ଓଡିଶା

odisha

ETV Bharat / state

ପରାଜୟର ଆତ୍ମସମୀକ୍ଷା କରୁ ଦଳ କହିଲେ ନରସିଂହ, ଦୋଷ ଲଦିଲେ ମୋକିମ

ଝାରସୁଗୁଡାରେ ଉପନିର୍ବାଚନର ଫଳାଫଳକୁ ନେଇ କଂଗ୍ରେସ ଶିବିର ଉଠୁଛି ପଡୁଛି । ଶୋଚନୀୟ ପରାଜୟ ପଛର କରାଣ ତାର ଆତ୍ମସମୀକ୍ଷା କରୁ ଦଳ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଅଧିକ ପଢ଼ନ୍ତୁ

ଝାରସୁଗୁଡାରେ ଉପନିର୍ବାଚନର ଫଳାଫଳକୁ ନେଇ ସରଗରମ କଂଗ୍ରେସ ଶିବିର
ଝାରସୁଗୁଡାରେ ଉପନିର୍ବାଚନର ଫଳାଫଳକୁ ନେଇ ସରଗରମ କଂଗ୍ରେସ ଶିବିର

By

Published : May 18, 2023, 8:15 PM IST

ଝାରସୁଗୁଡାରେ ଉପନିର୍ବାଚନର ଫଳାଫଳକୁ ନେଇ ସରଗରମ କଂଗ୍ରେସ ଶିବିର

ଭୁବନେଶ୍ବର: ଝାରସୁଗୁଡାରେ କାହିଁକି ହାରିଲା କଂଗ୍ରେସ । ଦଳର ଶୋଚନୀୟ ପରାଜୟ ପଛର କରାଣ କ’ଣ ? କାହିଁକି ମାତ୍ର ୪ ହଜାର ୫ଶହ ଭୋଟରେ ଦଳକୁ ସନ୍ତୁଷ୍ଟ ହେବାକୁ ପଡିଲା । ସେନେଇ ଆତ୍ମସମୀକ୍ଷା କରୁ ଦଳ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତଥା ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଝାରସୁଗୁଡାରେ ଉପନିର୍ବାଚନର ଫଳାଫଳକୁ ନେଇ କଂଗ୍ରେସ ଶିବିର ଉଠୁଛି ପଡୁଛି । ଏହାକୁ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ‘‘ଉପନିର୍ବାଚନରେ କଂଗ୍ରେସ ୪ହଜାର ୫ଶହ ଭୋଟ ପାଇବା ଗୋଷ୍ଠୀ କନ୍ଦଳ ନୁହେଁ । ସଂଗଠନ ଓ ନେତୃତ୍ୱ ଦୁର୍ବଳ । ଏବେ କଂଗ୍ରେସ ପାଇଁ ଆତ୍ମସମୀକ୍ଷା କରିବାର ସମୟ ଆସିଯାଇଛି । ନିର୍ବାଚନ ୨ଦିନ ପୂର୍ବରୁ ଗୋଷ୍ଠୀ କନ୍ଦଳ ବାହାରିଗଲା ଏବଂ କଂଗ୍ରେସ ତାର ଅମାନତ ହରାଇଲା ଭଳି ମନ୍ତବ୍ୟକୁ ମୁଁ ଗ୍ରହଣ କରିପାରୁ ନାହିଁ । କଂଗ୍ରେସରେ ଆତ୍ମସମୀକ୍ଷା ହେଉନାହିଁ । ଯଦି ଦଳ ଏବେଠୁ ନିଜ ଦୋଷ ତୃଟି ନସଜାଡିବ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଭବିଷ୍ୟତ ଅନ୍ଧକାର ହୋଇଯିବ ।’’

ଅନ୍ୟପଟେ ଝାରସୁଗୁଡ଼ା ଉପନିର୍ବାଚନ ପରାଜୟ ନେଇ ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି, ‘‘ଯେଉଁମାନେ ଝାରସୁଗୁଡ଼ା ଉପନିର୍ବାଚନ ଦାୟିତ୍ବରେ ଥିଲେ ସେମାନେ ପରାଜୟକୁ ନିଜ କାନ୍ଧକୁ ନିଅନ୍ତୁ । ପରାଜୟର ମୁଖ୍ୟ କାରଣକୁ ଖୋଜନ୍ତୁ । ମୁଁ ନୂଆ ଦଳ ଗଠନ କରିବା ପରି ଲୋକ ହୋଇନାହିଁ । ଯେଉଁମାନେ ମିଥ୍ୟା ଆରୋପ ଲଗାଇ ଖସି ଯିବାକୁ ଚାହୁଛନ୍ତି , ସେମାନେ କାନ୍ଧକୁ ଦାୟିତ୍ବ ନିଅନ୍ତୁ, କଂଗ୍ରେସକୁ ମଜଭୁତ କରନ୍ତୁ ।’’

କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ କଂଗ୍ରେସରେ ତେଜୁଛି ଅନ୍ତଃକନ୍ଦଳ । ବରିଷ୍ଠ ନେତାମାନଙ୍କ ଦୁର୍ବଳ ନେତୃତ୍ବ ପାଇଁ ଏଭଳି ଦୟନୀୟ ସ୍ଥିତି ଦେଖୁଛି କଂଗ୍ରେସ ବୋଲି ଅଭିଯୋଗ ଆସିଛି । ଯାହାକୁ କାଉଣ୍ଟର କରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି,‘‘ଦଳ ଉର୍ଦ୍ଧ୍ବରେ କେହି ନୁହଁନ୍ତି । ଯିଏ ଦଳ ବିରୋଧରେ କାର୍ଯ୍ୟ କରିବା ତ ଉପରେ କାଯ୍ୟନୁଷ୍ଠାନ ନିଆଯିବ । କଂଗ୍ରେସ ଦଳରେ ରହି ଯେଉଁମାନେ କଂଗ୍ରେସ ବିରୋଧରେ ସୋସିଆଲ ମିଡ଼ିଆ କିମ୍ବା ଗଣମାଧ୍ୟମରେ କହିବେ ତାଙ୍କ ଉପରେ ମଧ୍ୟ କାଯ୍ୟନୁଷ୍ଠାନ ନିଆଯିବ । ପୂର୍ବରୁ ଏକ ଆଲୋଚନା ଚକ୍ର କାଯ୍ୟକ୍ରମରେ ଦଳ ବିରୋଧରେ ଯେଉଁମାନେ ମତ ଦେଇଛନ୍ତି, ସେଥିପାଇଁ କମିଟି ଗଠନ ହୋଇଛି । 7 ଦିନ ପରେ କମିଟି ରିପୋର୍ଟ ଆଧାରରେ କଂଗ୍ରେସକୁ ବିରୋଧ କରିଥିବା ନେତାଙ୍କ ଉପରେ କାଯ୍ୟନୁଷ୍ଠାନ ନିଆଯିବ । ହାଇକମାଣ୍ଡଙ୍କୁ ଘାଟଣା ବାବଦରେ ଜଣାଇ ଦିଆଯାଇଛି । ଠିକ ସମୟରେ ଠିକ ନିଷ୍ପତ୍ତି ନିଆଯିବ ।’’

ଇଟିଭି ଭରତ, ଭୁବନେଶ୍ବର

ABOUT THE AUTHOR

...view details