ଓଡିଶା

odisha

ETV Bharat / state

Agharia Samaj Voter: ଝାରସୁଗୁଡା ଉପନିର୍ବାଚନକୁ କେତେ ପ୍ରଭାବିତ କରିବେ ଅଘରିଆ ଭୋଟର? - କାହାର ହେବେ ଅଘରିଆ ଭୋଟର

ଝାରସୁଗୁଡାରେ କାମ ଦେବ କି ନବୀନଙ୍କ ରଣନୀତି? ଧନୀ ସମ୍ପ୍ରଦାୟ ଅଘରିଆ ସମାଜ ପାଇଁ ଭୁବନେଶ୍ବରରେ ଘୋଷଣା କରିଥିବା ଜମି କାମ ଦେବ କି? ନବୀନଙ୍କ ଲୋଭନୀୟ ନିଷ୍ପତିରେ ପ୍ରଭାବିତ ହେବେ କି ଅଘରିଆ ଲୋକେ । ନିରବ ଥିବା ଅଘରିଆ ଭୋଟ କେଉଁ ଦଳକୁ ଯିବେ? ଅଧିକ ପଢନ୍ତୁ

ଝାରସୁଗୁଡା ଉପନିର୍ବାଚନକୁ କେତେ ପ୍ରଭାବିତ କରିବେ ଅଘରିଆ ଭୋଟର?
ଝାରସୁଗୁଡା ଉପନିର୍ବାଚନକୁ କେତେ ପ୍ରଭାବିତ କରିବେ ଅଘରିଆ ଭୋଟର?

By

Published : May 8, 2023, 9:39 PM IST

ଝାରସୁଗୁଡା ଉପନିର୍ବାଚନକୁ କେତେ ପ୍ରଭାବିତ କରିବେ ଅଘରିଆ ଭୋଟର?

ଝାରସୁଗୁଡା: କାହାର ହେବେ ଅଘରିଆ ଭୋଟର? ବିଜେଡି, ବିଜେପି ନା କଂଗ୍ରେସ? ସବୁଦଳ ସହ ଅଘରିଆଙ୍କ କିଛି ନା କିଛି ସମ୍ପର୍କ ରହିଛି । କେଉଁ ଦଳରେ ଜାତି ଭାଇ ପ୍ରାର୍ଥୀ ହୋଇଛନ୍ତି ତ? କେଉଁ ଦଳ ଜାତି ପାଇଁ କିଛି କରିଛି। ଯାହାକୁ ନେଇ ଏବେ ଦ୍ବନ୍ଦରେ ଥିବା ଅଘରିଆ ସମ୍ପ୍ରଦାୟର ଭୋଟର କୁହାଯାଉଛି। ପ୍ରଶ୍ନ ଉଠୁଛି ଅଘରିଆ ଭୋଟର ଝାରସୁଗୁଡା ଉପ ନିର୍ବାଚନରେ ହେବେ କି ନିର୍ଣ୍ଣୟ?

ଝାରସୁଗୁଡାରେ କାମ ଦେବ କି ନବୀନଙ୍କ ରଣନୀତି? ଧନୀ ସମ୍ପ୍ରଦାୟ ଅଘରିଆ ସମାଜ ପାଇଁ ଭୁବନେଶ୍ବରରେ ଘୋଷଣା କରିଥିବା ଜମି କାମ ଦେବ କି? ନବୀନଙ୍କ ଲୋଭନୀୟ ନିଷ୍ପତିରେ ପ୍ରଭାବିତ ହେବେ କି ଅଘରିଆ ଲୋକେ । ନିରବ ଥିବା ଅଘରିଆ ଭୋଟ କେଉଁ ଦଳକୁ ଯିବେ? ଆଜି ଝାରସୁଗୁଡା ଉପ ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ଶେଷ ହେବା ପରେ ଅଘରିଆ ଭୋଟରଙ୍କୁ ନେଇ ଆରମ୍ଭ ହୋଇଛି ହିସାବ ନିକାଶ ।

ଏହାବି ପଢନ୍ତୁ- 'ଖଣି ଲୁଟ ହେଲେ କେତେ, ମହାନଦୀରେ ପାଣି ଆସିଲେ କେତେ କାହାର କିଛି ଯାଏ ଆସେ ନାହିଁ'

