ଓଡିଶା

odisha

ETV Bharat / state

ଯୁକ୍ତଦୁଇ ନାମଲେଖା ଆରମ୍ଭ, ଗ୍ରାମାଞ୍ଚଳ ମହାବିଦ୍ୟାଳୟ ମେଧାବୀଙ୍କ ପ୍ରଥମ ପସନ୍ଦ

ଆରମ୍ଭ ହେଲା ଯୁକ୍ତ ଦୁଇ ପାଇଁ ନାମଲେଖା ପ୍ରକ୍ରିୟା । କ୍ୟାମ୍ପସରେ ଲାଗିଲା ଛାତ୍ରଛାତ୍ରୀଙ୍କ ଭିଡ । ଅଧିକ ପଢ଼ନ୍ତୁ

ଆରମ୍ଭ ହେଲା ଯୁକ୍ତ ଦୁଇ ପାଇଁ ନାମଲେଖା ପ୍ରକ୍ରିୟା
ଆରମ୍ଭ ହେଲା ଯୁକ୍ତ ଦୁଇ ପାଇଁ ନାମଲେଖା ପ୍ରକ୍ରିୟା

By

Published : Jul 7, 2023, 9:03 PM IST

ଆରମ୍ଭ ହେଲା ଯୁକ୍ତ ଦୁଇ ପାଇଁ ନାମଲେଖା ପ୍ରକ୍ରିୟା

ଖୋର୍ଦ୍ଧା: ଆଜିଠୁ ଆରମ୍ଭ ହେଲା ଯୁକ୍ତ ଦୁଇ ପାଇଁ ନାମଲେଖା । ବିଭିନ୍ନ କଲେଜ କ୍ୟାମ୍ପସରେ ଦେଖିବାକୁ ମିଳିଛି ଛାତ୍ରଛାତ୍ରୀଙ୍କ ଗହଳି । ଅବିଭାବକଙ୍କ ସାଙ୍ଗରେ ଆସି ନିଜ ପସନ୍ଦର କଲେଜରେ ନାମ ଲେଖାଉଛନ୍ତି ଛାତ୍ରଛାତ୍ରୀ । ଚଳିତ ଥର ଫୋକସରେ ରହିଛି ଗ୍ରାମାଞ୍ଚଳ କଲେଜ । ସହରାଞ୍ଚଳ କଲେଜ ଗୁଡିକର ରେଜଲ୍ଟ ସେତେ ଆଖି ଦୃଶିଆ ହୋଇନଥିବା ବେଳେ ଗ୍ରାମାଞ୍ଚଳ କଲେଜ ଗୁଡିକ ବେଶ ଭଲ ପ୍ରଦର୍ଶନ କରିଛନ୍ତି । ଯାହାକୁ ଦେଖି ଗ୍ରାମାଞ୍ଚଳ କଲେଜକୁ ମେଧାବୀ ଛାତ୍ରଛାତ୍ରୀ ନିଜର ପ୍ରଥମ ପସନ୍ଦ ଭାବେ ଚୟନ କରୁଥିବା ଦେଖିବାକୁ ମିଳିଛି ।

ଗ୍ରାମାଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀମାନେ ସେମାନଙ୍କ ଘରର ଆର୍ଥିକ ସମସ୍ୟାକୁ ଉପଲବିଧିକରୀ ବିଭିନ୍ନ ଘରୋଇ ଓ ସହରାଞ୍ଚଳର କଲେଜ ଗୁଡିକରେ ଖର୍ଚ୍ଚାନ୍ତ ହେବାକୁ ପସନ୍ଦ କରୁନାହାନ୍ତି । ସେପଟେ ଗ୍ରାମାଞ୍ଚଳର କଲେଜ ଗୁଡିକରେ ଉନ୍ନତମାନର ଲାବ୍ରଟରି ସହ ଉର୍ଣ୍ଣତ ଶିକ୍ଷାପ୍ରାଣାଳୀ ଯୋଗାଉଥିବାର ଦେଖିବାକୁ ମିଳିଛି । ପ୍ରତ୍ୟେକ ବର୍ଷର ରେଜଲ୍ଟ ମଧ୍ୟ ଭଲହେଉଥିବାର ଦେଖି ଛାତ୍ରଛାତ୍ରୀମାନେ ଆକୃଷ୍ଟ ହେଉଛନ୍ତି ବୋଲି ମହାବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ସରକାରୀ କଲେଜରେ ଆଜଠାରୁ କଳା, ବିଜ୍ଞାନ ଓ ବାଣିଜ୍ୟରେ ନାମଲେଖା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳରେ ଥିବା କଲେଜ ଗୁଡିକରେ ସରହରାଞ୍ଚଳ କଲେଜ ତୁଳନାରେ ଆଡ଼ମିଶନ ଫିସ ଓ ଅନ୍ୟାନ୍ୟ ଫି ବହୁତ କମ୍ । ସେହିପରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କ ଅବିଭାବକମାନେ ଆର୍ଥିକ କ୍ଷେତ୍ରରେ ସେତେ ସ୍ବଚ୍ଛଳ ହୋଇନଥିବା କାରଣରୁ ନିଜ ଅଞ୍ଚଳରେ ଥିବା କଲେଜ ଗୁଡିକରେ ସେମାନଙ୍କ ମେଧାବୀ ପିଲାଙ୍କୁ ଆଡ଼ମିଶନ କରାଉଥିବା ଦେଖିବାକୁ ମିଳୁଛି । ସେହିପରି ଗ୍ରାମାଞ୍ଚଳର ବିଭିନ୍ନ ଲଲେଜମାନଙ୍କରେ ଭଲ ଫଳାଫଳ ମଧ୍ୟ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରୁଥିବା ଛାତ୍ରଛାତ୍ରୀ କହିଛନ୍ତି ।

ଆଜି ବିଭିନ୍ନ କଲେଜରେ ନାମଲେଖା ଆରମ୍ଭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା କାଇପଦର ସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ତରୁଣ କାନ୍ତି ରାୟ କହିଛନ୍ତି, ‘‘ ଗ୍ରାମାଞ୍ଚଳର କଲେଜ ଗୁଡିକ ଶିକ୍ଷାଦାନ କ୍ଷେତ୍ରରେ ଏବେ ଆଗ୍ରୀମ ସଫଳତା ହାସଲ କରିଛି । ଆତ୍ୟାଧୁନିକ ଶିକ୍ଷା ବ୍ଯବସ୍ଥା ସହ ବିଭିନ୍ନ ସୁବିଧା ଛାତ୍ରାଛାତ୍ରୀଙ୍କୁ ଯୋଗାଇ ଦିଆଯାଉଛି । ଗ୍ରାମାଞ୍ଚଳ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନଙ୍କ ଶିକ୍ଷାଦାନ ଓ ଏଠାକାର ପରିବେଶ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ସହ କଲେଜର ଫଳାଫଳ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛି । ଯାହା ଫଳରେ ଦୂରଦୂରାନ୍ତରରୁ ପିଲା ଗ୍ରାମଞ୍ଚଳ ମହାବିଦ୍ୟାଳୟରେ ନାମ ଲେଖାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।’’

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details