ଅଭିଯାନ । ଏହାର ନେତୃତ୍ବ ନେବେ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା । ମହିଳା କର୍ମୀମାନେ ପ୍ରତି ଘରକୁ ଯାଇ ଶଙ୍ଖ ଚିହ୍ନ ଷ୍ଟିକରକୁ କାନ୍ଥରେ ଲଗାଇବେ । ସରକାରଙ୍କ ସଫଳ କାର୍ଯ୍ୟକ୍ରମର ବାର୍ତ୍ତା ଭରା ପ୍ରଚାରପତ୍ରକୁ ଘରେ ଘରେ ବାଣ୍ଟିବା ସହ ଏସବୁ କାର୍ଯ୍ୟ ବାବଦରେ ଲୋକଙ୍କୁ ବୁଝାଇବେ ମହିଳା କର୍ମକର୍ତ୍ତା । ବିଶେଷ କରି ଗୃହିଣୀଙ୍କ ଭୋଟ ହାତେଇବା ଉପରେ ବିଜେଡିର ନଜର ରହିଛି । ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତୀକରଣ ନେଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ଗୃହିଣୀଙ୍କୁ ସଚେତନ କରାଯିବ ଏହି ଅଭିଯାନ ମାଧ୍ୟମରେ । ପ୍ରାୟ ମାସେ ଧରି ଏହି ଅଭିଯାନ ଚାଲିବ ବୋଲି ଜଣାପଡ଼ିଛି । କେବଳ ଏତିକିରେ ଅଟକିବନି ଦଳୀୟ କାର୍ଯ୍ୟକ୍ରମ । ଯୁବ ଓ ଛାତ୍ର ଟିମ ବି ସେପ୍ଟେମ୍ବରରୁ ପ୍ରତି ଜିଲ୍ଲା ଓ ବ୍ଲକ ସ୍ତରରେ ଜୋରଦାର ଅଭିଯାନ ଚଳାଇବେ । ଯୁବ ଭୋଟକୁ ନଜର ରଖି ବିଭିନ୍ନ କାର୍ଯ୍ୟକ୍ରମର କରାଯିବ । ବିଶେଷକରି ପ୍ରଥମ ଥର ଭୋଟ ଦେଉଥିବା ନୂଆ ଭୋଟରଙ୍କୁ ଆକର୍ଷିତ କରିବା ଭଳି ସ୍ବତନ୍ତ୍ର ଅଭିଯାନ ଚଳାଇବ ବିଜେଡି । ଏ ନେଇ ଦଳ ସ୍ବତନ୍ତ୍ର ଯୋଜନା ଚଳାଇଛି ।

ଏହାବି ପଢନ୍ତୁ- Odisha Assembly Elections: ଆଗୁଆ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନେଲା ଏହି ପଦକ୍ଷେପ...

ବିଜେଡିର ଘରକୁ ଘର କାର୍ଯ୍ୟକ୍ରମକୁ କପି ପେଷ୍ଟ କାର୍ଯ୍ୟକ୍ରମ ବୋଲି କହିଛନ୍ତି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ । ବିଜେପି ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମର ସଫଳତାକୁ ଦେଖି ବିଜେଡି ଏହାକୁ କପି କରିଛି ବୋଲି ସେ କହିଛନ୍ତି । ହେଲେ ବିଜେଡିକୁ ଏଥିରେ ସୁଫଳତା ମିଳିବନାହିଁ ବୋଲି କହିଛନ୍ତି ବାବୁ । ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ସେପ୍ଟେମ୍ବର ମାସରୁ କଂଗ୍ରେସ ମଧ୍ୟ ଘରକୁ ଘର ଯିବ । ବିଜେଡି ଓ ବିଜେପି ବାବଦରେ ଲୋକଙ୍କୁ ସଚେତନ କରିବ । ଘରକୁ ଘର କାର୍ଯ୍ୟକ୍ରମ ଆଗାମୀ ନିର୍ବାଚନରେ କାହାକୁ ଫାଇଦା ଦେବା ତାହା ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 21, 2023, 10:08 PM IST

ABOUT THE AUTHOR

...view details