ଓଡିଶା

odisha

ଜିଲ୍ଲାପାଳଙ୍କୁ କୃଷି ସଚିବଙ୍କ ଚିଠି, କୃଷି ସାମଗ୍ରୀ ଯୋଗାଣ ପାଇଁ ଯାଞ୍ଚ ସ୍କ୍ୱାଡ ଗଠନ ନିର୍ଦ୍ଦେଶ

By

Published : May 19, 2023, 9:10 AM IST

କୃଷି ସାମଗ୍ରୀ ଯୋଗାଣ ଏବଂ ତଦାରଖ ପାଇଁ ଯାଞ୍ଚ ସ୍କ୍ୱାଡ ଗଠନ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ କୃଷି ସଚିବ । ଅଧିକ ପଢନ୍ତୁ

agriculture secretary
agriculture secretary

ଭୁବନେଶ୍ବର:ଚଳିତ ଖରିଫରେ ଚାଷୀଙ୍କୁ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ସାର, ବିହନ, କୀଟନାଶକ ଆଦି ଯୋଗାଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । କୃଷି ସାମଗ୍ରୀ ଯୋଗାଣର ତଦାରଖ ନିମନ୍ତେ ଜିଲ୍ଲାସ୍ତରରେ ଏନଫୋର୍ସମେଣ୍ଟ ସ୍କ୍ୱାଡ ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ଚଳିତ ଖରିଫରେ ରାଜ୍ୟରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଦୃଷ୍ଟିରୁ ଚାଷ କାର୍ଯ୍ୟ ନିମନ୍ତେ ଠିକ ସମୟରେ ପର୍ଯ୍ୟାପ୍ତ ପରିମାଣର ସାର, ବିହନ, କୀଟନାଶକ, ବାୟୋଫର୍ଟିଲାଇଜର, ଜୈବିକ ସାର, ବାୟୋକୀଟନାଶକ ପରି ବିଭିନ୍ନ କୃଷି ସାମଗ୍ରୀ ଯୋଗାଣର ଆବଶ୍ୟକତା ରହିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାଜ୍ୟରେ ଏହିସବୁ ଅତ୍ୟନ୍ତ ଦରକାରୀ କୃଷି ସାମଗ୍ରୀର ଉଚିତ୍‌ ମୂଲ୍ୟରେ ସୁଗମ ଯୋଗାଣକୁ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟର ପ୍ରତି ଅନୁକୋଣରେ ଆବଶ୍ୟକ ଯାଞ୍ଚ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବା ନେଇ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚିଠିରେ ଦର୍ଶାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ‘ମୋ ସରକାର’ ସମୀକ୍ଷା: ସ୍ବାସ୍ଥ୍ୟ ଓ ରାଜସ୍ବ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ବିଗତ ବର୍ଷ ପରି ପ୍ରତି ଜିଲ୍ଲାରେ ନିୟମିତ ଯାଞ୍ଚ କାର୍ଯ୍ୟ ନିମନ୍ତେ ଏଗ୍ରି ଇନପୁଟ ଇନ୍ସପେକ୍ଟର, ଜଣେ ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧିକାରୀଙ୍କୁ ନେଇ ଏକ କିମ୍ବା ଏକାଧିକ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ ଗଠନ କରିବାର ଆବଶ୍ୟକତା ରହିଛି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକସ୍ତରରେ ଅଧିକାରୀଙ୍କୁ ବିଭିନ୍ନ ତଦାରଖ କାର୍ଯ୍ୟ ନିମନ୍ତେ ଅନୁରୂପ ସହାୟତା ଯୋଗାଇଦେବା ପାଇଁ ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରିଛନ୍ତି । ଏଥି ସହିତ କୃଷି ସାମଗ୍ରୀର ସର୍ବୋଚ୍ଚ ଚାହିଦା ସମୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେପରି ପ୍ରଭାବିତ ନହୁଅନ୍ତି ସେଥିପାଇଁ କୃଷି ସାମଗ୍ରୀର ଯୋଗାଣ ଓ ବଣ୍ଟନ ପ୍ରତି ସଜାଗ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୌଣସି ପ୍ରକାରର ଅସାଧୁ କାରବାରକୁ ରୋକିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କାର୍ଯ୍ୟର ନିୟମିତ ଭାବରେ ସମୀକ୍ଷା କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟକୁ ନିୟମିତ ଅବଗତ କରିବା ପାଇଁ ଚିଠିରେ ଅନୁରୋଧ କରାଯାଇଛି । ଏହିସବୁ କାର୍ଯ୍ୟ ପ୍ରତି ଜିଲ୍ଲାପାଳମାନଙ୍କୁ ବ୍ୟକ୍ତିଗତ ଦୃଷ୍ଟି ଦେବା ପାଇଁ ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details