ଓଡିଶା

odisha

ETV Bharat / state

କଂଗ୍ରେସ ନେତାଙ୍କ ବିଜେଡି ବିଜ୍ଞାପନକୁ ନେଇ ଚର୍ଚ୍ଚା - କଂଗ୍ରେସ ନେତାଙ୍କ ବିଜେଡି ବିଜ୍ଞାପନ

କଂଗ୍ରେସ ନେତା ପ୍ରଦୀପ କୁମାର ସାହୁଙ୍କ ବିଜେଡି ବିଜ୍ଞାପନକୁ ନେଇ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି । ବିଜ୍ଞାପନକୁ ପ୍ରଦୀପଙ୍କ ଖଣ୍ଡନ । ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇଥର କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ପ୍ରଦୀପ ଅଧିକ ପଢନ୍ତୁ...

କଂଗ୍ରେସ ନେତାଙ୍କ ବିଜେଡି ବିଜ୍ଞାପନକୁ ନେଇ ଚର୍ଚ୍ଚା
କଂଗ୍ରେସ ନେତାଙ୍କ ବିଜେଡି ବିଜ୍ଞାପନକୁ ନେଇ ଚର୍ଚ୍ଚା

By

Published : May 31, 2020, 5:31 PM IST

ଖୋର୍ଦ୍ଧା: କଂଗ୍ରେସ ନେତାଙ୍କ ବିଜେଡି ବିଜ୍ଞାପନକୁ ନେଇ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି । ଏକ ଦୈନିକ ଖବର କାଗଜରେ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇଥର କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ପ୍ରଦୀପ କୁମାର ସାହୁ ବିଜେଡି ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଥିବାର ଦେଖିବାକୁ ମିଳିଛି । ଖବରକାଗଜରେ ପ୍ରଦୀପଙ୍କ ଫଟୋ ସହ ରହିଛି ବିଜେଡିର ଶଙ୍ଖ ଚିହ୍ନ ।

କଂଗ୍ରେସ ନେତାଙ୍କ ବିଜେଡି ବିଜ୍ଞାପନକୁ ନେଇ ଚର୍ଚ୍ଚା

ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେବାପରେ ନିଜେ ମୁଁହ ଖୋଲିଛନ୍ତି ପ୍ରଦୀପ ସାହୁ । ସେ କହିଛନ୍ତି ମୁଁ କୌଣସି ଖବର କାଗଜକୁ ବିଜ୍ଞାପନ ଦେଇନାହିଁ । ମୁଁ ଦୀର୍ଘଦିନ ହେଲା କଂଗ୍ରେସ ସହ ଅଛି । ହେଲେ କିଛି ହୀନ ଚକ୍ରାନ୍ତକାରୀ ଗୋଷ୍ଠୀ ଏପରି ମୋ ବିରୁଦ୍ଧରେ ଷଡଯନ୍ତ୍ର କରିଛନ୍ତି ।

ଅନ୍ୟପକ୍ଷେ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ପ୍ରଦୀପଙ୍କର ଘନିଷ୍ଠତା ରହିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଦୀପ ମଧ୍ୟ ସୌମ୍ୟ ବାବୁଙ୍କୁ ଧରି ବିଜେଡିକୁ ଡିଆଁ ମାରିବାକୁ ସବୁ କସରତ କରି ବିଫଳ ହୋଇଥିଲେ । ତେବେ ପ୍ରଦୀପ ଜାଣିଶୁଣି ଏପରି କରିଛନ୍ତି ନା ତାଙ୍କୁ ବଦନାମ କରିବାକୁ କିଏ ଏପରି ବିଜ୍ଞାପନ ଦେଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details