ଓଡିଶା

odisha

ETV Bharat / state

ପୁଣି ଅଶାନ୍ତ ବିଜେବି; ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଲେ ଛାତ୍ର

Student Protest in BJB College: ପୁଣି ଅଶାନ୍ତ ହୋଇପଡିଛି ବିଜେବି କଲେଜ । ମୁଖ୍ୟ ଫାଟକ ଆଗରେ ଛାତ୍ରଙ୍କ ଧାରଣା । ପୋଲିସର ନିଷ୍କ୍ରିୟତାକୁ ନେଇ ଧାରଣାରେ ବସିଲେ ଛାତ୍ର । ଅଧିକ ପଢ଼ନ୍ତୁ

ପୁଣି ଅଶାନ୍ତ ବିଜେବି
ପୁଣି ଅଶାନ୍ତ ବିଜେବି

By ETV Bharat Odisha Team

Published : Dec 8, 2023, 7:42 PM IST

ଭୁବନେଶ୍ବର: ପୁଣି ଅଶାନ୍ତ ହୋଇପଡିଛି ରାଜ୍ୟର ପ୍ରତିଷ୍ଠିତ ଉଚ୍ଚ ଶିକ୍ଷାନୁଷ୍ଠାନ ବିଜେବି କଲେଜ । ବଢୁଛି ବିଜେବି କଲେଜରେ ଛାତ୍ର ଅଶାନ୍ତି । ଶୁକ୍ରବାର ବିଜେବି କଲେଜ୍‌ ମୁଖ୍ୟ ଫାଟକ ଆଗରେ ଛାତ୍ରଙ୍କ ଧାରଣା ଦେଖିବାକୁ ମିଳିଛି । ଥାନା ଅଧିକାରୀଙ୍କ ବିରୋଧରେ ଆନ୍ଦୋଳନରତ ଛାତ୍ର ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାରେ ଥାନା ଅଧିକାରୀ ବିଫଳ ହେଉଥିବା ଅଭିଯୋଗ ଆଣି ମୁଖ୍ୟ ଗେଟରେ ତାଲା ପକାଇବା ସହ ସ୍ଲୋଗାନ ଦେଇ ଧାରଣାରେ ବସିଲେ ଛାତ୍ର ।

ଅନେକ ସମୟରେ ବିଜେବି କଲେଜ କ୍ୟାମ୍ପସ ମଧ୍ୟରେ ହିଂସାକାଣ୍ଡ ବଢ଼ି ଚାଲିଛି । ଅଣଛାତ୍ରଙ୍କ ଦୌରତ୍ମ୍ୟ ଥମିବାର ନାଁ ଧରୁନାହିଁ । ହେଲେ ଏହି ଅଣଛାତ୍ରମାନଙ୍କୁ ଗିରଫ କରିବାରେ ବିଫଳ ହେଉଛି ପୋଲିସ । ଏପଟେ ତୁରନ୍ତ ହିଂସାକାଣ୍ଡ ଭିଆଉଥିବା ଅଣଛାତ୍ରଙ୍କୁ ଗିରଫ କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରେ ବସିଥିବ ଛାତ୍ର । ହେଲେ ଏନେଇ ପୋଲିସ ନିକଟରୁ କୌଣସି ପତିକ୍ରିୟା ମିଳିପାରିନାହିଁ । ଏପରିକି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ କୌଣସି ପତିକ୍ରିୟା ମିଳିନାହିଁ । ରାଜ୍ୟର ଏହି ପ୍ରତିଷ୍ଠିତ କଲେଜର କ୍ୟାମ୍ପସ୍‌ ମଧ୍ୟରେ ଅନେକ ସମୟରେ ଗୋଷ୍ଠୀ ସଙ୍ଘର୍ଷ ଘଟୁଥିବା ନଜରକୁ ଆସିଛି । ଅନେକ ସମୟରେ ମଧ୍ୟ ଥାନାକୁ କଥା ଯାଇଛି । ତେବେ କଲେଜ କ୍ୟାମ୍ପସ ମଧ୍ୟରେ ବାରମ୍ବାର ଏଭଳି ଗୋଷ୍ଠୀ ସଙ୍ଘର୍ଷ ଏବଂ ନିଶାଦ୍ରବ୍ୟ କାରବାର ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି କଲେଜର ଅଧ୍ୟୟନରତ ଛାତ୍ର ।

ଏହା ମଧ୍ୟ ପଢ଼ନ୍ତୁ...ବିଜେବି କଲେଜରେ ଛାତ୍ର ଉତ୍ତେଜନା, ଦୀର୍ଘ ଘଣ୍ଟା ଧରି ରାସ୍ତା ଅବରୋଧ

ପ୍ରକାଶ ଥାଉ, କିଛିଦିନ ତଳେ କଲେଜ କର୍ତ୍ତୃପକ୍ଷ କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶରେ ରୋକ ଲଗାଇବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ବିଜେବି ସ୍ୱୟଂଶାସିତ କଲେଜ ମୁଖ୍ୟ ଗେଟ୍‌ ନିକଟରେ ଲଗାଇଥିଲେ ପୋଷ୍ଟର । ବିଜେବି କଲେଜରେ ଅନେକ ସମୟରେ ଛାତ୍ର ଆକ୍ରମଣ ଘଟଣା ନେଇ କଲେଜ କର୍ତ୍ତୃପକ୍ଷଙ୍କ ଦ୍ବାରା କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରାଯାଇଥିଲା । କଲେଜ ସମୟରେ ହେଉ ଅବା କ୍ଲାସ ସରିବା ପରେ, ବାହାର ଲୋକଙ୍କୁ କଲେଜ କ୍ୟାମ୍ପସ୍‌ ଭିତରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ବିନା କୌଣସି ଅଫିସିଆଲ କାର୍ଯ୍ୟରେ କଲେଜ କ୍ୟାମ୍ପସ୍‌ ପରିସରକୁ କେହି ପ୍ରବେଶ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । କଲେଜରେ କୌଣସି ଜରୁରୀ କାମ ଥିଲେ ଫାଟକରେ ଥିବା ସୁରକ୍ଷାକର୍ମୀମାନେ ସେମାନଙ୍କର ଯାଞ୍ଚ କରିବେ ଓ କଲେଜର କର୍ତ୍ତୃପକ୍ଷଙ୍କୁ ନିକଟକୁ ପଠାଇବେ । ଯଦି ବିନା କାରଣରେ କଲେଜ ପରିସରରେ କେହି ପ୍ରବେଶ କରିବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା । ହେଲେ ସବୁ କେବଳ ନିର୍ଦ୍ଦେଶ ଓ ନିଷ୍ପତ୍ତିରେ ଅଟକି ରହିଛି । ଏସବୁ ପାଳ ହେଉନଥିବା କହିଛନ୍ତି ଆନ୍ଦୋଳନରତ ଛାତ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details