ଭୁବନେଶ୍ବର: ଗୁରୁବାର ଭୁବନେଶ୍ବର ଜାଭିୟର ଛକରେ ଜଣେ କାର୍ଯ୍ୟରତ ମହିଳା ଟ୍ରାଫିକ ପୋଲିସ ନିଜ କର୍ତ୍ତବ୍ୟରୁ କିଛି ସମୟ ବିରତି ନେଇ ଦେଖାଇଛନ୍ତି ମାନବିକତା । ଏ ସଂପର୍କରେ କିଟ ଓ କିସ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନିଜ ଟ୍ବିଟର ପୃଷ୍ଠାରେ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଭୁବନେଶ୍ବରର ଜାଭିୟର ଛକ ନିକଟରେ ଗୁରୁବାର ସଡକ ଦୁର୍ଘଟଣା ଘଟିଥିଲା । ତେବେ ସେଠାରେ କାର୍ଯ୍ୟରତ ଟ୍ରାଫିକ ମହିଳା କନେଷ୍ଟବଳ ପ୍ରିୟଙ୍କା ବରାୱା ଡ୍ୟୁଟିରେ ଥିବା ସମୟରେ ମଧ୍ୟ ନିଜ ମାନବିକତା ତଥା ସହାନୁଭୂତି ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି । ସେ ଦୁର୍ଘଟଣାର ଶିକାର ହୋଇ ଗୋଡରେ ଆଘାତ ଲାଗିଥିବା ଜଣେ ଅଜଣା ମହିଳାଙ୍କୁ ପ୍ରାଥମିକ ଆଶୁ ଚିକିତ୍ସା ଯୋଗାଇ ଦେଇଛନ୍ତି । ରାସ୍ତା କଡରେ ମହିଳାଙ୍କୁ ବସାଇ ତାଙ୍କ ପାଦକୁ ନିଜ ଶରୀର ଉପରେ ରଖି ବ୍ୟାଣ୍ଡେଜ କରିଥିବା ଦେଖିବାକୁ ମିଳିଥିଲା ।