ସଂଧ୍ୟା 5. ଟାରେ ଶେଷ ହୋଇଛି ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାର l 10 ରେ ହେବ ମତଦାନ l 13 ରେ ଆସିବ ଫଳାଫଳ । ସବୁ ରାଜନୈତିକ ଦଳ ନିଜ ନିଜ ପ୍ରଚାର ଶେଷ ତାରିଖରେ ଜୋରଦାର କରିଛନ୍ତି l ଗତକାଲି ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ ବହୁ ହେବିୱେଟ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପାଇଁ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପାଇଁ ପ୍ରଚାର କରିଛନ୍ତି l

ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଅଘରିଆ ସମାଜ ପାଇଁ ଭୁବନେଶ୍ବରରେ ଅଧ ଏକର ଜମି ସହ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ବିରୋଧୀ ନିର୍ବାଚନକୁ ଦେଖି ଏହି ଘୋଷଣା କରାଯାଇଥିବା ଅଭିଯୋଗ କରିଥିଲେ l ରାଜନୀତି ବିଶ୍ଲେଷକ ଏହାକୁ ଝାରସୁଗୁଡାର ଅଘରିଆ ସମାଜର ଭୋଟକୁ ଆକର୍ଷିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଥିବା ଅଭିଯୋଗ କରିଥିଲେ l ଝାରସୁଗୁଡା ଜିଲ୍ଲାର ଅଗ୍ରଣୀ ସମାଜ ଭାବେ ପରିଗଣିତ ହେଉଥିବା ଅଘରିଆ ଜାତିର ଲୋକ ଏହା ଦ୍ବାରା କେତେ ଆକର୍ଷିତ ହେବେ ଅଘରିଆ ଭୋଟ ସମ୍ପୂର୍ଣ ନିର୍ବାଚନୀ ସମୀକରଣ ଉପରେ କିପରି ପ୍ରଭାବ ପକାଇବ ଦେଖନ୍ତୁ ।

ଏହାବି ପଢନ୍ତୁ- Nitish-Naveen Meet: ନୀତିଶ କୁମାର ଭୁଲ ଜାଗାରେ ଡାଏଲ କରୁଛନ୍ତି: ବିଜେପି

ଝାରସୁଗୁଡା ଜିଲ୍ଲାରେ ଅଘରିଆ ସମାଜ ଏକ ଧନୀ ଓ ଅଗ୍ରଣୀ ସମାଜ ଭାବେ ପରିଗଣିତ ହୋଇଥାଏ l ଏହି ସମାଜର ଲୋକେ ମୁଖ୍ୟତଃ ଧନୀ ହୋଇଥିବା ବେଳେ ସାମାଜିକ, ଶିକ୍ଷା ଓ ଆର୍ଥିକ କ୍ଷେତ୍ରରେବି ବହୁତ ଆଗୁଆ l ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଗାଁରେ ଏମାନଙ୍କ ଭଲ ପ୍ରଭାବ ରହିଛି l ଏହି ସମାଜର ସ୍ଥାନୀୟ ଅଞ୍ଚଳରେ ବହୁ ପ୍ରଭାବଶାଳୀ ଲୋକ ଅଛନ୍ତି l ଝାରସୁଗୁଡାର ମୋଟ ଭୋଟର ମଧ୍ୟରୁ ଅଘରିଆ ସମାଜର 18 ପ୍ରତିଶତ ଭୋଟର ଅଛନ୍ତି l ତେବେ ଚଳିତ ଉପ ନିର୍ବାଚନରେ କଣ ରହିବ ଏହି ସମାଜର ଆଭିମୁଖ୍ୟ? ତାହାକୁ ନେଇ ଏବେ ଚାଲିଛି ହିସାବ ନିକାଶ ।

