ଓଡିଶା

odisha

ETV Bharat / state

ବିଶ୍ବ ଦକ୍ଷତା କେନ୍ଦ୍ରରେ ୭ଟି ଟ୍ରେଡରେ ହେବ ନାମଲେଖା, ଅଗଷ୍ଟ ୧୫ ରେ ଅନଲାଇନରେ ପ୍ରବେଶିକା ପରୀକ୍ଷା

ବିଶ୍ବ ଦକ୍ଷତା କେନ୍ଦ୍ର ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୧୫ ତାରିଖ ହେଉଛି ଆବେଦନ ଗ୍ରହଣର ଶେଷ ତାରିଖ। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଅନଲାଇନ ମାଧ୍ୟମରେ ଏକ ସ୍ଵତନ୍ତ୍ର ପ୍ରବେଶିକା ପରୀକ୍ଷା କରାଯିବ। ତେବେ ଏହି ପରୀକ୍ଷାରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ ଚୟନ କରାଯିବ। ଅଧିକ ପଢନ୍ତୁ

ବିଶ୍ବ ଦକ୍ଷତା କେନ୍ଦ୍ରରେ ୭ଟି ଟ୍ରେଡରେ ହେବ ନାମଲେଖା, ଅଗଷ୍ଟ ୧୫ ରେ ଅନଲାଇନରେ ପ୍ରବେଶିକା ପରୀକ୍ଷା
ବିଶ୍ବ ଦକ୍ଷତା କେନ୍ଦ୍ରରେ ୭ଟି ଟ୍ରେଡରେ ହେବ ନାମଲେଖା, ଅଗଷ୍ଟ ୧୫ ରେ ଅନଲାଇନରେ ପ୍ରବେଶିକା ପରୀକ୍ଷା

By

Published : Aug 4, 2023, 10:57 PM IST

ଭୁବନେଶ୍ବର: ବିଶ୍ବ ଦକ୍ଷତା କେନ୍ଦ୍ରରେ ୭ଟି ଟ୍ରେଡରେ ହେବ ନାମଲେଖା ହେବ । ଅଗଷ୍ଟ ୧୫ରେ ହେବ ଅନଲାଇନରେ ପ୍ରବେଶିକା ପରୀକ୍ଷା। ବିଶ୍ବ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖା । ମୋଟ ୭ଟି ବିଷୟରେ ହେବ ନାମଲେଖା । ଅନଲାଇନ ମାଧ୍ୟମରେ ପ୍ରବେଶିକା ପରୀକ୍ଷା ଲାଗି ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ ୧୫ ।

ବିଶ୍ବ ଦକ୍ଷତା କେନ୍ଦ୍ରରେ ୭ଟି ଟ୍ରେଡରେ ହେବ ନାମଲେଖା, ଅଗଷ୍ଟ ୧୫ ରେ ଅନଲାଇନରେ ପ୍ରବେଶିକା ପରୀକ୍ଷା

ବିଶ୍ବ ଦକ୍ଷତା କେନ୍ଦ୍ର ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୧୫ ତାରିଖ ହେଉଛି ଆବେଦନ ଗ୍ରହଣର ଶେଷ ତାରିଖ । ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଅନଲାଇନ ମାଧ୍ୟମରେ ଏକ ସ୍ଵତନ୍ତ୍ର ପ୍ରବେଶିକା ପରୀକ୍ଷା କରାଯିବ। ତେବେ ଏହି ପରୀକ୍ଷାରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ ଚୟନ କରାଯିବ। ବିଶ୍ବ ଦକ୍ଷତା କେନ୍ଦ୍ରରେ ସ୍କୁଲ ଅଫ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍‌ ସର୍ଭିସେସ୍‌ ଦୁଇଟି ବିଭାଗ ରହିଛି । ଏଠାରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ପ୍ରାର୍ଥୀମାନଙ୍କୁ ତାଲିମ ଦିଆଯାଉଛି । ଏଠାରେ ଦିଆଯାଉଥିବା ବିଭିନ୍ନ ତାଲିମ ପାଠ୍ୟକ୍ରମର ସୁଯୋଗ ନେଇ ରାଜ୍ୟର ଯୁବପିଢ଼ିମାନେ ନିଜର ଭବିଷ୍ୟତ ଗଠନ କରିବା ପାଇଁ ଆଗେଇ ଆସିବାକୁ ରାଜ୍ୟ ଦକ୍ଷତା ବିକାଶ ଅଧ୍ୟକ୍ଷା ତଥା ସିଇଓ ଅଳକା ମିଶ୍ର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି ।

ବିଶ୍ବ ଦକ୍ଷତା କେନ୍ଦ୍ରରେ ୭ଟି ଟ୍ରେଡରେ ହେବ ନାମଲେଖା, ଅଗଷ୍ଟ ୧୫ ରେ ଅନଲାଇନରେ ପ୍ରବେଶିକା ପରୀକ୍ଷା

