ଓଡିଶା

odisha

ETV Bharat / state

ଖରିଫ ଋତୁରେ ୪ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ବିହନ ଯୋଗାଣ ଲକ୍ଷ୍ୟ: କୃଷି ସଚିବ - ଉନ୍ନତ କିସମର ବିହନ ଯୋଗାଣ

ଖରିଫ ଚାଷ ସମୟରେ ଚାଷୀଙ୍କୁ ୪ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ବିହନ ଯୋଗାଣ ଲକ୍ଷ୍ୟ ରଖିଛି କୃଷି ଓ କୃଷକ ସଶକ୍ତିକରଣ ବିଭାଗ । ଅଧିକ ପଢନ୍ତୁ

4 lakh quintals of seeds during Kharif season
4 lakh quintals of seeds during Kharif season

By

Published : Jul 12, 2023, 10:06 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଚଳିତ ଖରିଫରେ ଉନ୍ନତ କିସମର ବିହନ ଯୋଗାଣ ଜାରି ରହିଛି । ଜୁଲାଇ ଦଶ ତାରିଖ ସୁଦ୍ଧା ପ୍ରାୟ ୩ ଲକ୍ଷ ୫୦ ହଜାର କ୍ୱିଣ୍ଟାଲ ଧାନ ଓ ଅଣଧାନ ବିହନ ଯୋଗାଇ ଦିଆଯାଇଛି । ସମସ୍ତ ଜିଲ୍ଲାର ଡିଲର ଏବଂ ପ୍ୟାକସ ମାଧ୍ୟମରେ ଏହା ଯୋଗାଣ କରାଯାଇଛି । ଚଳିତ ବର୍ଷ ବିଳମ୍ବିତ ମୌସୁମୀ ଓଡ଼ିଶାକୁ ଛୁଇଁଥିବା ହେତୁ ବିହନ ଯୋଗାଣ କ୍ଷେତ୍ରରେ ବିଳମ୍ବ ହେଉଛି । ଯାହା ଆଗାମୀ ଦିନରେ ସୁଧୁରି ଯିବ । ଜୁଲାଇ ଶେଷ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବ । ଖରିଫ ଋତୁରେ ୪ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ବିହନ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଥିବା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ।

ଖରିଫରେ ଧାନ ଓ ଅଣଧାନ ବିହନ ଯୋଗାଣ ସଂପର୍କରେ ସେ ସମୀକ୍ଷା କରିଛନ୍ତି । ବିହନ ଯୋଗାଣ ପ୍ରକ୍ରିୟାରେ ଡିବିଟି ମାଧ୍ୟମରେ ଚାଷୀମାନଙ୍କୁ ରିହାତି ପ୍ରଦାନ କରାଯାଇଛି । ରିହାତି ପ୍ରଦାନରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ନିମନ୍ତେ ରିହାତି ରାଶି ଓଟିପି ମାଧ୍ୟମରେ ଚାଷୀମାନଙ୍କୁ ଆକାଉଣ୍ଟକୁ ସିଧାସଳଖ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସ୍ୱଚ୍ଛତା ଦୃଷ୍ଟିରୁ ଏହା ଏକ ଉତ୍ତମ ପଦକ୍ଷେପ ବୋଲି ସେ କହିଛନ୍ତି । ଚାଷୀଙ୍କ ହିତ ଦୃଷ୍ଟିରୁ ଓଟିପି ବ୍ୟବସ୍ଥାକୁ ଅଧିକ ସରଳୀକରଣ କରିବା ପାଇଁ ଗୋଟିଏ ମୋବାଇଲ ନମ୍ବରରେ ଦଶ ଜଣ ଚାଷୀଙ୍କ ପାଇଁ ଓଟିପି ଜାରି କରାଯାଉଛି । ଚାଷୀ ପିଛା ସର୍ବାଧିକ ୩ ହେକ୍ଟର ଚାଷଜମି ପାଇଁ ବିହନରେ ରିହାତି ଦିଆଯାଉଛି ।

ଅଧିକ ପଢନ୍ତୁ: ଇନ୍ଦ୍ରାବତୀର ବହୁମୁଖି ପ୍ରକଳ୍ପରୁ ଜଳ ଯୋଗାଣ, ଆରମ୍ଭ ହେଲା ଖରିଫ ଚାଷ

ଚଳିତ ଖରିଫରେ ଦଶବର୍ଷରୁ ଅଧିକ ଧାନ ବିହନରେ ରିହାତି କ୍ୱିଣ୍ଟାଲ ପିଛା ୧୨୫୦ ଟଙ୍କା ପ୍ରଦାନ କରାଯାଉଛି । ଦଶବର୍ଷରୁ କମ ଅବଧି ବିଶିଷ୍ଟ ଧାନ ବିହନରେ କ୍ୱିଣ୍ଟାଲ ପ୍ରତି ୧୫୦୦ ଟଙ୍କା ରିହାତି ବ୍ୟବସ୍ଥା ରହିଛି । ସେହିପରି ଖରିଫରେ ଚାଷୀମାନଙ୍କୁ ଆଳୁ ବିହନ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଚାଷୀଙ୍କ ଖରିଫରେ ଆଳୁ ବିହନ ପ୍ରତି ଅଧିକ ଆଗ୍ରହ ପରିଲକ୍ଷିତ ହେଉଛି । ଅଦ୍ୟାବଧି ୪୦ ହଜାର କ୍ୱିଣ୍ଟାଲ ପ୍ରାମାଣିକ ଆଳୁ ବିହନ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି । ଯାହାକି ପୂର୍ବବର୍ଷ ରବି ଋତୁଠାରୁ ଅଧିକ ବୋଲି ପ୍ରମୁଖ ଶାସନ ସଚିବ କହିଛନ୍ତି । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଭବେଶ କୁମାର ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details