ଖୋର୍ଦ୍ଧା: ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ( Chillika MLA Prasant Jagdev) ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ବାଣପୁର ସବ୍ ଜେଲକୁ ଫେରିଛନ୍ତି ବିଧାୟକ । ସୋମବାର ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ପ୍ରଥମେ ବାଣପୁର ହସ୍ପିଟାଲ ଓ ପରେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମଙ୍ଗଳବାର ସୁସ୍ଥ ହେବା ପରେ ଜଗଦ୍ଦେବଙ୍କୁ ପୁନର୍ବାର ବାଣପୁର ସବ୍ ଜେଲକୁ ପଠାଯାଇଛି । ଜେଲ୍ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ:ଜେଲରେ ଅସୁସ୍ଥ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି