ଓଡିଶା

odisha

ETV Bharat / state

କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ: କାଲି ହାଇକମାଣ୍ଡଙ୍କ ସହ ୨୪ ନିର୍ବାଚନ ପାଇଁ ରଣନୀତି ନିର୍ଣ୍ଣୟ - ରାହୁଲ ଗାନ୍ଧି

PCC President and party MLAs visit Delhi to meet High command: ଓଡ଼ିଶାରେ ଜୋର ଧରିଲାଣି ୨୪ ଚର୍ଚ୍ଚା । ବିଜେଡି ପରେ ଏବେ ଆକ୍ଟିଭ ମୋଡରେ ବିରୋଧୀ । ବିଜେପି ପରେ ଦିଲ୍ଲୀ ଗସ୍ତରେ କଂଗ୍ରେସର ଛାମୁଆ ନେତା । ତେଲେଙ୍ଗାନା ପରେ କଂଗ୍ରେସ ଫୋକସରେ ଓଡ଼ିଶା ରହିଥିବା ବେଳେ, ଆସନ୍ତାକାଲି ହାଇକମାଣ୍ଡଙ୍କୁ ଭେଟୁଛି ପିସିସି ଟିମ୍ । ନିର୍ବାଚନ ରଣନୀତି ନିର୍ଣ୍ଣୟ ସହ ଖଡ଼ଗେ ଏବଂ ରାହୁଲଙ୍କୁ କ୍ୟାମ୍ପେନ ପାଇଁ ନିମନ୍ତ୍ରଣ କରିବ ଓଡ଼ିଶା କଂଗ୍ରେସ । ଅଧିକ ପଢ଼ନ୍ତୁ,

କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ: କାଲି ହାଇକମାଣ୍ଡଙ୍କ ସହ ୨୪ ନିର୍ବାଚନ ପାଇଁ ରଣନୀତି ନିର୍ଣ୍ଣୟ
କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ: କାଲି ହାଇକମାଣ୍ଡଙ୍କ ସହ ୨୪ ନିର୍ବାଚନ ପାଇଁ ରଣନୀତି ନିର୍ଣ୍ଣୟ

By ETV Bharat Odisha Team

Published : Dec 19, 2023, 7:36 PM IST

କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ: କାଲି ହାଇକମାଣ୍ଡଙ୍କ ସହ ୨୪ ନିର୍ବାଚନ ପାଇଁ ରଣନୀତି ନିର୍ଣ୍ଣୟ

ଭୁବନେଶ୍ବର: ତେଲେଙ୍ଗାନାରେ କଂଗ୍ରେସ ବିଜୟ ପରେ ଏବେ ଏଆଇସିସି ଫୋକସରେ ଓଡ଼ିଶା । ଓଡିଶାର ବରିଷ୍ଠ କଂଗ୍ରେସ ନେତା, ସାଂସଦ ଏବଂ ବିଧାୟକମାନଙ୍କୁ ଦିଲ୍ଲୀ ଡାକରା ହୋଇଛି। ଆସନ୍ତାକାଲି ଅପରାହ୍ନରେ ଦିଲ୍ଲୀରେ ବସିବାକୁ ଥିବା ବୈଠକରେ ଦଳର ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ବେଣୁ ଗୋପାଳ ଏବଂ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର, ଓଡ଼ିଶା କଂଗ୍ରେସ ନେତାମାନଙ୍କୁ ମନ୍ତ୍ର ଫୁଙ୍କିବେ । 2024 ନିର୍ବାଚନକୁ ମାସ କେଇଟା ବାକି । ଓଡ଼ିଶାରେ ଏକା ସାଙ୍ଗରେ ହେବ ଲୋକସଭା ଏବଂ ବିଧାନସଭା ନିର୍ବାଚନ। ଏଥିପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବେ ହାଇକମାଣ୍ଡ ।

କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି ଜାନୁଆରିରେ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସର ଦୁଇ ଦିଗ୍ଗଜ ନେତାଙ୍କ ପ୍ରଚାର ସିଡ୍ୟୁଲକୁ ନେଇ ମଧ୍ୟ ଦିଲ୍ଲୀରେ ଚର୍ଚ୍ଚା ହେବ। ଦିଲ୍ଲୀ ଗସ୍ତ ପୂର୍ବରୁ ଆଜି ଭୁବନେଶ୍ବରରେ ବସିଥିଲା ପ୍ରଦେଶ କଂଗ୍ରେସ କମିଟିର ପ୍ରସ୍ତୁତି ବୈଠକ। ଏଥିରେ ସାମିଲ ହୋଇଥିଲେ ପୂର୍ବତନ ମନ୍ତ୍ରୀ, ବରିଷ୍ଠ ନେତା ଏବଂ ବିଧାୟକ ସୁର ରାଉତରାୟ। ଲୋକଙ୍କଠାରୁ ଦାନ ସଂଗ୍ରହ ପ୍ରକ୍ରିୟା କେତେଦୂର ଆଗେଇଲା, ସେନେଇ ଜିଲ୍ଲା ସ୍ତରୀୟ କର୍ମୀଙ୍କ ସହିତ ଆଲୋଚନା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଶରତ କହିଛନ୍ତି ଯେ, ଦିଲ୍ଲୀ ଗସ୍ତ ସମୟରେ ୨୦୨୪ ନିର୍ବାଚନ, ରାଜ୍ୟ ରାଜନୀତି ଏବଂ ରଣନୀତି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ରାଜ୍ୟ ନେତାଙ୍କ ଦିଲ୍ଲୀ ଗସ୍ତକୁ ସ୍ବାଗତ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଯେହେତୁ ଏକାସାଙ୍ଗରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ହେବ, ତେଣୁ ହାଇକମାଣ୍ଡଙ୍କ ସହିତ ବୈଠକ ଅଧିକ ଗୁରୁତ୍ବ ବହନ କରୁଛି ।