ନିକଟରେ ରାଜ୍ୟ ସରକାର ଅଘରିଆ ଭୋଟରଙ୍କୁ ଆକର୍ଷିତ କରିବାକୁ ଭୁବନେଶ୍ବରରେ ଅଧ ଏକର ଜମି ସହ ଆର୍ଥିକ ସହୟତା ଘୋଷଣା କରିଥିଲେ । ଏହାଦ୍ବାରା ନିଶ୍ଚିତ ଭାବେ ଅଘରିଆ ଭୋଟର ଶାସକ ବିଜେଡି ଆଡକୁ ମୁହାଁଇବେ ବୋଲି ଚର୍ଚ୍ଚା ହେଉଛି l ତେବେ ଏଥିରେ ସବୁଠାରୁ ଅଡୁଆ ସ୍ଥିତି ସୃଷ୍ଟି କରିଛି କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ l କଂଗ୍ରେସ ଏଥର ତରୁଣ ପାଣ୍ଡେ ଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ମଧ୍ୟ ଅଘରିଆ ସମାଜର ବ୍ୟକ୍ତି l ତାଙ୍କ ବାପା ବୀରେନ୍ଦ୍ର ପାଣ୍ଡେ ପୂର୍ବରୁ ଝାରସୁଗୁଡାର ବିଧାୟକ ରହିଛନ୍ତି l ଫଳରେ କିଛି ଅଘରିଆ ଭୋଟ କଂଗ୍ରେସ ଆଡକୁ ଯାଇପାରେ ।

ସେପଟେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ସୁନ୍ଦରଗଡ ଜିଲ୍ଲାର ହୋଇଥିବା ବେଳେ ତାଙ୍କର ସୁନ୍ଦରଗଡ ଅଘରିଆ ସମାଜ ସହ ଭଲ ସମ୍ପର୍କ ରହିଛି । ଏହାସହ ବିଜେପିରେ ବହୁ ଅଘରିଆ କର୍ମୀ ରହିଛନ୍ତି l ଟଙ୍କଧରଙ୍କ ପାଇଁ ପଡୋଶୀ ସୁନ୍ଦରଗଡ ଜିଲ୍ଲାର ବହୁ ଅଘରିଆ ସମାଜର ଲୋକେ ଝାରସୁଗୁଡା ଆସି ପ୍ରଚାର କରିଛନ୍ତି l ଏତତ ବ୍ୟତୀତ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ସ୍ବାମୀ ଅଜୟ ପଟେଲ ମଧ୍ୟ ଅଘରିଆ ସମାଜର ହୋଇଥିବା ବେଳେ ଝାରସୁଗୁଡାର ଅଘରିଆ ସମାଜ ସହ ତାଙ୍କର ଭଲ ପକଡ ଥିବାରୁ ଜିଲ୍ଲା ର କିଛି ଅଘରିଆ ଭୋଟ ବିଜେପି ଆଡକୁ ମୁହାଁଇ ପାରନ୍ତି । ଏଭଳି ସ୍ଥିତିରେ ଅଘରିଆ ଭୋଟ ମଧ୍ୟ ଭାଗ ଭାଗ ହେବାର ସମ୍ଭାବନା ରହିଛି ।

ତେବେ ଅଧିକ ଅଘରିଆ ଭୋଟ ବିଜେଡି ଆଡକୁ ଯାଇ ପାରେ ବୋଲି ଅଘରିଆ ସମାଜର ସଦସ୍ୟ କହିଛନ୍ତି l ବର୍ତ୍ତମାନ ଦେଖିବାକୁ ବାକି ରହିଲା ଅଘରିଆ ଭୋଟ ଝାରସୁଗୁଡା ଉପ ନିର୍ବାଚନର ସମୀକରଣକୁ କେତେ ପ୍ରଭାବିତ କରୁଛି l କାହାକୁ ସମର୍ଥନ କରୁଛନ୍ତି ଅଘରିଆ ଭୋଟର ।

ଅନ୍ୟପଟେ ବିଜେପି ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାର ବିଭିନ୍ନ ଉପନିର୍ବାଚନ ସମୟରେ ବହୁତ କିଛି ଘୋଷଣା କରିଛନ୍ତି l ହେଲେ ତାହା କେବେ ପୂରଣ କରନ୍ତି ନାହିଁ l ଏହା ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଘୋଷଣା ହୋଇଛି l ଯାହା ଓଡିଶାବାସୀ ଜାଣନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନିର୍ବାଚନ ଫଳାଫଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ l

ଇଟିଭି ଭାରତ, ଝାରସୁଗୁଡା/ସମ୍ବଲପୁର

ABOUT THE AUTHOR

...view details