ଓଡିଶା

odisha

ଜାତିଆଣ ଆକ୍ଷେପ କରି ଅଡୁଆରେ ଶିକ୍ଷକ, ମାମଲା ରୁଜୁ

By ETV Bharat Odisha Team

Published : Dec 23, 2023, 7:38 AM IST

Teacher Detained: ସବ-ରେଜିଷ୍ଟାରଙ୍କୁ ଜାତିଆଣ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳି ଗୁଲଜ । ଶିକ୍ଷକଙ୍କ ନାରେ ମାମଲା ରୁଜୁ । ଆଗକୁ ପଢ଼ନ୍ତୁ

ଜାତିଆଣ ଆକ୍ଷେପ କରି ଶିକ୍ଷକ ଗିରଫ
ଜାତିଆଣ ଆକ୍ଷେପ କରି ଶିକ୍ଷକ ଗିରଫ

ଖୋର୍ଦ୍ଧା: ଜାତିଆଣ ଆକ୍ଷେପ କରିବା ପଡିଲେ ମହଙ୍ଗା । ଶିକ୍ଷକଙ୍କ ନାରେ ମାମଲା ରୁଜୁ । ସବ-ରେଜିଷ୍ଟାରଙ୍କୁ ଜାତିଆଣ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ । ଏନେଇ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସବ-ରେଜିଷ୍ଟାର ।

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବେଗୁନିଆର ସବ-ରେଜିଷ୍ଟାର କାର୍ଯ୍ୟାଳୟରେ ଘଟିଛି ଏହି ଘଟଣା । ସବ-ରେଜିଷ୍ଟାରଙ୍କ ଅଫିସରେ ପଶି, ଜଣେ ଶିକ୍ଷକ ତାଙ୍କୁ ଜାତିଆଣ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ତେବେ ଗତକାଲି 12ଟା ସମୟରେ ସବ-ରେଜିଷ୍ଟାର କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ, ଶିକ୍ଷକ ବିନା ଅନୁମତିରେ କାର୍ଯ୍ୟାଳୟ ଦେଇ ସରକାରୀ ବାସଭବନ ଠାରେ ପହଞ୍ଚି ଥିଲେ । ପରେ ମୋବାଇଲରେ ଫୋଟୋ ଉଠାଇ ଚାଲିଥିଲେ । ସବ-ରେଜିଷ୍ଟାର ତାଙ୍କୁ ଏଠି କ’ଣ କରୁଛ ପଚାରିବାରୁ, ସେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ । ଏପରିକି ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବଦକରଙ୍କ ନାମ ନେଇ ତାଚ୍ଛଲ୍ୟ ମଧ୍ୟ କରିଥିଲେ । ତେବେ ଉକ୍ତ ଶିକ୍ଷକ ହେଉଛନ୍ତି ବିବେକାନନ୍ଦ ମିଶ୍ର ।

ଏହା ମଧ୍ୟ ପଢ଼ନ୍ତୁ....ନୂଆ କାରକୁ ଶସ୍ତାରେ ବିକ୍ରି ଆଳରେ ଲୁଟ, ୪୦ କୋଟି ଠକି ଠକ ଦମ୍ପତି ଗିରଫ

ଏନେଇ ସବ-ରେଜିଷ୍ଟାର ଅମିତ କୁମାର ସେଠୀ ଗୁରବାର ରାତିରେ ବେଗୁନିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏବଂ ଅଭିଯୋଗ ପତ୍ରକୁ ଖୋର୍ଦ୍ଧା ଜିଲ୍ଲାପାଳ, ଅତିରିକ୍ତ ଜିଲାପାଳ, ମୁଖ୍ୟ ଶାସନ ସଚିବ, ଅନୁସୂଚିତ ଜାତି ଜନଜାତି ଓ ପଛୁଆବର୍ଗ ସଚିବ,ଜାତୀୟ ଅନୁସୂଚିତ ଜାତି କମିଶନଙ୍କୁ ଏହି ଘଟଣାକୁ ଗୁରୁତର ସହ ନେବାକୁ ଜଣାଇଥିଲେ । ପୁନଃଶ୍ଚ ଶିକ୍ଷକ ଜଣକ ଶୁକ୍ରବାର ଦିନ 12ଟା ସମୟରେ ମଟର ସାଇକେଲରେ ଆସି କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଠିଆ ହୋଇଥିଲେ । ସେ କଥା ଜାଣିବା ପରେ ସବ-ରେଜିଷ୍ଟାର ବେଗୁନିଆ ପୋଲିସକୁ ଖବର ଦେଇଥିଲେ । ପୋଲିସକୁ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ଶିକ୍ଷକଙ୍କୁ ପୋଲିସ କାବୁ କରି ଥାନାକୁ ଆଣିଥିଲା ।

ଖବର ପାଇ ଖୋର୍ଦ୍ଧା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦିଲ୍ଲୀପ ଦାସ ଥାନାରେ ପହଞ୍ଚି ଗତକାଲି ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିବା ସହ ସଂପୃକ୍ତ ଶିକ୍ଷକଙ୍କୁ ପଚରାଉଚରା କରିଥିଲେ । ଘଟଣାସ୍ଥଳକୁ ନିଜେ ଏସପିଓ ଯାଇ ସରଜମିନ ତଦନ୍ତ କରିଥିଲେ । ଅଭିଯୋଗକୁ ଭିତ୍ତିକରି ବେଗୁନିଆ ଥାନା କେସ ନମ୍ବର 438/23 ଦଫା 447,294,506 ଆଇପିସି,ଅନୁସୂଚିତ ଜାତି/ ଜନଜାତି ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ ପାଇଁ ଡ଼ିଏସପି ଅନିଲ କୁମାର ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details