ଏହ ମଧ୍ଯ ପଢ଼ନ୍ତୁ: 24ରେ ହେବ ଜୋରଦାର ଲଢ଼େଇ, ବିଦାୟ ନେବେ ନବୀନ: ଜୟନାରାୟଣ ମିଶ୍ର

ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ହାଇ କମାଣ୍ଡଙ୍କ ସହ ରାଜ୍ୟ କଂଗ୍ରେସ ନେତାଙ୍କୁ ବିଚାର ବିମର୍ଶରେ କେଉଁଠି ନା କେଉଁଠି ବିଳମ୍ବ ହୋଇଛି। ଓଡ଼ିଶାରେ କଂଗ୍ରେସର ସ୍ଥିତି କଣ ରହିଛି କେନ୍ଦ୍ରୀୟ ନେତାଙ୍କ ପାଖରେ ତାର ନିଜସ୍ବ ସର୍ଭେ ରିପୋର୍ଟ ରହିଛି। ଦୋଷ ଦୁର୍ବଳତା କଣ, କେମିତି ଫାଇଟ କରିବେ, କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ନିକଟକୁ ଯିବେ, ସେକଥା ହାଇକମାଣ୍ଡ ପଚାରି ବୁଝିବେ ।" ସେ ପୁଣି କହିଛନ୍ତି ଯେ, ବଡ଼ କଥା ହେଲା 2024 ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ନ୍ୟାରେଟିଭ କଣ ରହିବ, ତାହା ଏଯାଏଁ ଅସ୍ପଷ୍ଟ ରହିଛି । ତେଣୁ କଂଗ୍ରେସକୁ ଏହାକୁ ନେଇ ସ୍ପଷ୍ଟ ଆଭିମୁଖ୍ୟ ଆପଣାଇବାକୁ ପଡ଼ିବ ।

ଏହ ମଧ୍ଯ ପଢ଼ନ୍ତୁ: ବିଜେପିର 22 ବିଧାୟକ ଓ 8 ସାଂସଦଙ୍କ କାଲି ଦିଲ୍ଲୀ ଗସ୍ତ: ମୋଦିଙ୍କୁ ଭେଟିବେ, ଦିଲ୍ଲୀରେ ହେବ ଓଡିଶା ଦଖଲ ଷ୍ଟ୍ରାଟେଜି

ଶ୍ରୀକ୍ଷେତ୍ର ପୁରୀରୁ ତୁଳସୀ ଯାତ୍ରା ଆରମ୍ଭ କରି 2024 ନିର୍ବାଚନ ପାଇଁ ମଞ୍ଜି ବୁଣିଥିଲା ରାଜ୍ୟ କଂଗ୍ରେସ । ଏହି ପ୍ରଚାର ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିବାକୁ ଏବେ ଦିଲ୍ଲୀ ଯାତ୍ରା । ବଡ଼ କଥା ହେଲା ତେଲେଙ୍ଗାନା ବିଜୟ ପରେ, ଉତ୍ସାହିତ ଅଛି କଂଗ୍ରେସ ପାର୍ଟି । ୨୦୨୪ ନିର୍ବାଚନ ପାଇଁ ଶାସକ ବିଜେଡି ବିଗୁଲ୍ ବଜାଇ ସାରିଥିବା ବେଳେ, ଏବେ ଅଣ୍ଟା ସଳଖୁଛି କଂଗ୍ରେସ ପାର୍ଟି। ଦଳର ରାଜ୍ୟ ସ୍ତରୀୟ ଛାମୁଆ ନେତା, ବିଧାୟକ ଏବଂ ସାଂସଦ ଦିଲ୍ଲୀରେ ଶୀର୍ଷ ନେତୃତ୍ବ ସହ ନିର୍ବାଚନ ରଣନୀତି ଚୂଡ଼ାନ୍ତ କରିବାକୁ ଯାଉଛନ୍ତି । ଏବେ ଅପେକ୍ଷା କି ମାର୍ଗଦର୍ଶନ ଦେଉଛନ୍ତି ହାଇକମାଣ୍ଡ ? ଓଡ଼ିଶା ପାଇଁ କିଭଳି ରଣନୀତି ପ୍ରସ୍ତୁତ କରୁଛନ୍ତି ଦିଲ୍ଲୀ ନେତୃତ୍ବ ? ଏବଂ ଏହା ଓଡ଼ିଶାରେ କେତେ କାମ କରିବ ?

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details