ଓଡିଶା

odisha

ETV Bharat / state

ଜାତୀୟ ରାଜପଥ ଉପରେ ବିଷାକ୍ତ ଗ୍ୟାସ ଲିକ, ହୋଇନି କୌଣସି କ୍ଷୟକ୍ଷତି - ଜାତୀୟ ରାଜପଥ

ଖୋର୍ଦ୍ଧା 16 ନମ୍ବର ଜାତୀୟ ରାଜପଥରେ ଟ୍ୟାଙ୍କରରୁ ଏସିଡ ଲିକ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଜାତୀୟ ରାଜପଥ ଉପରେ ବିଷାକ୍ତ ଗ୍ୟାସ ଲିକ, ହୋଇନି କୌଣସି କ୍ଷୟକ୍ଷତି
ଜାତୀୟ ରାଜପଥ ଉପରେ ବିଷାକ୍ତ ଗ୍ୟାସ ଲିକ, ହୋଇନି କୌଣସି କ୍ଷୟକ୍ଷତି

By

Published : Jun 17, 2021, 10:42 PM IST

ଖୋର୍ଦ୍ଧା: ଜିଲ୍ଲାର 16 ନମ୍ବର ଜାତୀୟ ରାଜପଥ ଚମ୍ପଗଡ ନିକଟରେ ଏକ ଏସିଡ ଟ୍ୟାଙ୍କରରୁ ଏସିଡ ଲିକ ହୋଇଛି । ଟ୍ୟାଙ୍କରଟି ଗଞ୍ଜାମରୁ କୋଲକାତା ଅଭିମୁଖେ ଯାଉଥିଲା । ତେବେ ଘଟଣାରେ କାହାରି କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

ଜାତୀୟ ରାଜପଥ ଉପରେ ବିଷାକ୍ତ ଗ୍ୟାସ ଲିକ, ହୋଇନି କୌଣସି କ୍ଷୟକ୍ଷତି

ଗଞ୍ଜାମରୁ ଟ୍ୟାଙ୍କରଟି କୋଲକାତା ଅଭିମୁଖେ ଯାତ୍ରା କରୁଥିବାବେଳେ ଘଟିଛି ଏହି ଘଟଣା । ହାଇଡ୍ରୋକ୍ଲୋରିକ ଏସିଡ ଟ୍ୟାଙ୍କରର ଭଲବ କଟିଯିବାରୁ ଏସିଡ ଲିକ ହୋଇଥିବା ସୂଚନା ମିଳିଛି । ଘଟଣାରେ କାହାରି କୌଣସି କ୍ଷତି ହୋଇନାହିଁ । ଘଟଣାସ୍ଥଳରେ ଟାଙ୍ଗି ଓ ଖୋର୍ଦ୍ଧା ଅଗ୍ନିଶମ ବିଭାଗ ପକ୍ଷରୁ ଟ୍ୟାଙ୍କରରେ ପାଣି ପକାଇ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ଲାଗିଛନ୍ତି ।

ଏସିଡ ଲିକ ଫଳରେ ଜାତୀୟ ରାଜପଥ ଧୂଆଁମୟ ହୋଇଯାଇଥିଲା । କିଛି ସମୟ ପାଇଁ ରାଜପଥରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଇଥିଲା । ତେବେ ଅଗ୍ନିଶମବାହିନୀ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details