ଓଡିଶା

odisha

ETV Bharat / state

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଓଡ଼ିଆ ସିନେମା ଅଧୁରା ପ୍ରେମ କାହାଣୀ

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଓଡ଼ିଆ ସିନେମା ଅଧୁରା ପ୍ରେମ କାହାଣୀ । ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି କହିଲେ ଅଭିନେତା ଶୁଭାଶିଷ । ଅଧିକ ପଢନ୍ତୁ

By

Published : Jul 8, 2023, 5:15 PM IST

ଅଧୁରା ପ୍ରେମ କାହାଣୀ
ଅଧୁରା ପ୍ରେମ କାହାଣୀ

ଅଧୁରା ପ୍ରେମ କାହାଣୀ

ଭୁବନେଶ୍ବର:ସାରା ଓଡିଶାରେ ମୁକ୍ତିଲାଭ କରିଲା ଓଡ଼ିଆ ସିନେମା "ଅଧୁରା ପ୍ରେମ କାହାଣୀ "। ସମ୍ପୂର୍ଣ ଓଡ଼ିଆ ମୌଳିକ କଥାବସ୍ତୁକୁ ନେଇ କାହାଣୀ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି । ଚଳଚ୍ଚିତ୍ରଟି ଓଡ଼ିଆ ମାଟିର ପାଣି ପବନକୁ ନେଇ ପ୍ରସ୍ତୁତ ହୋଇଛି । ତ୍ରିକୋଣୀୟ ପ୍ରେମ କାହାଣୀକୁ ହୋଇଥିବା ଏହି ଫିଲ୍ମରେ ଲଭ, ରୋମାନ୍ସ, ଭରପୁର କମେଡି ସହ ଭାଇ ଭଉଣୀଙ୍କ ତ୍ୟାଗ ଦେଖିବାକୁ ମିଳିବ । ଦର୍ଶକମାନେ ମଧ୍ୟ ଖୁବ ଉପଭୋଗ କରିବେ ବୋଲି କହିଛନ୍ତି ।

ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଶୁଭାଶିଷ, ପୁନମ୍ ଓ ସୂର୍ଯମୟୀ ଥିବା ବେଳେ ତାଙ୍କ ସାଙ୍ଗକୁ ଅଶ୍ରୁମୋଚନ ମହାନ୍ତି, ଶ୍ରୀତମ ଦାସ , ଜୀବନ ପଣ୍ଡା, ପ୍ରଜ୍ଞା ଖଟୁଆ, ବିଟୁ, ଲିନା, ଜ୍ଞାନ, ବୋଲଟି, ଅକ୍ଷୟ, ସୁନିତା ଓ ସୁସ୍ମିତାଙ୍କ ଏମିତି ବହୁତ କଳାକାରଙ୍କୁ ନେଇ ଅଧୁରା ପ୍ରେମ କାହାଣୀ ସିନେମାଟି ପ୍ରସ୍ତୁତ ହୋଇଛି। ବିଶେଷ କରି ଏହି ସିନେମାରେ ଶିଶୁ କଳାକାର ଭାବେ ଶିବାନୀ, ଇମୁ, ଭାଗ୍ୟଶ୍ରୀ ଓ ବିଶ୍ୱନାଥ ଅଭିନୟ ଦେଖିବାକୁ ପାଇବେ ଦର୍ଶକ।

ତେବେ ମା ଦୁର୍ଗା ରଜତ ଜ୍ୟୋତି ପ୍ରଡକ୍ସନ ଵ୍ୟାନରରେ ପ୍ରଥମ ଅବଦାନରେ ଏହି ଫିଲ୍ମ ନିର୍ମାଣ କରାଯାଇଛି। ରଜତ ମହାପାତ୍ର ଓ ଜ୍ୟୋତି କିଶୋର ଦାଶ ପ୍ରଯୋଜନାରେ ହୋଇଥିବା ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ନିରଞ୍ଜନ (ଧୂନା ) ଏବଂ ଆଶୁତୋଷ ଦାସ । ଅନ୍ୟପଟେ ଷ୍ଟୋରୀ, ସ୍କ୍ରିନ ପ୍ଲେ ଓ ଡାଇଲଗରେ ଅଛନ୍ତି ପ୍ରିୟବ୍ରତ ପଣ୍ଡା ଓ ଡିଓପିରେ ଦିଲ୍ଲୀପ ବାରିକ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ତୁ ସେଇ ନୀଳ ନୟନା: ଅଡିଓ ରିଲିଜ, ଖୁବଶୀଘ୍ର ରିଲିଜ ହେବ ନୂଆ ଓଡିଆ ଫିଲ୍ମ

ଏହା ମଧ୍ୟ ପଢନ୍ତୁ: ଜହ୍ନ ରାତିର ସାଥୀ: ଟ୍ରେଲର ଏବଂ ଅଡିଓ ରିଲିଜ, ଜୁଲାଇ ୨୧ରେ ସିଲଭର ସ୍କ୍ରିନ୍‌କୁ ଆସିବ ଫିଲ୍ମ


ସେପଟେ ବିଶେଷ କରି ଏହି ମୁଭି ରେ 5 ଟି ଗୀତ ପୁରା ହିଟ ହୋଇଛି। ଯାହାକୁ ଦର୍ଶକ ଖୁବ ସାରା ଭଲ ପାଇବା ଦେଇଛନ୍ତି। ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । ସିନେମାରେ ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, କୁଲଦୀପ, ଆର ଅଙ୍କିତା, ଅରବିନ୍ଦ ଓ ଶିଶିର କୁମାର ଦାଶ କଣ୍ଠଦାନ କରିଛନ୍ତି । ସାରା ଓଡିଶାର 30 ଟି ହଲରେ ଏହି ଫିଲ୍ମ ମୁକ୍ତିଲାଭ କରିଥିବା ବେଳେ ଏହି ସିନେମା ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details