ତେବେ ଏହି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ଲାଗି ହଷ୍ଟେଲ ସୁବିଧା, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍‌ ସୁବିଧା ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଛି । ବିଶ୍ବ ଦକ୍ଷତା କେନ୍ଦ୍ରର ସ୍କୁଲ୍‌ ଅଫ୍‌ ଇଞ୍ଜିନିୟରିଂ ବିଭାଗ ଅଧୀନରେ ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ମେକାନିକାଲ ଆଣ୍ଡ୍‌ ଇଲେକ୍ଟ୍ରିକାଲ୍‌ ସର୍ଭିସେସ୍‌, ଏୟାର କଣ୍ଡିସନିଂ ଆଣ୍ଡ୍‌ ରେଫ୍ରିଜରେସନ୍‌ ଏବଂ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଭଳି ୫ଟି ଆଧୁନିକ ବିଷୟ ବା ଟ୍ରେଡ୍‌ ରହିଛି । ରାଜ୍ୟର ଯେକୌଣସି ସରକାରୀ ବା ଘରୋଇ ଶିଳ୍ପ ତାଲିମ ଅନୁଷ୍ଠାନରୁ ଦୁଇ ବର୍ଷିଆ ଆଇଟିଆଇ ବା ତିନି ବର୍ଷିଆ ଡିପ୍ଲୋମା ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଏହିଠାରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ ବୋଲି ସୂଚନା ଦିଆଯାଇଛି।

ବିଶ୍ବ ଦକ୍ଷତା କେନ୍ଦ୍ରରେ ୭ଟି ଟ୍ରେଡରେ ହେବ ନାମଲେଖା, ଅଗଷ୍ଟ ୧୫ ରେ ଅନଲାଇନରେ ପ୍ରବେଶିକା ପରୀକ୍ଷା

ଏହାବି ପଢନ୍ତୁ- ITI ଛାତ୍ର ଆଣିଲେ ଇ-ରିକ୍ସା; ଥରେ ଚାର୍ଜ କଲେ ଗଡିବ 50KM, ବୁଲା ବିକାଳି ନେଇପାରିବେ 300KG ସାମଗ୍ରୀ

ସେହିପରି ସ୍କୁଲ ଅଫ ସର୍ଭିସେସ ବିଭାଗ ଅଧୀନରେ ‘ହେୟାର ଫ୍ୟାସନ ଆଣ୍ଡ ଡିଜାଇନ୍’ ଏବଂ ‘ବ୍ୟୁଟି ଓ୍ଵେଲନେସ ଆଣ୍ଡ ସ୍ପା’ ଭଳି ୨ଟି ପାଠ୍ୟକ୍ରମ ରହିଛି । ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ଶିକ୍ଷାଗତ ଯୋଗ୍ୟତା ରହିଛି ଯୁକ୍ତ ୨ କିମ୍ବା ଯେ କୌଣସି ବିଷୟରେ ଡିପ୍ଲୋମା । ବିଶ୍ବ ଦକ୍ଷତା କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଓ ବିଶ୍ବସ୍ତରୀୟ ବିଭିନ୍ନ ଯନ୍ତ୍ରପାତି ଓ ତାଲିମ ଉପକରଣ ରହିଛି । ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ପରିଚିତ ସିଙ୍ଗାପୁରର ଆଇଟିଇଇଏସ ସଂସ୍ଥାର ସହଯୋଗକ୍ରମେ ବିଶ୍ବ ଦକ୍ଷତା କେନ୍ଦ୍ରର ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି । ଫଳରେ ଏଠାରୁ ଦକ୍ଷ ତଥା ବିଶ୍ବସ୍ତରୀୟ ଯୁବ ମାନବ ସମ୍ବଳ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି ।

ବିଶ୍ବ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ଯାଇ ବିଶେଷ ଅନୁଭୂତି ହାସଲ କରିବା ପାଇଁ ସୁଯୋଗ ଦିଆଯାଉଛି । ଏହି ପାଠ୍ୟକ୍ରମ ଅଧୀନରେ କେନ୍ଦ୍ରର ୪୦ ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ୧୫ ଦିନ ଲାଗି ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମରେ ସିଙ୍ଗାପୁର ପଠାଯାଉଛି । ସେହିପରି ପ୍ରତି ବର୍ଷ ୨୪ ଜଣଙ୍କୁ ବାଛି ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ପେଡ୍-ଇଣ୍ଟର୍ଣ୍ଣସିପ୍‌ କରିବାର ସୁଯୋଗ ଦିଆଯାଉଛି । ତେବେ ନାମଲେଖା ପ୍ରକ୍ରିୟା ସମ୍ପର୍କରେ ଅଧିକ ଜାଣିବା ପାଇଁ ପ୍ରାର୍ଥୀମାନେ ୧୮୦୦ ୨୬୬ ୬୦୦୨ଟୋଲ୍‌ ଫ୍ରି' ନମ୍ବରରେ ଯୋଗାଯୋଗ କରିପାରିବେ । ଏହାସହ ବିଶ୍ବ ଦକ୍ଷତା କେନ୍ଦ୍ରର ୱେବସାଇଟ WWW.WORLDSKILLCENTER.ORG ମାଧ୍ୟମରେ ସିଧାସଳଖ ନାମଲେଖା ପାଇଁ ଆବେଦନ କରିପାରିବେ ବୋଲି ବିଶ୍ବ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ବିଶ୍ବ ଦକ୍ଷତା କେନ୍ଦ୍ରରେ ୭ଟି ଟ୍ରେଡରେ ହେବ ନାମଲେଖା, ଅଗଷ୍ଟ ୧୫ ରେ ଅନଲାଇନରେ ପ୍ରବେଶିକା ପରୀକ୍ଷା

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details