ଓଡିଶା

odisha

By

Published : Apr 6, 2022, 4:51 PM IST

ETV Bharat / state

ଜଗାର ରୋଷଘର ଚୁଲି ଭାଙ୍ଗି ଧରା ପଡ଼ିଲା ଜଗନ, ବିଶ୍ବାସ କରି ପାରୁନାହାନ୍ତି ପରିବାର ଲୋକ

ଶ୍ରୀମନ୍ଦିରର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଗନ ଏଭଳି କାର୍ଯ୍ୟ କରିଥାଇପାରେ ବୋଲି ବିଶ୍ବାସ କରି ପାରୁନାହାନ୍ତି ପରିବାର ଲୋକେ । ଅଧିକ ପଢ଼ନ୍ତୁ

ଜଗାର ରୋଷଘର ଚୁଲି ଭାଙ୍ଗି ଧରା ପଡ଼ିଲା ଜଗନ, ବିଶ୍ବାସ କରି ପାରୁନାହାନ୍ତି ପରିବାର ଲୋକ
ଜଗାର ରୋଷଘର ଚୁଲି ଭାଙ୍ଗି ଧରା ପଡ଼ିଲା ଜଗନ, ବିଶ୍ବାସ କରି ପାରୁନାହାନ୍ତି ପରିବାର ଲୋକ

ଖୋର୍ଦ୍ଧା: ଶ୍ରୀମନ୍ଦିରର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ କରିଛି ପୋଲିସ । ପୁରୀ ଏବଂ ବେଗୁନିଆ ପୋଲିସ ହାତରେ ଗିରଫ ହୋଇଥି ବା ଅଭିଯୁକ୍ତ ଦେଉଳି ଗ୍ରାମର ଜଗନ ମହାପାତ୍ର ବୋଲି ଜଣା ପଡ଼ିଛି । ସେ ଅତ୍ୟନ୍ତ ଆଧ୍ୟାତ୍ମିକ ଚିନ୍ତାଧାରାର ବ୍ୟକ୍ତି ବୋଲି ପାରିବାର ଲୋକ କହିଛନ୍ତି । ବିଶେଷକରି ପୁରୀ ଏବଂ ରଣପୁର ଜଗନ୍ନାଥ ମନ୍ଦିରକୁ ବହୁ ସମୟରେ ଯାତାୟାତ କରନ୍ତି । ଗାଁରେ ଥିବା ମନ୍ଦିରରେ ବହୁ ସମୟ ଜଗନ ବିତାଇଥାନ୍ତି ।

ଜଗାର ରୋଷଘର ଚୁଲି ଭାଙ୍ଗି ଧରା ପଡ଼ିଲା ଜଗନ, ବିଶ୍ବାସ କରି ପାରୁନାହାନ୍ତି ପରିବାର ଲୋକ

ମନ୍ଦିର ଭିତରେ ଅପରିଷ୍କାରକୁ ସେ ବରଦାସ୍ତ କରନ୍ତି ନାହିଁ । ତେବେ ଭଗବାନଙ୍କ ପ୍ରତି ସମର୍ପିତ ଜଗନ ରୋଷଘର ଚୁଲି କାହିଁକି ଭାଙ୍ଗିଲେ ତାହା ଜଗନ୍ନାଥଙ୍କୁ ଜଣା ବୋଲି କହିଛନ୍ତି ତାଙ୍କ ବାପା । ଯଦି ସେ ଦୋଷ କରିଛି ତେବେ ଜଗନ୍ନାଥ ତାକୁ ଦଣ୍ଡ ଦେବେ ବୋଲି ସେ ଭାବବିହ୍ଵଳ କଣ୍ଠରେ କହିଛନ୍ତି । ସେପଟେ ଜଗନ ନିର୍ଦ୍ଦୋଷ ବୋଲି ଜଗନଙ୍କ ମାଆ ।

ଖାଲି ସେତିକି ନୁହେଁ ଗ୍ରାମବାସୀ ମଧ୍ୟ ଜଗନ ଏଭଳି କିଛି କାର୍ଯ୍ୟ କରିଥାଇପାରେ ବୋଲି ବିଶ୍ବାସ କରି ପାରୁନାହାନ୍ତି । କାରଣ ସ୍ବଭାବରେ ଜଗନ ଜଣେ ପରୋପକାରୀ ଏବଂ ଭଲ ପିଲା ବୋଲି ଗ୍ରାମବାସୀ କହିଛନ୍ତି । ତା ସହ ସେ ଜଗନ୍ନାଥଙ୍କ ପରମ ଭକ୍ତ ବୋଲି କହିଛନ୍ତି ଗ୍ରାମବାସୀ ।

ଗତ ରବିବାର ସକାଳେ ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗା ଘଟଣା ଲୋକଲୋଚନକୁ ଆସିଥିଲା। କେହି ଦୁର୍ବୃତ୍ତ ଶାବଳରେ ରୋଷଘରର ୪୩ଟି ଚୁଲିକୁ ଭାଙ୍ଗି ଦେଇଥିଲା । କୋଠଭୋଗ, ଅହିରା, ପିଠାଆଡ଼, ସାତପୁରୀ ଚୁଲିକୁ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା । ସିସିଟିଭି ଫୁଟେଜ ଯାଞ୍ଚ ପରେ ପୋଲିସ ଜଗନ ମହାପାତ୍ରକୁ ଗିରଫ କରିଛି । ଭଲ ଲାଗିଲାନି ବୋଲି ଚୁଲି ଭାଙ୍ଗିଦେଲି ବୋଲି କହିଛି ଜଗନ । ଏହାକୁ ନେଇ ପୁରୀ ଏସପି ସୂଚନା ଦେଇଛନ୍ତି । ତେବେ ଘଟଣା ପଛରେ କଣ ପ୍ରକୃତ କାରଣ ରହିଛି । ଅଭିଯୁକ୍ତର ମାନସିକ ଅଵସ୍ଥା ଭଲ ଅଛି କି ନାହିଁ । ସେନେଇ ପୋଲିସ ଅଧିକ ତଦନ୍ତ କରିବ ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details