ଓଡିଶା

odisha

ETV Bharat / state

ବିଧାନସଭାରେ ଚାଷୀ ତାତି - ତାତିଲା ବିଧାନସଭା

ଚାଷୀ ସମସ୍ଯାରେ ତାତିଲା ବିଧାନସଭା । ବିରୋଧିଙ୍କ ବିରୋଧରେ କମ୍ପିଲା ଗୃହ । ଶେଷରେ ମନ୍ତ୍ରୀ ରଖିଲେ ମନ୍ତବ୍ଯ ।

ଫାଇଲ ଫଟୋ

By

Published : Aug 2, 2019, 9:32 PM IST

ଭୁବନେଶ୍ବର: ଚାଷ ଓ ଚାଷୀଙ୍କ ସମସ୍ୟାକୁ ନେଇ ଗୃହରେ ଦେଖିବାକୁ ମିଲିଛି ବିରୋଧିଙ୍କ ତାତି। ଏନେଇ ବିରୋଧୀ କଂଗ୍ରେସ ମୁଲତବୀ ନୋଟିସ ମଧ୍ୟ ଆଣିଛି । ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ବାଚସ୍ପତି । ଏ ନେଇ ଆଲୋଚନା ବି ହୋଇଥିଲା। ଚାଷୀ ସମସ୍ୟା ନେଇ କଂଗ୍ରେସ ଓ ବିଜେପି ଗୃହରେ ଉଠାଇଛନ୍ତି ପ୍ରଶ୍ନ ।

ଭିଡ଼ିଓ ସୌଜନ୍ଯ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଆମେ ପ୍ରତି ମୂହୁର୍ତ୍ତରେ ଚାଷୀଙ୍କ କଥା ଉଠାଉଛୁ । ଆମ ନେତା ସବୁ ଚାଷୀ ପରିବାରକୁ ଭେଟୁଛନ୍ତି । କିନ୍ତୁ ସରକାର ଚାଷୀ ମୃତ୍ୟୁକୁ ନେଇ ଦେଉଥିବା ବୟାନ ସମ୍ପୂର୍ଣ୍ଣ ବ୍ରିଭାନ୍ତିକର । ସେହିପରି କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଚାଷୀ ସମସ୍ୟା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ। ରାଜ୍ୟ କହୁଛି ଧାନ କ୍ବିଣ୍ଟାଲ ପିଛା 2400 ଟଙ୍କା ଦେଉଛନ୍ତି ଓ କେନ୍ଦ୍ର ଦେଉଛି 1800। ହିସାବ କରନ୍ତୁ ଏକର ପିଛା ଚାଷୀର କ୍ଷତି କେତେ ? ଯଦି କୃଷିମନ୍ତ୍ରୀ ହିସାବ ଦେଇପାରିବେ, ମୁଁ କୃତଜ୍ଞତା ଦେବି । ସିଆରପିସି ଧାରା 174 ଅନୁସାରେ ଚାଷୀ ଆତ୍ମହତ୍ୟା କଲେ ଜିଲ୍ଲା ମାଜିଷ୍ଟ୍ରେଟ୍ ତଦନ୍ତ କରି ରିପୋର୍ଟରେ କାରଣ ଦର୍ଶାଇବେ । କିନ୍ତୁ ମାଜିଷ୍ଟ୍ରେଟ୍ ଏସବୁରେ ବ୍ୟତିକ୍ରମ କରୁଥିବା ନରସିଂହ କହିଛନ୍ତି ।

ଉତ୍ତରରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। କାଳିଆ, କୃଷିମେଳା, ଧାନ ସଂଗ୍ରହ ବ୍ୟବସ୍ଥା କରାଯାଇଛି। ଯେଉଁଠି ଚାଷୀଙ୍କ ସହ ଅଘଟଣ ଘଟୁଛି, ଜିଲ୍ଲାସ୍ତରରୁ ରିପୋର୍ଟ ମଗାଯାଉଛି। ଲାଗୁଛି, କିଛି ବ୍ୟକ୍ତିଙ୍କ ଇଚ୍ଛା, ଚାଷୀଙ୍କ ସହ ଅଘଟଣ ହେଉ ଓ ସେମାନେ ରାଜନୈତିକ ଫାଇଦା ନେବେ। ସବୁ ତଥ୍ୟ ଦେବା ସତ୍ତ୍ବେ, ପ୍ରସଙ୍ଗ କରିବାକୁ ଚାହୁଁଛନ୍ତି। ନରସିଂହ ମିଶ୍ରଙ୍କୁ ମୁଁ ସମ୍ମାନ ସହ କହୁଛି, ସେ ଜଣେ ଅଭିଜ୍ଞ ଲୋକ। ଚାଷ ସମ୍ପର୍କରେ ତାଙ୍କ ଜ୍ଞାନ ଅଛି ।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

ABOUT THE AUTHOR

...view details