ଭୁବନେଶ୍ବର:ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ADR) ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶରେ ଆଞ୍ଚଳିକ ଦଳ ଗୁଡିକର ପାଣ୍ଠି ଉତ୍ସକୁ ନେଇ ରିପୋର୍ଟ ପ୍ରକାଶ କରାଯାଇଛି । ୨୭ଟି ଆଞ୍ଚଳିକ ଦଳ ମୋଟ ୧୧୬୫ କୋଟି ଟଙ୍କା ଆୟ କରିଛନ୍ତି । ସେଥିରୁ ମାତ୍ର ୧୪୫ କୋଟି ଟଙ୍କା ଅର୍ଥାତ ୧୨ ପ୍ରତିଶତ ଆୟ ଉପରେ ଦାତାଙ୍କ ସମ୍ପର୍କରେ ସୂଚନା ରହିଛି । ବାକି 88 ପ୍ରତିଶତ ଆୟ ଅଜଣା ଉତ୍ସରୁ ଆସିଛି । ବିଜେଡି ପାଇଥିବା ଆୟରୁ ୨୯୧ କୋଟି ଅଜଣା ସୂତ୍ରରୁ ମିଳିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ଦେଶର ୨୭ଟି ଆଞ୍ଚଳିକ ଦଳ ୨୦୨୧-୨୨ରେ ମୋଟ ୧୧୬୫ କୋଟି ଟଙ୍କା ଆୟ କରିଛନ୍ତି । ତେବେ ସେଥିରୁ ମାତ୍ର ୧୪୫ କୋଟି ଟଙ୍କା ଅର୍ଥାତ ୧୨ ପ୍ରତିଶତ ଆୟ ଉପରେ ଦାତାଙ୍କ ସମ୍ପର୍କରେ ସୂଚନା ରହିଛି । ଅଜଣା ସୂତ୍ରରୁ ଆୟ ପାଇଥିବା ଦଳଗୁଡିକ ମଧ୍ୟରେ ତାମିଲନାଡୁର ଆଞ୍ଚଳିକ ଡିଏମକେ ଶୀର୍ଷରେ ରହିଛି । ସେହିପରି ବିଜୁ ଜନତା ଦଳ(BJD) ଦ୍ବିତୀୟରେ ରହିଛି । ଡିଏମକେ ୩୦୬.୦୨୫ କୋଟି ଟଙ୍କା ପାଇଥିବା ବେଳେ ବିଜେଡି ପାଇଛି ୨୯୧.୦୯୬ କୋଟି ଟଙ୍କା । ତୃତୀୟ ଦଳ ଭାବେ ତେଲେଙ୍ଗାନାର ଆଞ୍ଚଳିକ ଦଳ ଟିଆରଏସ ୧୫୩.୦୩୭ କୋଟି ଟଙ୍କା ଅଜଣା ଉତ୍ସରୁ ପାଇଛି । ୱାଇଏସଆର କଂଗ୍ରେସ ୬୦.୦୧୬୮ କୋଟି ଏବଂ ଜେଡିୟୁ ୪୮.୩୬୧୭ କୋଟି ଟଙ୍କା ପାଇଛନ୍ତି ।