ଓଡିଶା

odisha

ରାଜ୍ୟରେ ମେଡିକାଲ କଲେଜ ଖୋଲିବ ଆଦାନୀ ଗ୍ରୁପ, ରାଜ୍ୟ ସରକାରଙ୍କୁ ଦେଲା ପ୍ରସ୍ତାବ

By

Published : Jan 17, 2023, 6:14 PM IST

ପିପିପି ମୋଡରେ ରାଜ୍ୟରେ 2ଟି ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାରଙ୍କୁ ଆଦାନୀ ଗ୍ରୁପର ପ୍ରସ୍ତାବ । ଅଧିକ ପଢନ୍ତୁ

Adani Group
Adani Group

ଭୁବନେଶ୍ବର:ରାଜ୍ୟରେ ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାରଙ୍କୁ ଆଦାନୀ ଗ୍ରୁପର ପ୍ରସ୍ତାବ । ପିପିପି ମୋଡରେ ମେଡିକାଲ୍ କଲେଜ ପ୍ରତିଷ୍ଠା ନେଇ ଦିଆଯାଇଛି ପ୍ରସ୍ତାବ । ଏନେଇ ଆଦାନୀ ଗ୍ରୁପ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ସଚିବ ଶାଳିନୀ ପଣ୍ଡିତଙ୍କୁ ଚିଠି ଲେଖାଯାଇଛି।

ତେବେ ଏହି ଚିଠିରେ ଦର୍ଶାଯାଇଛି ଯେ, 1996 ରେ ପ୍ରତିଷ୍ଠିତ ଆଦାନୀ ଫାଉଣ୍ଡେସନ ଦ୍ଵାରା ଅନେକ ସାମାଜିକ କାର୍ଯ୍ୟକଳାପ ଉପରେ ଓ ଲୋକଙ୍କ କଲ୍ୟାଣ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଆଦାନୀ ଗ୍ରୁପ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ କରାଯାଇଥିବା ସର୍ଭେରୁ ଭଦ୍ରକ ଓ ରାୟଗଡାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଆଗ୍ରହୀ ପ୍ରକାଶ କରୁଛନ୍ତି। ଏହି ମେଡିକାଲ କଲେଜ ପିପିପି ମୋଡରେ କରାଯିବା ସହ ଭଦ୍ରକରେ ପ୍ରାଥମିକତା ଭିତ୍ତିରେ ମେଡିକାଲ କଲେଜ କରିବାକୁ ଆଦାନୀ ଗ୍ରୁପ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ହେଲେ ଏହି ଦୁଇଟି ମେଡିକାଲ କଲେଜରେ କେତେ ସିଟର ବ୍ୟବସ୍ଥା ରହିବ ସେ ନେଇ ଚିଠିରେ ଉଲ୍ଲେଖ କରାଯାଇ ନାହିଁ। ସରକାରଙ୍କ ସହିତ ପାରସ୍ପରିକ ସ୍ବିକୃତିପ୍ରାପ୍ତ ଏମଓୟୁ ଉପରେ ଆଧାର କରି ଆଦାନୀ ଗ୍ରୁପ CSR କାର୍ଯ୍ୟକଳାପ ଅଧୀନରେ ଆଦାନୀ ଫାଉଣ୍ଡେସନ୍ ଦ୍ୱାରା ଏହି ସମ୍ପୂର୍ଣ୍ଣ ବିକାଶ କରାଯିବ।ଅନ୍ୟପଟେ ଓଡିଶାର ଏହି ପ୍ରୟାସରେ ସମର୍ଥନ ଅନୁରୋଧ କରୁଛୁ ବୋଲି ଚିଠିରେ ଲେଖିଛନ୍ତି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ମେକ ଇନ ଓଡ଼ିଶାରେ ଆଦାନୀ ପୋର୍ଟସ୍ ଆଣ୍ଡ ଏସଇଜେଡ ସିଇଓ କରନ ଆଦାନି ମଧ୍ୟ ବଡ଼ ଘୋଷଣା କରିଥିଲେ। ଆଗାମୀ 10 ବର୍ଷରେ ଓଡ଼ିଶାରେ 60 ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆଦାନୀ ଗ୍ରୁପ। ରାଜ୍ୟ ସରକାର ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ଵ ଦେଇ ଆସୁଛନ୍ତି। ଆଗକୁ କିଭଳି ଭାବରେ ରାଜ୍ୟରେ ପ୍ରତ୍ୟେକଟି ସାଧାରଣ ଜନତା ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ସେନେଇ ବିଭିନ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲାର ଜାତୀୟ ରାଜପଥ ନିକଟରେ ଟ୍ରୋମା କେୟାର ସେଷ୍ଟର ଖୋଲାଯିବାର ମଧ୍ୟ କାର୍ଯ୍ୟ କ୍ରମ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details