ଓଡିଶା

odisha

ETV Bharat / state

‘ଜୈବିକ ସାର ପ୍ରୟୋଗ କଲେ ବୃଦ୍ଧି ହୁଏ ଜମିର ଉର୍ବରତା’ - ଖୋର୍ଦ୍ଧା ଚାଷୀ ଖବର

ରାସାୟନିକ ସାର ପ୍ରୟୋଗ ଦ୍ୱାରା କିଭଳି ଜମିର ଉର୍ବରତା ନଷ୍ଟ ହୁଏ ଏବଂ ଏହାର ସମାଧାନ କରିବାପାଇଁ କୃଷକ କର୍ମଶାଳା । ଏଥିରେ ବହୁ କୃଷି ବିଶେଷଜ୍ଞ ଯୋଗ ଦେଇ କୃଷକଙ୍କୁ ଫସଲ ଉତ୍ପାଦନକୁ ବଢ଼ାଇବା ନେଇ ମତ ରଖିଥିଲେ । ଅଧିକ ପଢନ୍ତୁ...

ମାଟିର ଉର୍ବରତା ବଢାଇବା ପାଇଁ କୃଷି କର୍ମଶାଳା
ମାଟିର ଉର୍ବରତା ବଢାଇବା ପାଇଁ କୃଷି କର୍ମଶାଳା

By

Published : Oct 28, 2020, 10:11 PM IST

Updated : Oct 28, 2020, 10:34 PM IST

ଖୋର୍ଦ୍ଧା: ମାଟିର ଉର୍ବରତା ବଢାଇବା ପାଇଁ କୃଷି କର୍ମଶାଳା । ରାସାୟନିକ ସାର ପ୍ରୟୋଗ ଦ୍ୱାରା କିଭଳି ଜମିର ଉର୍ବରତା ନଷ୍ଟ ହୁଏ ଏବଂ ଏହାର ସମାଧାନ କରିବା ପାଇଁ ଆଲୋଚନା କରାଯାଇଛି ।

ମାଟିର ଉର୍ବରତା ବଢାଇବା ପାଇଁ କୃଷି କର୍ମଶାଳା

ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ସାରୁଅ ଗ୍ରାମ ପଞ୍ଚାୟତର କାଠଖୁଣ୍ଟିଆ ଗ୍ରାମରେ ଏକ କୃଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମାଟିର ଉର୍ବରତା ବଢାଇବା ପାଇଁ କୃଷି କର୍ମଶାଳା ହୋଇଛି । ବିଲରେ ରାସାୟନିକ ସାର ପ୍ରୟୋଗ ଦ୍ୱାରା କିଭଳି ଜମିର ଉର୍ବରତା ନଷ୍ଟ ହୁଏ । ଏବଂ ଏହାର ସମାଧାନ କରିବା ପାଇଁ ଜୈବିକ ସାର ପ୍ରୟୋଗ କରି କିପରି ଜମିର ଉର୍ବରତାକୁ ପୁନଶ୍ଚ ଫେରାଇ ଆଣି ହୁଏ । ଏହି କର୍ମଶାଳାରେ ଚାଷୀମାନେ ନିଜ ଜମିର ମାଟି ପରୀକ୍ଷା ପାଇଁ ଦେଇଥିଲେ । ମାଟିକୁ କିପରି ଉର୍ବର କରି ଚାଷୀମାନେ ସେମାନଙ୍କ ଫସଲ ଉତ୍ପାଦନକୁ ବଢ଼ାଇ ପାରିବେ, ସେ ନେଇ ଆସିଥିବା କୃଷି ବିଶେଷଜ୍ଞମାନେ ମତ ଦେଇଥିଲେ ।

ସେହିପରି ଜମିରେ ଯଥା ସମ୍ଭବ କମ ରାସାୟନିକ ସାର ପ୍ରୟୋଗ କରି ଜୈବିକ ସାର ପକାଇ ଚାଷ କଲେ ଚାଷୀମାନେ ଲାଭବାନ ହେବେ ବୋଲି ବିଶେଷଜ୍ଞ ମତ ଦେଇଥିଲେ । ଏହି କର୍ମଶାଳାରେ କୋଭିଡ ନିୟମ ପାଳନକରି ବହୁ ଚାଷୀ ଯୋଗଦେଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Oct 28, 2020, 10:34 PM IST

ABOUT THE AUTHOR

...view details